ETV Bharat / bharat

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଭତ୍ସନା କଲେ ସୁପ୍ରିମକୋର୍ଟ, ଆନ୍ଦୋଳନରତ ଡାକ୍ତରଙ୍କୁ କାମରେ ଯୋଗଦେବାକୁ କହିଲେ - Kolkata Doctor rape murder - KOLKATA DOCTOR RAPE MURDER

Kolkata rape murder case: କୋଲକାତା କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି । ଷ୍ଟାଟସ ରିପୋର୍ଟ ଦାଖଲ କଲା ‘ସିବିଆଇ’ । ପଢନ୍ତୁ ପୁରା ଖବର

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା: ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ, ଚାଲିଛି ଶୁଣାଣି
କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା: ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ, ଚାଲିଛି ଶୁଣାଣି (ETV Bharat Odisha)
author img

By ETV Bharat Odisha Team

Published : Aug 22, 2024, 11:38 AM IST

Updated : Aug 22, 2024, 11:52 AM IST

ନୂଆଦିଲ୍ଲୀ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି ସିବିଆଇ । ଏହି ରିପୋର୍ଟ ଜରିଆରେ ତଦନ୍ତକାରୀ ସଂସ୍ଥା ତଦନ୍ତ ଅଗ୍ରଗତି ସମ୍ପର୍କରେ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଛି । ତେବେ ଆଜି ବି ଶୁଣାଣି ବେଳେ ପଶ୍ଚିମବଙ୍ଗ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି କୋର୍ଟ । ପୀଡିତା ଡାକ୍ତରଙ୍କ ପୋଷ୍ଟମର୍ଟମ ପରେ କାହିଁକି ମାମଲା ରୁଜୁ ହେଲା ବୋଲି ପ୍ରଶ୍ନ କରି ପୋଲିସର ବ୍ୟବହାରକୁ ଲଜ୍ଜାଜନକ ବୋଲି କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଜଷ୍ଟିସ ଜେ.ବି ପର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

କୋଲକାତା ମାମଲାରେ କ'ଣ କହିଲେ ସୁପ୍ରିମକୋର୍ଟ:

ପୁଣିଥରେ ପଶ୍ଚିମବଙ୍ଗ ପୋଲିସକୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଖଣ୍ଡପୀଠ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ୩୦ ବର୍ଷ ଭିତରେ ଏଭଳି ଖାମଖିଆଲ ମାମଲା ଆମେ ଦେଖିନୁ । ପୀଡିତାଙ୍କ ପୋଷ୍ଟମର୍ଟମ ପରେ ମାମଲା ରୁଜୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଯଦି ସ୍ବାଭାବିକ ମୃତ୍ୟୁ ହୋଇଛି, ତାହେଲେ ପୋଷ୍ଟମର୍ଟମ କାହିଁକି କରାଗଲା । ଏଥିସହ ସୁପ୍ରିମକୋର୍ଟ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ଏବଂ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଆଶ୍ବାସନା ଦେଇଛନ୍ତି ।

ଓକିଲଙ୍କୁ ତାଗିଦ୍:

କୋଲକାତା ମାମଲାରେ ସୁପ୍ରିମକୋର୍ଟ ଓକିଲଙ୍କୁ ସୋସିଆଲ ମିଡିଆ ପୋଷ୍ଟକୁ ଆଧାର କରି ଯୁକ୍ତି ନ ବାଢିବାକୁ କହିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଆମ ପାଖରେ ପୋଷ୍ଟମର୍ଟମ ରିପୋର୍ଟ ଅଛି । ପୀଡିତାଙ୍କ ଶରୀରରୁ ୧୫୧ ଏମଏଲ ସିମେନ ମିଳିବା ତଥ୍ୟକୁ ସେ ଖଣ୍ଡନ କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, ହସ୍ପିଟାଲ ନୁହେଁ ବରଂ ପୀଡିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପୀଡିତାଙ୍କ ବାପାମାଆ ଏଫଆଇଆର ରୁଜୁ ନ କରିବାକୁ ପୋଲିସକୁ କହିଥିବା କଥା ସମ୍ପୂର୍ଣ୍ଣ ମିଛ ।

କୋଲକାତା କାଣ୍ଡକୁ ନେଇ ଦେଶବ୍ୟାପୀ ଉତ୍ତେଜନା:

ଟ୍ରେନି ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ହଜାର ହଜାର ଡାକ୍ତର ଓ ମେଡିକାଲ ଷ୍ଟାଫ ପୀଡିତାଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ମାମଲାର ମୁଖ୍ୟ ଅଭିଯୁକ୍ତ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ନେଇ ଦିନକୁ ଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଏବେ ସିବିଆଇ ଏହି ଘଟଣାର ତଦନ୍ତ କରୁଛି । ସୁପ୍ରିମକୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରି ଅଗଷ୍ଟ ୨୦ରେ ଶୁଣାଣି କରିଥିଲେ । ଏହି ସମୟରେ ସେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ପ୍ରଶାସନକୁ କଡା ଭତ୍ସନା କରିଥିଲେ । ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଡାକ୍ତର ଦୁଷ୍କର୍ମ-ହତ୍ୟା ଏବଂ ଆର.ଜି କର ହସ୍ପିଟାଲ ଭଙ୍ଗାରୁଜା ଘଟଣାରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ଉଭୟ ସିବିଆଇ ଓ ପଶ୍ଚିମବଙ୍ଗ ସରକାରକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ, ବୁଧବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବ CBI - National Task Force Of Doctors

ମମତା ସରକାର ପକ୍ଷରୁ ୨୧ ଜଣିଆ ଓକିଲ ଟିମ୍:

କୋଲକାତା ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ଜଣ ଓକିଲ ସୁପ୍ରିମକୋର୍ଟରେ ଲଢୁଛନ୍ତି । ଏମାନେ ହେଲେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ଆଡଭୋକେଟ ମାଧବ ସିଂହଲ, ଅକରଜ କୁମାର, ସ୍ବାତୀ ଘିଲଡିଆଲ ଓ ଏମକେ ଅରୋରା । ସେହିପରି ପଶ୍ଚିମବଙ୍ଗ ସରକାର ପକ୍ଷରୁ ୨୧ ଜଣ ଓକିଲ ମାମଲା ପରିଚାଳନା କରୁଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ କପିଲ ସିବଲ, ମେନକା ଗୁରୁସ୍ବାମୀ, ଆସ୍ଥା ଶର୍ମା, ଶ୍ରୀସତ୍ୟ ମହାନ୍ତି, ନିପୁମ ସକ୍ସେନା, ଲଭକେଶ ଭାନବାନି, ଅପରାଜିତା ଜାମୱାଲ ପ୍ରମୁଖ ରହିଛନ୍ତି ।

Last Updated : Aug 22, 2024, 11:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.