ETV Bharat / bharat

ପ୍ରତିଦିନ 12 ଘଣ୍ଟା ଖଟିବେ IT କର୍ମଚାରୀ, ସରକାର ଆଣୁଛନ୍ତି ବିଲ୍‌ ! - IT EMPLOYEES WORKING HOURS

author img

By ETV Bharat Odisha Team

Published : Jul 21, 2024, 11:01 PM IST

IT EMPLOYEES WORKING HOURS: ଏଣିକି ଦିନକୁ 12 ଘଣ୍ଟା ଅଫିସରେ ଖଟିବେ ଆଇଟି କର୍ମଚାରୀ । ଏଭଳି ବିଲ୍‌ ଆଣିବାକୁ ଏହି ସରକାର ଯୋଜନା କରୁଛନ୍ତି । ଯାହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

IT EMPLOYEES WORKING HOURS
IT EMPLOYEES WORKING HOURS (ETV Bharat)

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଦଳିପାରେ ଆଇଟି ନିୟମ । ଫଳରେ ଆଇଟି କର୍ମଚାରୀଙ୍କ ୱାର୍କିଂ ଆୱାର 12 ଘଣ୍ଟାକୁ ବୃଦ୍ଧି ପାଇପାରେ । ଏ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ପ୍ରସ୍ତାବକୁ ସଂଶୋଧନ କରିବାକୁ ଯୋଜନା କରିବା ପରେ ଆଇଟି କ୍ଷେତ୍ରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଫିସରେ କାର୍ଯ୍ୟ ସମୟ ବୃଦ୍ଧି କରିବା ଦ୍ବାରା କର୍ମଚାରୀଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିବ ଅଭିଯୋଗ କରି ଏହାକୁ କର୍ଣ୍ଣାଟକ ଆଇଟି କର୍ମଚାରୀ ୟୁନିୟନ ବିରୋଧ କରିଛି ।

IT EMPLOYEES WORKING HOURS
IT EMPLOYEES WORKING HOURS (X)

କଣ ଏହି ନୂଆ ଯୋଜନା ?

ନୂଆ ପ୍ରସ୍ତାବ ଅନୁସାରେ, ଆଇଟି/ଆଇଟିଇଏସ/ବିପିଓ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏଣିକି ଦିନକୁ 12 ଘଣ୍ଟା ଅଫିସରେ କାମ କରିବେ । ରାଜ୍ୟ ସରକାର 'କର୍ଣ୍ଣାଟକ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୬୧'ରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି । ତେଣୁ ଆଇଟି କମ୍ପାନୀ ଗୁଡ଼ିକ ଚାହୁଁଛନ୍ତି ଯେ ସେମାନଙ୍କ ପ୍ରସ୍ତାବକୁ ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଉ । ଫଳରେ ଆଇନଗତ ଭାବେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ୧୪ ଘଣ୍ଟା (୧୨ ଘଣ୍ଟା + ୨ ଘଣ୍ଟା ଓଭରଟାଇମ୍) ହୋଇଯିବ । ବର୍ତ୍ତମାନର ଶ୍ରମ ନିୟମ ଅନୁଯାୟୀ, 12 ଘଣ୍ଟା(୧୦ ଘଣ୍ଟା + ୨ ଘଣ୍ଟା ଓଭର ଟାଇମ୍‌) ପର୍ଯ୍ୟନ୍ତ କାର୍ଯ୍ୟ ସମୟକୁ ଅନୁମତି ରହିଛି । ସରକାର ଏ ପ୍ରସଙ୍ଗରେ ଏକ ପ୍ରାରମ୍ଭିକ ବୈଠକ କରିଥିବା ବେଳେ ଆଗାମୀ ଦିନରେ ଏନେଇ ନିଷ୍ପତ୍ତି ନେବାକୁ ଯୋଜନା କରୁଛନ୍ତି ।

IT EMPLOYEES WORKING HOURS
IT EMPLOYEES WORKING HOURS (X)

କଣ କହୁଛି KITU ?

କର୍ଣ୍ଣାଟକ ଆଇଟି କର୍ମଚାରୀ ସଂଘ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଛି । କେଆଇଟିୟୁର ମହାସଚିବ ସୁହାସ ଅଡିଗା କହିଛନ୍ତି ଯେ ଏହାଦ୍ବାରା ଆଇଟି କମ୍ପାନୀ ଗୁଡିକରେ ଦୈନିକ କାର୍ଯ୍ୟ ସମୟକୁ ଅନିଶ୍ଚିତତା ସମୟ ପର୍ଯ୍ୟନ୍ତ ବଢାଇ ଦିଆଯିବ । ଏହି ପ୍ରସ୍ତାବକୁ ସଂଶୋଧନ କରାଗଲେ କମ୍ପାନୀଗୁଡ଼ିକ ବର୍ତ୍ତମାନ ଥିବା ତିନୋଟି ସିଫ୍ଟ ପ୍ରଣାଳୀକୁ 2ଟି ସିଫ୍ଟରେ ପରିଣତ କରିବ । ଏହାସହିତ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବ । ଖାଲି ସେତିକି ନୁହେଁ, ସରକାର ଏଥିଲାଗି ଅନୁମତି ଦେଲେ କର୍ମଚାରୀଙ୍କ ଶାରୀରିକ ଓ ମାନସିକ ଉପରେ ଗଭୀର ପ୍ରଭାବ ପଡ଼ିବ ।

ଏହା ବି ପଢନ୍ତୁ- Health of IT Employees: ରିସର୍ଚ୍ଚରେ ଖୁଲାସା, ଆଇଟି କର୍ମଚାରୀଙ୍କୁ ରୋଗର ଆଶଙ୍କା ଅଧିକ

ଏକ ରିପୋର୍ଟ ଅନୁସାରେ ଆଇଟି ସେକ୍ଟର କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ 45 ପ୍ରତିଶତ କର୍ମଚାରୀ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହିତ 55 ପ୍ରତିଶତ କର୍ମଚାରୀ ଅବସାଦଗ୍ରସ୍ତ ହୋଇପଡୁଥିବା ବେଳେ ଶାରୀରିକ ସମସ୍ୟା ଭୋଗୁଛନ୍ତି । ଯଦି ୱାର୍କିଂ ଆୱାର ବୃଦ୍ଧି କରାଯାଏ ତେବେ ସ୍ଥିତି ଆହୁରି ଜଟିଳ ହୋଇଯିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.