ETV Bharat / bharat

ଟି ଲଭର୍ସ ସାବଧାନ, ଚା'ରେ କୀଟନାଶକ ଓ କେମିକାଲ ! - Ban On Tea

author img

By ETV Bharat Odisha Team

Published : Jul 12, 2024, 6:06 PM IST

Ban On Tea: ଅଧିକ ଚା' ପିଉଥିଲେ ହୋଇଯାଆନ୍ତୁ ସାବଧାନ । ଚା' ସାମ୍ପୁଲରୁ କ୍ଷତିକାରକ କୀଟନାଶକ ପାଇଛନ୍ତି ଫୁଡ୍ ସେଫ୍ଟି ଅଧିକାରୀ । ପଢନ୍ତୁ ପୂରା ଖବର ।

Ban On Tea
Ban On Tea (ETV Bharat)

ହାଇଦ୍ରାବାଦ: କୁହାଯାଏ ଚା' ପିଇବା ପରେ ହିଁ ଭାରତୀୟଙ୍କ ସକାଳ ଆରମ୍ଭ ହୋଇଥାଏ । ଅଧିକାଂଶ ଲୋକେ ସକାଳୁ ଗୋଟିଏ କପ୍ ଚା' ସହ ଖବର କାଗଜ ପଢିବାକୁ ପସନ୍ଦ କରିଥାନ୍ତି । ସେହିପରି କେହି କେହି ଦୋକାନରେ କରିଥାନ୍ତି ଚା' ଖଟି । ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାବେଳେ ଚା' ର ଚାହିଦା ଆହୁରି ବଢିଛି । ଏହାରି ଭିତରେ କର୍ଣ୍ଣାଟକରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଫୁଡ୍ ସେଫ୍ଟି ଅଫିସରମାନେ ଜାଣିବାକୁ ପାଇଛନ୍ତି ସାଙ୍ଘାତିକ ତଥ୍ୟ ।

FSSAI (ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ) ପକ୍ଷରୁ କରାଯାଇଥିବା ପରୀକ୍ଷା ଅନୁସାରେ ଚା' ପତି ବା ଡଷ୍ଟରେ ବହୁ ମାତ୍ରାରେ କୀଟନାଶକ ଏବଂ କେମିକାଲ ରଙ୍ଗ ବ୍ୟବହାର କରାଯାଉଥିବା ଜାଣିବାକୁ ମିଳିଛି । ରୋଡାମାଇନ-ବି, କାର୍ମୋଡାସିନ ପରି ଖାଦ୍ୟରେ ବ୍ୟବହୃତ କେମିକାଲ ରଙ୍ଗ ଚା'ରେ ରହିଥିବା ଜଣାପଡ଼ିଛି । ଯାହାକି ଶରୀର ପାଇଁ କ୍ଷତିକାରକ । ଚା'ରେ ମିଶୁଥିବା ପତି ରଙ୍ଗ ଖୁବ ବିଷାକ୍ତ ।

ଚା'ରେ କୀଟନାଶକ:

FSSAI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚା' ପତିରେ ବହୁ ମାତ୍ରାରେ କୀଟନାଶକ ଓ ଉର୍ବରକ ରହୁଛି । ଚାଷ ସମୟରେ ଗଛମାନଙ୍କରେ କୀଟନାଶକ ସିଞ୍ଚନ ହେଉଥିବାରୁ ଚା' ପତିରେ ମଧ୍ୟ ଏହାର ମାତ୍ରା ଅଧିକ ରହୁଛି । ଚା' ଫଳରେ ଏହାକୁ ପିଇବା ଦ୍ବାରା ବହୁ ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି । ଉତ୍ତର କର୍ଣ୍ଣାଟକର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୪୮ଟି ସାମ୍ପୁଲ ସଂଗ୍ରହ କରାଯାଇଛି । ବାଗଲକୋଟ, ବିଦର, ଗାଦଗ, ଧାରୱଡ, ହୁବଲି, ବିଜୟନଗର, କୋପଲ, ବଲ୍ଲରିରୁ ଚା'ର ନମୁନା ସଂଗ୍ରହ କରିଛନ୍ତି ଫୁଡ୍ ସେଫଟି ଅଧିକାରୀ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୩୫ରୁ ୪୦ କମ୍ପାଉଣ୍ଡ ଏବଂ ରାସାୟନିକ ପଦାର୍ଥର ବିଶ୍ଳେଷଣ କରାଯିବ ।

ରୋଡାମାଇନ-ବି କ'ଣ?

ରୋଡାମାଇନ-ବି ହେଉଛି ଏକ ରାସାୟନିକ ରଙ୍ଗ ଯାହାକି କପଡା, କାଗଜ, ଚମଡା, ପ୍ଲାଷ୍ଟିକ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଏହି ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିଲେ ଆଖି ଜଳାପୋଡା ହେବା ସହ ଶ୍ବାସକ୍ରିୟାରେ ସମସ୍ୟା ଆଦି ଦେଖାଯାଇଥାଏ ।

ଏହି ଖାଦ୍ୟ ଉପରେ ଲାଗିଛି ବ୍ୟାନ୍:

କର୍ଣ୍ଣାଟକ ସରକାର କୋବି ମଞ୍ଚୁରିଆନ, ଗୁପଚୁପ ଏବଂ କବାବ ଆଦି ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ଖାଦ୍ୟ ପ୍ରସ୍ତୁତି ବେଳେ ବ୍ୟବହୃତ ହେଉଥିବା ରଙ୍ଗ ଶରୀର ପାଇଁ ହାନିକାରକ। ଖାଦ୍ୟ ପଦାର୍ଥରେ ଯଥା ସମ୍ଭବ କମ୍ ଓ ପ୍ରାକୃତିକ ରଙ୍ଗ ବ୍ୟବହାର କରିବାକୁ ଅନୁମତି ଦେଇଛି FSSAI । ସମସ୍ତ ଖାଦ୍ୟ ପଦାର୍ଥରେ ରଙ୍ଗର ବ୍ୟବହାର ପାଇଁ ଅନୁମତି ମଧ୍ୟ ନାହିଁ । ତେବେ ଆଇସକ୍ରିମ, ବିସ୍କୁଟ, କେକ୍, କଷ୍ଟାର୍ଡ ପାଉଡର, ଜେଲି କ୍ରିଷ୍ଟାଲ ଆଦିରେ ରଙ୍ଗର ବ୍ୟବହାର କରାଯାଇଥାଏ ।

ଏହା ବି ପଢନ୍ତୁ...ଗୋଟିଏ ଦିନରେ କେତେ କପ୍‌ ଚା ଓ କଫି ପିଇବା ଉଚିତ୍ ? ଜାଣନ୍ତି କି - ICMR Report On Tea

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.