ETV Bharat / bharat

କର୍ଣ୍ଣାଟକରେ ଟ୍ୟାକ୍ସି ଯାତ୍ରୀଙ୍କ ପାଇଁ ଖୁସି ଖବର; 'ଏକକ ଭଡ଼ା' ଘୋଷଣା କଲେ ରାଜ୍ୟ ସରକାର - Uniform fare for taxis

Karnataka govt fixes uniform fare for taxis: କର୍ଣ୍ଣାଟକରେ ଟ୍ୟାକ୍ସି ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସାରା ରାଜ୍ୟରେ ଟ୍ୟାକ୍ସି ସେବା ପାଇଁ ଗୋଟିଏ ଭଡ଼ା ନିର୍ଦ୍ଧାରଣ କରିଛନ୍ତି କର୍ଣ୍ଣାଟକ ସରକାର । ଅଧିକ ପଢନ୍ତୁ

Karnataka govt
କର୍ଣ୍ଣାଟକ ସରକାର
author img

By ETV Bharat Odisha Team

Published : Feb 5, 2024, 3:32 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଟ୍ୟାକ୍ସି ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସାରା ରାଜ୍ୟରେ ଟ୍ୟାକ୍ସି ସେବା ପାଇଁ ଗୋଟିଏ ଭଡା ନିର୍ଦ୍ଧାରଣ କରିଛନ୍ତି କର୍ଣ୍ଣାଟକ ସରକାର । ସିଟି ଟ୍ୟାକ୍ସି ଏବଂ ଓଲା, ଉବର ଭଳି ଆପ୍ ଆଧାରିତ ଏଗ୍ରିଗେଟର୍ସ ମଧ୍ୟମରେ ଚଳାଚଳ କରୁଥିବା ଟ୍ୟାକ୍ସିକୁ ଏବେ କର୍ଣ୍ଣାଟକ ପରିବହନ ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ଭଡ଼ା ନିୟମକୁ ପାଳନ କରିବାକୁ ପଡିବ । ବିଭାଗ ଦ୍ୱାରା ଶନିବାର ଦିନ ଏକ ନୂଆ ନିୟମ ଜାରି କରିଯାଇଛି । ଏଥିସହ ଓଲା, ଉବର ଭଳି ସଂସ୍ଥାକୁ ମଧ୍ୟ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଟି ଟ୍ୟାକ୍ସି ଓ ଆପ ମାଧ୍ୟମରେ ବୁକ କରାଯାଉଥିବା ଗାଡିଗୁଡିକ ସମସ୍ତେ ସମାନ ଭଡା ନେବାକୁ ବାଧ୍ୟ ବୋଲି କର୍ଣ୍ଣାଟକ ପରିବହନ ବିଭାଗ ନୂଆ ନିୟମ ଜାରି କରିଛନ୍ତି । ଏହି ସଂଶୋଧିତ ଭଡା ନିୟମ ସମଗ୍ର ରାଜ୍ୟରେ ଲାଗୁ କରାଯିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ପୂର୍ବରୁ ଟ୍ୟାକ୍ସି ଓ ଆପ ମାଧ୍ୟମରେ ବୁକ କରାଯାଉଥିବା କ୍ୟାବଗୁଡିକର ଭଡା ଭିନ୍ନ ଭିନ୍ନ ଥିଲା ।

କର୍ଣ୍ଣାଟକ ସରକାରଙ୍କ ନୂତନ ନିୟମ ଅନୁଯାୟୀ, ଏହି ଭଡ଼ା ଟଙ୍କାକୁ 3 ଶ୍ରେଣୀରେ ଅନ୍ତର୍ଭୂକ୍ତ କରାଯାଇଛି । ଯେଉଁ ଗାଡ଼ିଗୁଡିକ କ୍ରୟ ମୂଲ୍ୟ 10 ଲକ୍ଷ କିମ୍ବା ତାଠାରୁ କମ୍ ସେଗୁଡିକର ଭଡା ପ୍ରତି 4 କିଲୋମିଟରକୁ ସର୍ବନିମ୍ନ ଭଡ଼ା 100 ଟଙ୍କା ଓ ପ୍ରତ୍ୟେକ ଅତିରିକ୍ତ କିଲୋମିଟର ପାଇଁ 24 ଚଙ୍କା ଦେବାକୁ ପଡ଼ିବ । ଯେଉଁ ଗାଡିଗୁଡିକ କ୍ରୟ ମୂଲ୍ୟ 10 ଲକ୍ଷ ଟଙ୍କାରୁ 15 ଲକ୍ଷ ପର୍ଯ୍ୟନ୍ତ ଅଟେ ସେହି ଗାଡିରେ ଗଲେ 115 ଟଙ୍କା ଦେବାକୁ ପଡିବ । ଏହି ହିସାବରେ ପ୍ରତି କିଲୋମିଟରକୁ 28 ଟଙ୍କା ଲେଖାଏ ଧାର୍ଯ୍ୟ କରାଯାଇଛି । 15 ଲକ୍ଷରୁ ଅଧିକ ଟଙ୍କାର ଗାଡିରେ ଯିବାକୁ ହେଲେ ଅତିକମରେ 130 ଟଙ୍କା ଦେବାକୁ ପଡିବ । ଏହାର ପ୍ରତ୍ୟେକ ଅତିରିକ୍ତ କିଲୋମିଟରକୁ 32 ଟଙ୍କା ଲେଖାଏ ଧାର୍ଯ୍ୟ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଅଦାଲତ ନିଷ୍ପତ୍ତିରେ ଅସନ୍ତୋଷ; ଓକିଲଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ ସୂଚିତ କରାଯାଇଛି ଯେ, ଯଦି କୌଣସି କ୍ୟାବକୁ ଏହାଠୁ ଅଧିକ ଭଡା ନେବାକୁ ଅନୁମତି ଦିଆଯାଇନାହିଁ । ଓ୍ବେଟିଂ ଚାର୍ଜ ଯଦି ନେବାକୁ ଚାହିଁବେ ତେବେ ପ୍ରଥମ 5 ମିନିଟ ଫ୍ରି ରହିବ ଏହାପରେ ପ୍ରତି ମିନିଟ ହିସାବରେ ଯାତ୍ରୀଙ୍କଠାରୁ 1 ଟଙ୍କା ଲେଖାଏଁ ଓ୍ୱେଟିଂ ଚାର୍ଜ ନେଇପାରିବେ । ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ ଆଉ ମଧ୍ୟ କୁହାଯାଇଛି ଯେ, ଆପ ଆଧାରିତ ଏଟ୍ରିଗେଟର ଯାତ୍ରୀମାନଙ୍କଠାରୁ 5% ଜିଏସଟି ସହ ଟୋଲ ଶୁଳ୍କ ମଧ୍ୟ ନେଇପାରିବେ । ଏଥିରେ ଆଉ ମଧ୍ୟ କୁହାଯାଇଛି ଯେ, ରାତି 12ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଯଦି କ୍ୟାବ ବୁକ କରାଯାଉଛି ତେବେ ଅପରେଟର 10 ପ୍ରତିଶତ ଅତିରିକ୍ତ ଶୁଳ୍କ ନେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.