ETV Bharat / bharat

‘ଦିନେ-ଦୁଇଦିନ ମଧ୍ୟରେ କ’ଣ ହେଉଛି ଦେଖ’: କଂଗ୍ରେସ ସହ ଆସନ ବୁଝାମଣା ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଇଙ୍ଗୀତ - India block

Arvind Kejriwal on alliance with Congress: ଦିଲ୍ଲୀରେ କଂଗ୍ରେସ ସହ ଆସନ ବୁଝାମଣା ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଇଙ୍ଗୀତ । ବହୁ ବିଳମ୍ବ ହୋଇଛି, ଦିନେ କି ଦୁଇଦିନ ମଧ୍ୟରେ କିଛି ହୋଇପାରେ । ଅଧିକ ପଢନ୍ତୁ

କଂଗ୍ରେସ ସହ ଆସନ ବୁଝାମଣା ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ଇଙ୍ଗୀତ

author img

By ETV Bharat Odisha Team

Published : Feb 21, 2024, 6:52 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ବିବାଦ ପ୍ରଶମିତ ହେବା ପରେ ଦିଲ୍ଲୀରେ ମଧ୍ୟ କଂଗ୍ରେସ ସହ ବୁଝାମଣା ହୋଇପାରେ ବୋଲି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଇଙ୍ଗୀତ କରିଛନ୍ତି । ପୂର୍ବରୁ କଂଗ୍ରେସ ସହ କୌଣସି ବୁଝାମଣା ହେବନାହିଁ ଓ ଆମ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଳଢିବ ବୋଲି କହିସାରିଥିବା କେଜ୍ରିଓ୍ବାଲ ପୁଣି ଥରେ କଂଗ୍ରେସ ସହ ଆସନ ଭାଗବଣ୍ଟା ପ୍ରତି ସମ୍ଭାବନାର ସଙ୍କେତ ଦେଇଛନ୍ତି ।

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କେଜ୍ରିଓ୍ବାଲ କହିଛନ୍ତି, ‘‘ଦେଖ ଆସନ୍ତା ଦିନେ କି ଦୁଇଦିନ ମଧ୍ୟରେ କ’ଣ ହେଉଛି । ଏହି ପ୍ରସଙ୍ଗରେ ବହୁ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିବାର ଥିଲା । ଏବେ ବହୁତ ବିଳମ୍ବ ହୋଇସାରିଛି । ଦେଖାଯାଉ କ’ଣ ହେଉଛି ।’’ ତେବେ ଉତ୍ତର ପ୍ରଦେଶ ପରି ଦିଲ୍ଲୀରେ ଆସନ ବୁଝାମଣା ନେଇ ଆସନ୍ତାକାଲି ସୁଦ୍ଧା କିଛି ଘୋଷଣା ସାମ୍ନାକୁ ଆସିପାରେ କି ବୋଲି ପ୍ରଶ୍ନରେ କେଜ୍ରିଓ୍ବାଲ କହିଛନ୍ତି, ସେ ସମ୍ପର୍କରେ ଜଣାନାହିଁ କ’ଣ ହେବ ।

ତେବେ ପୂର୍ବରୁ ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସକୁ ସିଧା ଟାର୍ଗେଟ କରିସାରିଛନ୍ତି । ତାଙ୍କ ଦଳ ଆମ ଆଦମୀ ପାର୍ଟି (ଆପ) ଶାସନରେ ଥିବା ଦିଲ୍ଲୀ, ପଞ୍ଜାବ ଓ ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳରେ ଏକାକୀ ନିର୍ବାଚନ ଲଢିବ ବୋଲି କହିଥିଲେ । କେଜ୍ରିଓ୍ବାଲଙ୍କ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଅନ୍ୟ ଦଳୀୟ ନେତାମାନେ ଆମ ଆଦମୀ ପାର୍ଟି ଏକାକୀ ଲଢିବାକୁ ଯାଉଥିବା ଘୋଷଣା କରିଥିଲେ । ଏହାକୁ କେଜ୍ରିଓ୍ବାଲ ସ୍ପଷ୍ଟ କରିଥିଲେ । ଲୋକେ ଆମ ଆଦମୀ ପାର୍ଟିକୁ ସମର୍ଥନ ଦେବାକୁ ଚାହାନ୍ତି, ତେଣୁ ଦଳ ସମସ୍ତ ଆସନରେ ଏକା ଲଢିବା ନେଇ କହିଥିଲେ କେଜ୍ରିଓ୍ବାଲ । ଏବେ କଂଗ୍ରେସ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସହ ଆସନ ବୁଝାମଣା ଦିଗରେ ସଫଳ ହୋଇଥିବା ବେଳେ ଦିଲ୍ଲୀ କ୍ଷେତ୍ରରେ ମଧ୍ୟ ସେହିପରି କିଛି ଘଟଣାକ୍ରମ ସାମ୍ନାକୁ ଆସିପାରେ । ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କେଜ୍ରିଓ୍ବାଲ ଏହି ସମ୍ଭାବନା ପ୍ରତି ସଙ୍କେତ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କୃଷକଙ୍କ ଦିଲ୍ଲୀ ମାର୍ଚ୍ଚ: ବ୍ୟାରିକେଡ୍ ଭାଙ୍ଗିବାକୁ ଶମ୍ଭୁ ସୀମାରେ JCBର ସହାୟତା, ପୋଲିସକୁ ଘାରିଲା ସୁରକ୍ଷା ଚିନ୍ତା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ଧରି ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସପା ମଧ୍ୟରେ ଚାଲିଥିବା ଆସନ ଭାଗବଣ୍ଟା ବିବାଦ ଆଜି ସମାଧାନରେ ପହଞ୍ଚିଛି । ରାଜ୍ୟରେ ମେଣ୍ଟରେ ନିର୍ବାଚନ ଲଢାଯିବା ନେଇ ନିଜେ ସପା ମୁଖ୍ୟ ଅଖିଳେଶ ଯାଦବ ସ୍ପଷ୍ଟ କରିଛନ୍ତି । କଂଗ୍ରେସ 17 ଆସନରେ ଲଢିବାକୁ ସହମତି ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.