ETV Bharat / bharat

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ - Ramoji Rao Funeral

author img

By ETV Bharat Odisha Team

Published : Jun 9, 2024, 12:25 PM IST

Updated : Jun 9, 2024, 4:13 PM IST

Last rites of Ramoji Rao held: ପଞ୍ଚଭୂତରେ ବିଲୀନ ହେଲେ ରାମୋଜୀ ରାଓ । ରାମୋଜୀ ଫିଲ୍ମସିଟି ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

Last rites of Ramoji Rao
Last rites of Ramoji Rao (ETV BHARAT ODISHA)

ହାଇଦ୍ରାବାଦ: ସରିଗଲା ସମୟ... ଚିରନିଦ୍ରାରେ ଶୋଇଗଲେ ମିଡିଆ ଓ ସିନେ ଜଗତର ମହାଦ୍ରୁମ ରାମୋଜୀ ରାଓ । ପଞ୍ଚଭୂତରେ ବିଲୀନ ହୋଇଛି ରାମୋଜୀ ରାଓଙ୍କ ପାର୍ଥିବ ଶରୀର । ନିଜେ ନିର୍ମାଣ କରିଥିବା ରାମୋଜୀ ଫିଲ୍ମସିଟି ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ଶୁଭେଚ୍ଛୁ, ସମର୍ଥକ, ପ୍ରଶଂସକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଜୁଇ ଜଳିଛି । ପୁଅ ଚେରିକୁରି କିରଣ ମୁଖାଗ୍ନି ଦେଇଥିଲେ । ସମସ୍ତଙ୍କୁ ଅଲବିଦା କହି ମହାଯାତ୍ରାରେ ଚାଲିଯାଇଛନ୍ତି ମିଡିଆ ଜଗତର ଭୀଷ୍ମପିତାମହ । ଏକାଧାରରେ ଜଣେ ଉଦ୍ୟୋଗୀ, ସ୍ତମ୍ଭକାର, ସାହିତ୍ୟିକ, ଫିଲ୍ମ ପ୍ରଯୋଜକ, ଶିକ୍ଷାବିତ୍ ଏବଂ ସମାଜସେବୀ ଥିଲେ ରାମୋଜୀ ରାଓ ।

ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ (ETV Bharat Odisha)

ଗତକାଲି ଦେହାନ୍ତ ପରେ ଫିଲ୍ମସିଟି ମୁଖ୍ୟ କାର୍ଯ୍ୟାଳୟକୁ ତାଙ୍କର ପାର୍ଥିବ ଶରୀରକୁ ଅଣାଯାଇଥିଲା । ଏହାପରେ ସକାଳ 7ଟା ରାତି 11ଟା ପର୍ଯ୍ୟନ୍ତ ନେତାଠୁ ଆରମ୍ଭ କରି ଅଭିନେତା, ପ୍ରଶଂସକ, ଅଫିସ କର୍ମଚାରୀ ସମସ୍ତେ ଶେଷ ଦର୍ଶନ କରିଥିଲେ । ଆଜି ସକାଳ ସମୟରେ ପାର୍ଥିବ ଶରୀରକୁ ରାମୋଜୀ ରାଓଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ 9ଟା ସମୟରେ ଶ୍ମଶାନ ଅଭିମୁଖେ ଶୋଭାଯାତ୍ରା ବାହାରିବା ପରେ ଲୋକାରଣ୍ୟ ହୋଇଥିଲା ପୁରା ଫିଲ୍ମସିଟି । ପ୍ରାୟ 2 ଘଣ୍ଟା ଧରି ଶୋଭାଯାତ୍ରା ପରେ ଶ୍ମଶାନରେ ପହଞ୍ଚିଥିଲା ପାର୍ଥିବ ଶରୀର । ଶେଷକୃତ୍ୟ କ୍ରିୟା ସମାପନ ସହ ତୋପ ସଲାମି ପରେ ମୁଖାଗ୍ନି ଦିଆଯାଇଥିଲା । ଶେଷକୃତ୍ୟ ସମୟରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ କଳା ଜଗତର ଗୋଟିଏ ଯୁଗର ଅନ୍ତ: ଶେଷ ନିଦ୍ରାରେ ରାମୋଜୀ ରାଓ, ବ୍ୟକ୍ତି ନୁହେଁ ଅନୁଷ୍ଠାନକୁ ହରାଇଲା ଦେଶ, ରବିବାର ଶେଷକୃତ୍ୟ - Media Tycoon Ramoji Rao

ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ଦୁଇ ଦିନ ପୂର୍ବେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ଭୋର ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଗଣମାଧ୍ୟମ, ସିନେମା, ସାହିତ୍ୟ, ଚାଷ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରିଥିଲେ ।

Last Updated : Jun 9, 2024, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.