ETV Bharat / bharat

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ, ମେଡିକାଲ କଲେଜ ଅଧ୍ୟକ୍ଷ ଦେଲେ ଇସ୍ତଫା - Kolkata Doctor Rape Murder case

author img

By ETV Bharat Odisha Team

Published : Aug 12, 2024, 1:46 PM IST

Kolkata Doctor Rape Murder case: କୋଲକାତା ସରକାରୀ ହସ୍ପିଟାଲରେ ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶର ବିଭିନ୍ନ ମେଡିକାଲ କଲେଜରେ ପ୍ରତିବାଦ । ଇସ୍ତଫା ଦେଲେ ଆର.ଜି କର ମେଡିକାଲ କଲେଜର ଅଧ୍ୟକ୍ଷ । ଜଣେ ଅଭିଯୁକ୍ତ ଗିରଫ । ବଙ୍ଗରେ ରାଜନୀତି ଉଷ୍ମ । ଅଧିକ ପଢନ୍ତୁ

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ, ମେଡିକାଲ କଲେଜ ଅଧ୍ୟକ୍ଷ ଦେଲେ ଇସ୍ତଫା
କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ, ମେଡିକାଲ କଲେଜ ଅଧ୍ୟକ୍ଷ ଦେଲେ ଇସ୍ତଫା (ETV Bharat Odisha)

କୋଲକାତା: ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି । ଦିଲ୍ଲୀ, ମୁମ୍ବାଇ, କୋଲକାତାର ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ କାର୍ଯ୍ୟବନ୍ଦ ସହ ଆମରଣ ଅନଶନରେ ବସିଛନ୍ତି । ଏହି ଘଟଣାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି । ଘଟଣାର ତଦନ୍ତ ନସରିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହାରି ମଧ୍ୟରେ ଘଟଣା ଘଟିଥିବା କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା
କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା (ETV Bharat Odisha)

ପଦ ଛାଡିଲେ ମେଡିକାଲ କଲେଜ ଅଧ୍ୟକ୍ଷ:-

ଗୁରୁବାର ରାତିରେ ଏହି ଘଟଣା ଘଟିବା ପରେ କୋଲକାତା ସମେତ ସମଗ୍ର ପଶ୍ଚିମବଙ୍ଗରେ ଉତ୍ତେଜନା ଲାଗି ରହିଛି । ଆଜି ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ତାଙ୍କ ନାମରେ ରାଜନୈତିକ ବିବୃତ୍ତି ଦିଆଯାଉଥିବାରୁ ସେ ନିଜ ପଦ ଛାଡିବା ଉଚିତ ବୋଲି କହିଛନ୍ତି । ସେ ଘଟଣାରେ ମର୍ମାହତ, ପୀଡିତା କନିଷ୍ଠ ଡାକ୍ତର ତାଙ୍କ ଝିଅ ପରି, ଅଭିଯୁକ୍ତ କଠୋର ଦଣ୍ଡପାଉ ବୋଲି ଡାକ୍ତର ଘୋଷ କହିଛନ୍ତି । ଅନ୍ୟପଟେ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିସାରିଛି । ଏବେ ସେ ପୋଲିସ ରିମାଣ୍ଡରେ ଜେରା ହେଉଛି । ବିରୋଧୀମାନେ ମମତା ସରକାରକୁ ଆଇନଶୃଙ୍ଖଳା ସ୍ଥିତି ନେଇ ଘେରିଛନ୍ତି ।

ଆଉ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଧମକ ଦେଇ ଯୁବକ ଗିରଫ:-

କୋଲକାତା ହସ୍ପିଟାଲରେ ଏପରି ଘଟଣା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଥିବା ବେଳେ ପଶ୍ଚିମବଙ୍ଗର ପୂର୍ବ-ବର୍ଦ୍ଧମାନ ଜିଲ୍ଲାର ଏକ ହସ୍ପିଟାଲରେ ଆଉ ଜଣେ ମହିଳା ଡାକ୍ତରଙ୍କୁ ଜଣେ ସିଭିକ-ଭଲ୍ୟୁଣ୍ଟର ଦୁଷ୍କର୍ମ ଓ ହତ୍ୟା ଧମକ ଦେଇଛି । ଚିକିତ୍ସାରେ ବିଳମ୍ବ ହେଲେ ଆରଜି.କର ହସ୍ପିଟାଲ ପରି ଘଟଣାର ପୁନରାବୃତ୍ତି ହେବ ବୋଲି ଜଣେ ମହିଳା ଡାକ୍ତରଙ୍କୁ ଅଭିଯୁକ୍ତ ଧମକ ଦେଇଥିଲା । ପରେ ପୋଲିସରେ ମହିଳା ଡାକ୍ତର ଜଣକ ଅଭିଯୋଗ କରିବା ପରେ ତୁରନ୍ତ ଅଭିଯୁକ୍ତ ପୋଲିସ ଉଠାଇ ନେଇଛି ।

ଏହା ମଧ୍ୟ ପଢନ୍ତୁ:- କୋଲକାତାରେ ଚାଞ୍ଚଲ୍ୟ: ସରକାରୀ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା - JUNIOR DOCTOR RAPED IN KOLKATA

9 ତାରିଖରେ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ ଥିବା 31 ବର୍ଷୀୟ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । 10 ତାରିଖ ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ,କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.