ETV Bharat / bharat

ଦେବଭୂମି କେରଳରେ ଭୟାବହ ବିତ୍ପତି; ୱାୟନାଡ ସିରିଜ ଭୂସ୍ଖଳନରେ 143 ଟପିଲା ମୃତ୍ୟୁ ସଂଖ୍ୟା, 400 ପରିବାର ବେଘର, 118 ରିଲିଫ କ୍ୟାମ୍ପରେ ବେସାହାରା - Massive Landslides hit Wayanad

author img

By ETV Bharat Odisha Team

Published : Jul 30, 2024, 7:59 AM IST

Updated : Jul 31, 2024, 8:49 AM IST

Kerala Landslides: କେରଳ ଓ୍ବାୟନାଡ ଜିଲ୍ଲାରେ ଆଜି ଏକାଧିକ ସ୍ଥାନରେ ଭୂସ୍ଖଳନ । ଏବେ ସୁଦ୍ଧା 143 ଜଣରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ମାଟି ତଳେ ଫସିରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ ।

Kerala Landslides
Kerala Landslides (ETV Bharat Odisha)

ଥିରୁଅନନ୍ତମପୁରମ: ଅଘଟଣର ଦିନ ମଙ୍ଗଳବାର । ଆଜି (ମଙ୍ଗଳବାର) ସକାଳୁ ସକାଳୁ କେରଳ ରାଜ୍ୟର ଓ୍ବାୟନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଛି । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟିଛି । ଏଥିରେ ଏବେସୁଦ୍ଧା ୩ ଶିଶୁ ସମେତ 143ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ମାଟି ତଳେ ଫସିରହିଥିବା ନେଇ ଆଶଙ୍କା କରାଯାଉଛି । ସେପଟେ ପାଖାପାଖି 400 ଘର ମାଟିରେ ପୋତି ଯାଇଥିବାରୁ ଅନେକ ପରିବାର ବେଘର ହୋଇଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବର୍ଷାରେ ବେହାଲ କେରଳ (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. କୁଶଭଦ୍ରା ନଦୀ ବନ୍ଧ ତଳେ 300 ମିଟର ସୁଡ଼ଙ୍ଗ, ମାଟି ପକାଇଲେ ହୋଇଯାଉଛି ଉଭାନ ! - Kushabhadra River Embankment

Kerala Landslides (ETV Bharat)

ସୂଚନା ଅନୁଯାୟୀ ଆଜି ଭୋର ସମୟରେ କେରଳର ଓ୍ବାୟନାଡ ଜିଲ୍ଲାର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଥିଲା । ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଭୁସ୍ଖଳନ ଯୋଗୁଁ ଅନ୍ୟ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଏନଡିଆରଏଫ ସମେତ ୨୨୫ଜଣ ନିୟୋଜିତ ହୋଇଛନ୍ତି ।

Kerala Landslides
Kerala Landslides (ETV Bharat Odisha)

ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, "କେରଳର ଓ୍ବାୟନାଡ ଜିଲ୍ଲାର ମେପ୍ପଡି ନିକଟରେ ଥିବା ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଅନେକ ଏବେବି ଫସି ରହିଛନ୍ତି । ସମସ୍ତ ସରକାରୀ ଅଧିକାରୀ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ ଫୋନ ଯୋଗେ କଥା ହୋଇଥିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, "ଓ୍ବାୟନାଡ ଭୂସ୍ଖଳନ ନେଇ ମୁଁ ଗଭୀର ମର୍ମାହତ । ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମାଟି ତଳେ ଫସି ରହିଥିବା ବ୍ୟକ୍ତିଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବା ନେଇ ମୋର ଆଶା ରହିଛି ।

ସେ ଆଉମଧ୍ୟ ଲେଖିଛନ୍ତି, " ମୁଁ ଏନେଇ କେରଳ ମୁଖ୍ୟମନ୍ତ୍ରୀ ଓ ଓ୍ବାୟାନାଡ ଜିଲ୍ଲାପାଳଙ୍କ ସହ କଥା ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସେ ସୂଚନା ଦେଇଛନ୍ତି ।"

କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗୋଟିଏ ଏନଡିଆରଏଫ ଟିମ ଓ୍ବାୟାନାଡରୁ ଯାଇଥିବା ବେଳେ କନ୍ନୁର ଡିଫେନ୍ସ ସିକ୍ୟୁରିଟି କର୍ପ୍ସର ଆଉ ୨ଟି ଟିମକୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ମଧ୍ୟ ଅଘଟଣ ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2024, 8:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.