ETV Bharat / bharat

24 ବର୍ଷରେ ଝାଡ଼ଖଣ୍ଡରେ 13 ମୁଖ୍ୟମନ୍ତ୍ରୀ; କେବଳ ରଘୁବର ଦାସ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ - Jharkhand see 13 CM in 24 yrs

author img

By ETV Bharat Odisha Team

Published : Jul 4, 2024, 6:50 PM IST

Jharkhand see 13 CM in 24 yrs: ରାଜନୈତିକ ବାଦ ବିବାଦ ମଧ୍ୟରେ ସ୍ବତନ୍ତ୍ର ରାଜ୍ୟ ଗଠନ ପରଠାରୁ ଝାଡ଼ଖଣ୍ଡ ଦେଖିଲାଣି 13ଜଣ ମୁଖ୍ୟମନ୍ତ୍ରୀ । ହେଲେ କେବଳ ବିଜେପି ନେତା ତଥା ବର୍ତ୍ତମାନର ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବ୍ୟତୀତ କୌଣସି ଜଣେ ବି ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି । ଅଧିକ ପଢନ୍ତୁ

Jharkhand Politics
Jharkhand Politics (ETV Bharat Odisha)

ରାଞ୍ଚି: ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ । ଆଜି ସନ୍ଧ୍ୟା 5ଟାରେ ବିଧିବଦ୍ଧ ଭାବେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଝାଡ଼ଖଣ୍ଡ ରାଜନୀତି ଇତିହାସ ପୃଷ୍ଠା ଲେଉଟାଇଲେ କେବଳ ବିଜେପି ନେତା ରଘୁବର ଦାସଙ୍କ ବ୍ୟତୀତ ଅନ୍ୟ କୌଣସି ବି ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିନାହାନ୍ତି । ଆଉ ଏକ ଖାସ କଥା ହେଉଛି ଝାଡ଼ଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ଗତ 24 ବର୍ଷ ମଧ୍ୟରେ ଦେଖିଲାଣି 13ଜଣ ମୁଖ୍ୟମନ୍ତ୍ରୀଙ୍କ ଚେହେରା ।

2000 ନଭେମ୍ବର 15 ତାରିଖ । ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଗଠନ ହେଲା ଝାଡ଼ଖଣ୍ଡ । ଖଣିଜ ସମ୍ପଦରେ ଭରା ଝାଡ଼ଖଣ୍ଡ ରାଜନୈତିକ ଭାବେ ମଧ୍ୟ ଏକ ଖଣି ଖାଦାନରୁ କମ ନୁହେଁ । ରାଜନୈତିକ ବାଦ ବିବାଦ ମଧ୍ୟରେ ରାଜ୍ୟ ଗତ 24ବର୍ଷରେ ଦେଖିଛି 13ଜଣ ମୁଖ୍ୟମନ୍ତ୍ରୀ । ଏହାସହିତ ରାଜ୍ୟରେ 3ଥର ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇଛି । ଅନ୍ୟପଟେ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଦେଖିଲେ ଏହା ହାରାହାରି 1.5 ବା ଦେଢ ବର୍ଷ ରହିଛି । ସ୍ବାଧୀନ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବାରେ ଗୌରବ ଅର୍ଜନ କରିଛି ଝାଡ଼ଖଣ୍ଡ । ଯିଏକି 2ବର୍ଷ ପର୍ଯ୍ୟନ୍ତ ରାଜ୍ୟର ମୁଖିଆ ଭାବେ ଶାସନ ଭାର ଗ୍ରହଣ କରିଥିଲେ ।

ଝାଡ଼ଖଣ୍ଡର 10ଦିନିଆ ମୁଖ୍ୟମନ୍ତ୍ରୀ:-

ଶିବୁ ସୋରେନ ବିହାରରୁ ଝାଡ଼ଖଣ୍ଡକୁ ଅଲଗା ରାଜ୍ୟ ଭାବେ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ସେ ମାତ୍ର 10 ଦିନ ଏହି ପ୍ରତିଷ୍ଠିତ ଗାଦିରେ ବସିଥିଲେ । 'ଗୁରୁଜୀ' ନାମରେ ବେଶ ଜଣାଶୁଣା ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ଘୋଟାଲା ମାମଲାରେ ଗିରଫ କରିଥିଲା ।

