ETV Bharat / bharat

ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ମେଡିକାଲ ଭିତରେ ଭଙ୍ଗାରୁଜା ଘଟଣାରେ ୧୯ ଗିରଫ, CBIକୁ ଡେଡଲାଇନ ଦେଲେ ମମତା, 17ରୁ କରିବେ ପ୍ରତିବାଦ - Kolkata doctor rape and murder

author img

By ETV Bharat Odisha Team

Published : Aug 16, 2024, 11:48 AM IST

RG Kar Medical College and Hospital vandalism: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ପଶି ଭଙ୍ଗାରୁଜା ମାମଲାରେ ୧୯ ଗିରଫ । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଅଭିଯୁକ୍ତମାନେ ମେଡିକାଲ ଭିତରେ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ । ଅଧିକ ପଢନ୍ତୁ

ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ମେଡିକାଲ ଭିତରେ ଭଙ୍ଗାରୁଜା ଘଟଣାରେ ୧୯ ଗିରଫ
ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ମେଡିକାଲ ଭିତରେ ଭଙ୍ଗାରୁଜା ଘଟଣାରେ ୧୯ ଗିରଫ (ANI)

କୋଲକାତା: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ପଶି ଭଙ୍ଗାରୁଜା ମାମଲାରେ ପୋଲିସ ୧୯ ଜଣଙ୍କୁ ଗିରଫ କରିଛି । ଏମାନେ ଗତ ବୁଧବାର ରାତିରେ ମେଡିକାଲ ପରିସରରେ ବ୍ୟାପକ ହିଂସାକାଣ୍ଡ ଘଟଣାଇଥିଲେ ଓ ଡାକ୍ତରଙ୍କୁ ମାଡ ମାରିବାରେ ସମ୍ପୃକ୍ତ ଥିଲେ । ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସୋସିଆଲ ମିଡିଆ ଫିଡ୍‌ବ୍ୟାକ୍ ଦ୍ବାରା ଚିହ୍ନଟ କରାଯାଇଛି । ଏନେଇ ଆଜି କୋଲକାତା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାରେ ସିବିଆଇକୁ ଡେଲାଇଲନ ଦେଇଛନ୍ତି । ଆସନ୍ତା ରବିବାର ମଧ୍ୟରେ ମାମଲାର ତଦନ୍ତ ଶେଷ ନହେଲେ ସେ ଧାରଣା ଦେବେ ବୋଲି କହିଛନ୍ତି । ଏପରିକି ଆସନ୍ତାକାଲିଠୁ ସେ ଧାରଣରେ ବସିବେ ।

ହସ୍ପିଟାଲ ପରିସରରେ ଭଙ୍ଗାରୁଜା ଘଟଣା ଗତକାଲି କୋଲକାତା ପୋଲିସ ସୋସିଆଲ ମିଡିଆରେ ସନ୍ଦିଗ୍ଧଙ୍କ ଫଟୋ ସେୟାର କରିଥିଲା । ସନ୍ଦିଗ୍ଧମାନଙ୍କ ମଧ୍ୟରୁ କାହାରିକୁ ଜାଣିଥିଲେ ପୋଲିସକୁ ଜଣାଇବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା । ଏଥିସହ ଚିହ୍ନଟ ପାଇଁ ଦୁର୍ବୃତ୍ତମାନେ ବ୍ୟାରିକେଡ ଭାଙ୍ଗି ମେଡିକାଲ ଭିତରକୁ ଧସେଇ ପଶୁଥିବାର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା ।

ପୋଲିସର କହିବା ଅନୁସାରେ, ବୁଧବାର ବିଳମ୍ବିତର ରାତି ପ୍ରାୟ ୧୨ଟା ୪୦ରେ କିଛି ଅଜ୍ଞାତ ଲୋକଙ୍କ ଏକ ବଡ ଗୋଷ୍ଠୀ ବ୍ୟାରିକେଡ ଭାଙ୍ଗି ଆରଜି କର ମେଡିକାଲ କଲେଜ ଭିତରକୁ ଧସେଇ ପଶିଥିଲେ । ସେମାନେ ହସ୍ପିଟାଲ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ସେଠାରେ ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ମାରପିଟ୍ କରିଥିଲେ । ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ବିରୋଧରେ ରାତି ଅଧରେ ମହିଳାମାନଙ୍କ ଦ୍ବାରା ଆରମ୍ଭ ହୋଇଥିଲା Reclaim the Night' ଅଭିଯାନ ମଧ୍ୟରେ ମେଡିକାଲ କଲେଜରେ ଏହି ହିଂସାକାଣ୍ଡ ।

ଏହା ମଧ୍ୟ ପଢନ୍ତୁ: କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, OPD ସେବା ଠପ୍‌ - Nationwide Doctors Protest

ଏନେଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସାଂଘାତିକ ଅଭିଯୋଗ ଆଣିଥିଲେ ଯେ, ଦୁଷ୍କର୍ମ ଓ ହତ୍ୟା ସ୍ଥଳରୁ ପ୍ରମାଣ ନଷ୍ଟ ପାଇଁ ମମତା ବାନାର୍ଜୀ ଟିଏମସି ଗୁଣ୍ଡାମାନଙ୍କୁ ପଠାଇଥିଲେ । ସେମାନେ ଆନ୍ଦୋଳନକାରୀଙ୍କ ସହ ମିଶି ମେଡିକାଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏନେଇ ପୋଲିସ କହିଛି, ସେମିନାଲ ହଲରେ କ୍ରାଇମ ଘଟିଥିଲା । ଦୁର୍ବୃତ୍ତମାନେ କ୍ରାଇମ ସ୍ପଟକୁ ଯାଇପାରିନାହାନ୍ତି । ତାହା ପୂର୍ବ ପରି ରହିଛି । ଏନେଇ ମିଥ୍ୟା ପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ଡାକ୍ତର ସଂଗଠନ ପକ୍ଷରୁ ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଛି । ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ଆରଜି କର ମେଡିକାଲ କଲେଜରେ ଭଙ୍ଗାରୁଜା ଘଟଣା ପ୍ରତିବାଦରେ ଏହି ଆନ୍ଦୋଳନ ହେଉଛି । ଘଟଣାର ତଦନ୍ତ କରୁଥିବା ସିବିଆଇ ହସ୍ପିଟାଲ ଏବଂ ପୀଡିତଙ୍କ ଘରକୁ ଯାଇ ଛାନଭିନ୍ କରିଛି । ପୀଡିତା ଟ୍ରେନି ଡାକ୍ତରଙ୍କ ୩ ଜଣ ବ୍ୟାଚମେଟଙ୍କୁ ମଧ୍ୟ ପଚରାଉଚରା କରିଛି ।

କହିରଖୁଛୁ କି, ଅଗଷ୍ଟ ୯ ତାରିଖ ସକାଳ ୩ଟାରୁ ୫ଟା ମଧ୍ୟରେ ୩୧ ବର୍ଷୀୟା ଟ୍ରେନ ମହିଳା ଡାକ୍ତରଙ୍କୁ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ହସ୍ପିଟାଲର ସେମିନାର ରୁମରୁ ତାଙ୍କର ମୃତଦେହ ମିଳିଥିଲା । ଏହି ଘଟଣାରେ କୋଲାତାକା ପୋଲିସର ପୋଲିସ ସ୍ବେଚ୍ଛାସେବୀ ସଞ୍ଜୟ ରାୟ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.