ETV Bharat / bharat

‘ସୁଟ ଆଣ୍ଡ କିଲ୍‌ ଲ’ ମନ୍ତବ୍ୟ: ବରିଷ୍ଠ ବିଜେପି ନେତା ଇଶ୍ବରପ୍ପାଙ୍କ ନାମରେ ମାମଲା ରୁଜୁ - BJP Leader Eshwarappa

Shoot and Kill Law Statement: ବରିଷ୍ଠ ବିଜେପି ନେତା ଇଶ୍ବରପ୍ପାଙ୍କ ନାମରେ ମାମଲା । ନିର୍ଦ୍ଦିଷ୍ଟ କଂଗ୍ରେସ ନେତାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ

‘ସୁଟ ଆଣ୍ଡ କିଲ ଲ’ ମନ୍ତବ୍ୟ ମାମଲା: ବରିଷ୍ଠ ବିଜେପି ନେତା ଇଶ୍ବରପ୍ପାଙ୍କ ନାମରେ ମାମଲା

author img

By ETV Bharat Odisha Team

Published : Feb 10, 2024, 8:58 PM IST

ବେଙ୍ଗାଲୁରୁ: ଦେଶ ବିଭାଜନ କରିବାକୁ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିବା ‘ସୁଟ ଆଣ୍ଡ କିଲ ଲ’ କାର୍ଯ୍ୟକାରୀ ହେବା ଉଚିତ ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗରେ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ଇଶ୍ବରପ୍ପାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ପୂର୍ବତନ ମନ୍ତ୍ରୀ ତଥା କର୍ଣ୍ଣାଟକ ବିଜେପିର ଏହି ବରିଷ୍ଠ ନେତା ଏହି ମନ୍ତବ୍ୟ, କଂଗ୍ରେସ ସାଂସଦ ତଥା ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡିକେ ସୁରେଶ ଓ ଅନ୍ୟ ଜଣେ କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କ ସମ୍ପର୍କରେ ଦେଇଥିଲେ । ଏବେ ଇଶ୍ବରପ୍ପାଙ୍କ ବିରୋଧରେ ବେଙ୍ଗାଲୁରୁର ବାରାଙ୍ଗଗାଏ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ଇଶ୍ବରପ୍ପା କହିଥିଲେ, ଡି.କେ ସୁରେଶ ଓ ବିନୟ କୁଲକର୍ଣ୍ଣିଙ୍କ ପରି ଦେଶକୁ ବିଭାଜିତ କରିବାକୁ ଚାହୁଁଥିବା ନେତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବଂଶଜ । ଏମାନଙ୍କ ପାଇଁ ସୁଟ ଆଣ୍ଡ କିଲ ଲ’ କାର୍ଯ୍ୟକାରୀ ହେବା ଉଚିତ । ଏମାନଙ୍କୁ ସିଧା ଗୁଳି କରି ଦେବା କଥା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛନ୍ତି ଯେ, ଏହିପରି ଏକ ଆଇନ ଦେଶରେ କାର୍ଯ୍ୟକାରୀ କରନ୍ତୁ । ଦେବନାଗରୀ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ବେଳେ ଇଶ୍ବରପ୍ପା ଏହି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

ଏହା ପରେ କଂଗ୍ରେସ କ୍ୟାମ୍ପରେ ଏହାକୁ ନିନ୍ଦା କରାଯାଇଥିଲା । ପ୍ରିୟଙ୍କ ଖଡଗେ ଓ ରାମଲିଙ୍ଗମ ରେଡ୍ଡୀ ପ୍ରମୁଖ କଂଗ୍ରେସ ନେତା ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା ଏଚ.କେ ପାଟିଲ ଇଶ୍ବରପ୍ପା ତୁରନ୍ତ 24 ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ପରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଇଶ୍ବରପ୍ପାଙ୍କ ନାମରେ ଲିଖିତ ଏତଲା ହେବା ପରେ ପୋଲିସ ମାମଲା ଦାଏର କରିସାରିଥିବା ରାଜ୍ୟ ଗୃହମନ୍ତ୍ରୀ ଜି.ପରମେଶ୍ବର ମଧ୍ୟ ସ୍ପଷ୍ଟ କରିଛନ୍ତି । ତାଙ୍କ ବିରୋଧରେ ଆଇପିସିର ଧାରା-505 (1) C, 505 (2), 506 R ରେ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଗୃହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଗତ 5 ବର୍ଷରେ ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ଦେଖିଛି ଦେଶ’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଦକ୍ଷିଣ ରାଜ୍ୟମାନଙ୍କୁ ଉଚିତ ଗୁରୁତ୍ବ ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି । ଏହିକ୍ରମରେ କଂଗ୍ରେସରୁ ସାଂସଦ ଥିବା ଡି.କେ ସୁରେଶ ଦକ୍ଷିଣ ଭାରତକୁ ଏକ ଭିନ୍ନ ଦେଶର ମାନ୍ୟତା ଦେବା ପାଇଁ ଦାବି ହେବା ଉଚିତ ବୋଲି କହିଥିବା ଅଭିଯୋଗ ହୋଇଥିଲା । ଏହାପରେ ଇଶ୍ବରପ୍ପାଙ୍କର ଏହି ‘ସୁଟ ଆଣ୍ଡ କିଲ’ ମନ୍ତବ୍ୟ ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.