ETV Bharat / bharat

ବ୍ୟାପକ ହେଉଛି କୋଲକାତା କାଣ୍ଡର ପ୍ରତିବାଦ: ପ୍ରତି 2 ଘଣ୍ଟାରେ ଅପଡେଟ ଦେବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ - Kolkata doctor rape murder

author img

By ETV Bharat Odisha Team

Published : Aug 18, 2024, 11:14 AM IST

Updated : Aug 18, 2024, 11:32 AM IST

Law and order report: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ପ୍ରତି ରାଜ୍ୟରେ ଆଇନ ଶୃଙ୍ଖଳା ନେଇ କେନ୍ଦ୍ର କଡା ଆଭିମୁଖ୍ୟ ଗ୍ରହଣ କରିଛି। ପ୍ରତି ଦୁଇ ଘଣ୍ଟାରେ ଆଇନ ଶୃଙ୍ଖଳା ନେଇ ଅପଡେଟ ଦେବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

କୋଲକାତା କାଣ୍ଡକୁ ନେଇ ଗମ୍ଭୀର ହେଲା କେନ୍ଦ୍ର: ପ୍ରତି 2 ଘଣ୍ଟାରେ ଆନ୍ଦୋଳନ ଓ ଆଇନ ଶୃଙ୍ଖଳା ସ୍ଥିତିର ରିପୋର୍ଟ ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ
କୋଲକାତା କାଣ୍ଡକୁ ନେଇ ଗମ୍ଭୀର ହେଲା କେନ୍ଦ୍ର: ପ୍ରତି 2 ଘଣ୍ଟାରେ ଆନ୍ଦୋଳନ ଓ ଆଇନ ଶୃଙ୍ଖଳା ସ୍ଥିତିର ରିପୋର୍ଟ ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ (ETV Bharat Odisha)

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଡାକ୍ତର ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ସାରା ଦେଶରେ ଚିକିତ୍ସା ସେବା ପ୍ରଭାବିତ ହୋଇଛି । ଏହାକୁ ନେଇ ଆକ୍ସନମୋଡକୁ ଆସିଛି କେନ୍ଦ୍ର ଗୃହ ମନ୍ତ୍ରଣାଳାୟ । ଜାରି ରହିଥିବା ଡାକ୍ତର ଆନ୍ଦୋଳନ ଓ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ 2 ଘଣ୍ଟାରେ ଥରେ ଅପଡେଟ ଦେବାକୁ ପ୍ରତ୍ୟକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ରାଜ୍ୟ ପୋଲିସ ପ୍ରଶାସନକୁ ଗୃହ ମନ୍ତ୍ରଣାଳୟ ତରଫରୁ ଏନେଇ ଚିଠି ହୋଇଛି ।

  • ଆଇନ ଶୃଙ୍ଖଳା ନେଇ ଅପଡେଟ ଦିଅ:

ଚିଠିରେ ଉଲ୍ଲେଖ ରହିଥିବା ନିର୍ଦ୍ଦେଶ ଅନୁସାରେ, ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରରେ ପ୍ରତି ରାଜ୍ୟ ନଜର ରଖିବେ । ରାଜ୍ୟଗୁଡିକରେ ସ୍ଥିତି କିପରି ରହିଛି ସେନେଇ ଗୃହ ମନ୍ତ୍ରଣାଳୟକୁ ପ୍ରତି ଦୁଇ ଘଣ୍ଟାରେ ଅପଡେଟ ଦେବେ । ଅପରାହ୍ନ 4ଟା ପରଠାରୁ ଫ୍ୟାକ୍ସ, ଇ-ମେଲ, ହ୍ବାଟ୍ସଆପ ଦ୍ୱାରା ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ପଠାଇବେ । ଗୃହ ମନ୍ତ୍ରଣାଳୟ ହ୍ବାଟ୍ସଆପ ନମ୍ବର, ଫ୍ୟାକ୍ସ ଆଇଡି ଓ ଇ-ମେଲ ଆଇଡି ମଧ୍ୟ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା; ଡାକ୍ତରଙ୍କ ସୁରକ୍ଷା ପାଇଁ ମୋଦିଙ୍କୁ IMAର ଚିଠି, ଏମିତି କହିଲେ ନିର୍ଭୟାଙ୍କ ମା’ - Kolkata Doctor Death

  • ତଦନ୍ତ କରୁଛି ‘ସିବିଆଇ’

ଅଗଷ୍ଟ 9 ତାରିଖରେ କୋଲକାତାର ସରକାରୀ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ଥିବାବେଳେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ଘଟଣାର ପରଦିନ କୋଲକାତା ପୋଲିସର ଜଣେ ସିଭିଲିଆନ ଭଲ୍ୟୁଣ୍ଟିଅରଙ୍କୁ ଗିରଫ କରାଯାଇଥିଲା । କୋଲକାତା ହାଇକୋର୍ଟ ମଙ୍ଗଳବାର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜାରି ରଖିଛନ୍ତି ।

ଏହି ଘଟଣାର ତଦନ୍ତଭାର ‘ସିବିଆଇ’ ଗ୍ରହଣ କରିବା ପୂର୍ବରୁ ନାଟକୀୟ ଢଙ୍ଗରେ ବୁଧବାର ରାତିରେ ଏକ ଗୋଷ୍ଠୀ ହସ୍ପିଟାଲକୁ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ପାଇଁ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । ସମସ୍ତ ରାଜ୍ୟରେରେ ଡାକ୍ତରମାନେ ପ୍ରତିବାଦ କରୁଛନ୍ତି । ଗତକାଲି ‘ଆଇଏମଏ’ ତରଫରୁ 24 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ହସ୍ପିଟାଲଗୁଡିକରେ ମହିଳା ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ‘ଆଇଏମଏ’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2024, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.