ETV Bharat / bharat

ଭଉଣୀ ବାହାଘରରେ ପାଣି ଆଣିବାକୁ ଯାଇ ଆଉ ଫେରିଲାନି ଭାଇ, ଚାଲିଗଲା 5 ଜୀବନ - JABALPUR ROAD ACCIDENT - JABALPUR ROAD ACCIDENT

JABALPUR ROAD ACCIDENT: ଜବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର ଓଲଟି 5 ଜଣ ପିଲାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

JABALPUR ROAD ACCIDENT
JABALPUR ROAD ACCIDENT (etv bharat)
author img

By ETV Bharat Odisha Team

Published : May 6, 2024, 5:07 PM IST

ଭୋପାଳ: ଭଉଣୀ ବାହାଘରରେ ପାଣିର ଆବଶ୍ୟକତା ହେବ ବୋଲି ପାଣି ଆଣିବାକୁ ଯାଉଥିଲା ଭାଇ । ପାଣି ଟ୍ୟାଙ୍କର ଆଣିବା ପାଇଁ ଟ୍ରାକ୍ଟରରେ କିଛି ପିଲା ଯାଉଥିଲେ । ଭାବିଥିଲେ ପାଣି ଟ୍ୟାଙ୍କର ନେଇ ଆସିଲେ ବାହାଘରରେ ଲାଗିବ । ହେଲେ ଅଧାରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ 5 ପିଲା । ଭଉଣୀର ବାହାଘର ଦେଖିବା ବଦଳରେ ଆରପାରିକୁ ଚାଲିଗଲା ଭାଇ । ଏହାସହିତ 2ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜବଲପୁର ଜିଲ୍ଲାର ଚରଗାଓଁ ପୋଲିସ ଥାନା କ୍ଷେତ୍ରର ତନେଟା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସକାଳ ପ୍ରାୟ 9ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ବେଳେ ପ୍ରାଣ ହରାଇଥିବା ପିଲାଙ୍କ ବୟସ 10ରୁ 16 ବର୍ଷ ବୋଲି ଜଣାପଡିଛି । ଆହତ ପିଲାମାନଙ୍କର ବୟସ 10 ରୁ 11 ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି ।

ମୃତକମାନେ ସମ୍ପକୀୟ ଥିବା ସୂଚନା: ଏହି ମାମଲାରେ ଅତିରିକ୍ତ ଏସପି ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି,"ପ୍ରାଣ ହରାଇଥିବା ସମସ୍ତ ଶିଶୁ ସମ୍ପର୍କୀୟ ଅଟନ୍ତି । ସମସ୍ତେ ତିନେଟା ଗ୍ରାମର ବାସିନ୍ଦା ଥିଲେ । ଏହି ସମସ୍ତ ପିଲା ଟ୍ରାକ୍ଟରରେ ପାଣି ଆଣିବାକୁ ଯାଉଥିଲେ । ଧର୍ମେନ୍ଦ୍ର ଠାକୁର (18 ବର୍ଷ) ଏହି ଟ୍ରାକ୍ଟର ଚଳାଉଥିଲେ । ଆଜି ଧର୍ମେନ୍ଦ୍ର ଠାକୁରଙ୍କ ଭଉଣୀଙ୍କ ବିବାହ ରହିଥିଲା । ଘରୁ ବାହାରିବାର ଅଳ୍ପ ଦୂରରେ ହିଁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା ମାତ୍ରେ ଗ୍ରାମବାସୀମାନେ ଦୌଡିଥିଲେ । ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ 5 ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । "

ଏହା ମଧ୍ୟ ପଢନ୍ତୁ: କବାଡି ଗୋଦାମରେ ଭୟଙ୍କର ବିସ୍ଫୋରଣ; 5 କିମି ପର୍ଯ୍ୟନ୍ତ ଶୁଭିଲା ଶବ୍ଦ, 4 ମୃତ - Jabalpur Scrap Godown Blast

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା: ଏହି ଦୁର୍ଘଟଣାରେ ଅନୁପ ବରକେଡେ (12), ରାଜଭୀର ଗୋଣ୍ଡ (13), ଦେବେନ୍ଦ୍ର ବରକଡେ (15), ଲକି ମାର୍କାମ (10) ଏବଂ ଟ୍ରାକ୍ଟର ଚଳାଉଥିବା ଧର୍ମେନ୍ଦ୍ର ଠାକୁରଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ଦଲପତ(12), ବିକାଶ (10)ଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ । ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ 50,000 ଟଙ୍କା ଏବଂ ଆହତମାନଙ୍କୁ 10,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତ ପିଲାଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.