ଝାଡ଼ଖଣ୍ଡର ପ୍ରାରମ୍ଭିକ ବର୍ଷ; ନିର୍ବାଚନ ଓ ଗଠବନ୍ଧନ

ବର୍ଷ 2000ରୁ 2014 ମଧ୍ୟରେ ଝାଡ଼ଖଣ୍ଡ 5ଜଣ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ 9ଟି ସରକାର ଶାସନ ଭାର ସମ୍ଭାଳିଥିଲେ ଓ 3ବର୍ଷ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ବିଜେପିର ବାବୁଲାଲ ମାରାଣ୍ଡି ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଯିଏକି 2ବର୍ଷ ଓ 3 ମାସ ମୁଖ୍ୟମନ୍ତ୍ରୀ ରହିଥିଲେ । ବାବୁଲାଲ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା । ବିଜେପିର ଅନ୍ତ କନ୍ଦଳ ପଦାରେ ପଡ଼ିଥିଲା । ତେବେ 2000ରୁ 2014 ମଧ୍ୟରେ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା, ଶିବୁ ସୋରେନ, ମଧୁ କୋଡା ଓ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏମାନଙ୍କ ହାରାହାରି କାର୍ଯ୍ୟକାଳ 15ମାସ ଥିଲା । 14ବର୍ଷ ଅବଧି ମଧ୍ୟରେ ଜେଏମଏମର ଶିବୁ ସୋରେନ ଓ ବିଜେପିର ଅର୍ଜୁନ ମୁଣ୍ଡା 3-3 ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେପଟେ ହେମନ୍ତ ସୋରେନ, ମଧୁ କୋଡା ଓ ବାବୁଲାଲ ମାରାଣ୍ଡି ଥରେ ଲେଖାଏଁ ଶପଥ ନେଇଥିଲେ । ଝାଡଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇନପାରିବାରୁ ଶିବୁ ସୋରେନଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ମାତ୍ର 10ଦିନ ରହିଥିଲା । ଏହି ସମୟରେ ଝାଡ଼ଖଣ୍ଡରେ ତିନି ତିନି ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।

କେବଳ ରଘୁବର ଦାସ 'ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ'

ରଘୁବର ଦାସ
ରଘୁବର ଦାସ (X)

ଅର୍ଜୁନ ମୁଣ୍ଡାଙ୍କୁ 2014 ନିର୍ବାଚନରେ ସିଂହଭୂମ ନିର୍ବାଚନମଣ୍ଡଳୀରେ ପରାସ୍ତ କରିଥିଲେ ବିଜେପିର ରଘୁବର ଦାସ । ଏହାପରେ ରଘୁବର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଝାଡ଼ଖଣ୍ଡ ରାଜନୀତିରେ ଏହାପରେ ସ୍ଥିରତା ଦେଖିବାକୁ ମିଳିଥିଲା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କେବଳ ରଘୁବର ଦାସ ନିଜର କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି । ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ 2019ରେ ସେ ନିର୍ବାଚନରେ ପରାଜୟ ବରଣ କରିଥିଲେ । ଏହାପରେ ହେମନ୍ତ ସୋରେନ ନେତୃତ୍ବାଧୀନ ଜେଏମଏମ ଓ ସହଯୋଗୀ ଦଳ ସରକାର ଗଠନ କରିଥିଲେ । କଂଗ୍ରେସ ଓ ଅନ୍ୟ କିଛି ଛୋଟ ଦଳକୁ ନେଇ ସରକାର ଗଠନ କରିଥିଲା ଜେଏମଏମ ।

13ତମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ:-

ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ଗତ ୨୯ ତାରିଖରେ ହେମନ୍ତ ନିୟମିତ ଜାମିନରେ ବାହାରିବା ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସେ ଗିରଫ ହେବା ପରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମନ୍ତ ଜାମିନରେ ଆସିବା ପରେ ଚମ୍ପାଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ସନ୍ଧ୍ୟାରେ ହେମନ୍ତ ରାଜ୍ୟର 13ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ପଢନ୍ତୁ ଅନ୍ୟ କିଛି ଖବର

ଝାଡ଼ଖଣ୍ଡରେ ପୁଣି ଆରମ୍ଭ ହେଲା ହେମନ୍ତ ଯୁଗ, ତୃତୀୟ ଥର ପାଇଁ ନେଲେ ଶପଥ

ଆଜିଠୁ ପୁଣି ଝାଡ଼ଖଣ୍ଡରେ ଚାଲିବ ହେମନ୍ତ ରାଜ, ସନ୍ଧ୍ୟାରେ ନେବେ ଶପଥ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.