ETV Bharat / bharat

ତୀର୍ଥଯାତ୍ରୀ ବସ ଆକ୍ରମଣର କଡ଼ା ଜବାବ; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି - terrorist killed in Encounter - TERRORIST KILLED IN ENCOUNTER

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଆଜି କାଶ୍ମୀରରେ ବଡ ଅପରେସନ ଆରମ୍ଭ କଲା ସେନା । ଜଣେ ଆତଙ୍କୀ ସଫା । ଅପରେସନ ଜାରି । ଅଧିକ ପଢନ୍ତୁ

କାଶ୍ମୀରରେ ଟଳିଲା ଜଣେ ଆତଙ୍କୀ, ଏନକାଣ୍ଟର ଜାରି
କାଶ୍ମୀରରେ ଟଳିଲା ଜଣେ ଆତଙ୍କୀ, ଏନକାଣ୍ଟର ଜାରି (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 10:46 AM IST

ଶ୍ରୀନଗର: କାଶ୍ମୀରର ବାନ୍ଦିପୁରା ଏରିଆରେ ଆଜି ବଡଧରଣର ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଏଥିରେ ଆରମ୍ଭରୁ ସଫଳତା ମିଳିଛି । ଜଣେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛି । ପୁରା ଏରିଆକୁ କର୍ଡନ କରି ଅପରେସନ ଜାରି ରଖିଛି କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସର ସଶସ୍ତ୍ର ବଳର ମିଳିତ ଟିମ୍‌ । ତୀର୍ଥଯାତ୍ରୀଙ୍କ ବସକୁ ଅତର୍କିତ ଆତଙ୍କୀ ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହେବା ପରେ ସେନା ଏବେ ପୁଣି ଆତଙ୍କୀ ନିରୋଧୀ ଅପରେସନକୁ ବ୍ୟାପକ କରିଛି । ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଛନ୍ତି ।

ଗୃହ ମନ୍ତ୍ରଣାଳୟର ସମୀକ୍ଷା ବୈଠକ
ଗୃହ ମନ୍ତ୍ରଣାଳୟର ସମୀକ୍ଷା ବୈଠକ (ETV Bharat Odisha)

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବାନ୍ଦିପୁରା ଜିଲ୍ଲାର ଅରାଗାମ ଏରିଆରେ ଆତଙ୍କବାଦୀ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଆଜି ସକାଳୁ ସୁରକ୍ଷାବଳ ଅପରେସନ ଆରମ୍ଭ କରିଥିଲା । ପୁରା ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଥିଲା ବେଳେ ଆତଙ୍କୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଛି । ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସନ୍ଦେହରେ ଅପରେସନ ଜାରି ରହିଛି ।

ନିକଟରେ ଆତଙ୍କୀ ହମଲାରେ ପ୍ରାୟ ହରାଇଥିଲେ 10 ତୀର୍ଥଯାତ୍ରୀ:-

ନିକଟରେ ଜମ୍ମୁ କାଶ୍ମୀର ରିଆସିରେ ବୈଷ୍ଣୋଦେବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ତୀର୍ଥଯାତ୍ରୀଙ୍କ ବସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ବସଟି ଗୁଳିମାଡର ଶିକାର ହୋଇ ଏକ ଖାଇକୁ ଖସି ପଡିଥିଲା । ଏଥିରେ ପ୍ରାୟ 10 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିଲେ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରିବା ପରେ ଚିନ୍ତା ବଢିଥିଲା । ଘାଟିର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତକୁ ବୃଦ୍ଧି କରାଯାଇଥିଲା ।

କାଲି ସମୀକ୍ଷା ବୈଠକ କରିଥିଲେ ଶାହ :-

ଗତକାଲି ଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିଲେ । ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ, ଜେ.କେ ପୋଲିସ ମହାନିର୍ଦ୍ଦେଶକ, ଗୁଇନ୍ଦା ନିର୍ଦ୍ଦେଶକ,ସ୍ଥାନୀୟ ପୋଲିସ ଓ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ଘାଟିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: 10 ମୃତ, ୩୦ରୁ ଅଧିକ ଆହତ

ଘାଟିରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ଓ ଆତଙ୍କବାଦ ନିରୋଧୀ ଅପରେସନର କାର୍ଯ୍ୟକାରିତା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । କେନ୍ଦ୍ର ସରକାର ଘାଟିରେ ଶୂନ୍ୟ ଆତଙ୍କବାଦ ନୀତି କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ । ତାର ମାତ୍ର କିଛି ଘଣ୍ଟା ପରେ ଆଜି ଏକ ବଡଧରଣର ଅପରେସନ ଆରମ୍ଭ କରିଛି ସୁରକ୍ଷାବଳ । ଏବେ ସୁଦ୍ଧା ଜଣେ ଆତଙ୍କୀର ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ସଂଖ୍ୟା ମଧ୍ୟ ବଢିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.