ETV Bharat / bharat

ନୀତିଶ ଠିକ୍‌ କରିନାହାନ୍ତି, ଏପରି ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ : କେଜ୍ରିଓ୍ବାଲ - 2024 poll

Nitish Kumar's U Turn: ନୀତିଶଙ୍କର ଏପରି ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ କହିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ନୀତିଶ ଠିକ କରିନାହାନ୍ତି: କେଜ୍ରିଓ୍ବାଲ
ନୀତିଶ ଠିକ କରିନାହାନ୍ତି: କେଜ୍ରିଓ୍ବାଲ
author img

By ETV Bharat Odisha Team

Published : Jan 29, 2024, 10:47 PM IST

ନୂଆଦିଲ୍ଲୀ: ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ସହ ସମ୍ପର୍କ ଛିନ୍ନ କରି ବିଜେପି ସମର୍ଥନରେ ସରକାର ଗଠନ କରିଛନ୍ତି । ଏହାକୁ ବିଭିନ୍ନ ‘ଇଣ୍ଡିଆ’ ସହଯୋଗୀ ଦଳର ନେତାମାନେ ସମାଲୋଚନା କରିବାରେ ଲାଗିଛନ୍ତି । ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ନୀତିଶଙ୍କ ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ନୀତିଶ ଇଣ୍ଡିଆ ମେଣ୍ଟରୁ ଓହରି ବିଜେପି ସହ ମେଣ୍ଟ କରିବା ଠିକ ହୋଇନି । ନୀତିଶଙ୍କର ଏପରି ଆଚରଣ ଲୋକତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି, ‘‘ମୋ ମତରେ ଏପରି କରିବା ଆଦୌ ଉଚିତ ହୋଇନି । ନୀତିଶଙ୍କୁ ‘ଇଣ୍ଡିଆ’ ମେଣ୍ଟ ଛାଡି ଯିବାର ନଥିଲା । ଏମିତି କରିବା ଲୋକତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏପରି ପଦକ୍ଷେପରେ ଏନଡିଏ ମେଣ୍ଟ ପାଇଁ କ୍ଷତି ହେବ ଓ ଇଣ୍ଡିଆ ମେଣ୍ଟକୁ ଫାଇଦା ହେବ ।’’ ଗତକାଲି ଏହି ନିଷ୍ପତ୍ତିକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସମାଲୋଚନା କରିଥିଲେ । ନୀତିଶ ବିଜେପିର ଷଡଯନ୍ତ୍ରରେ ଶିକାର ହୋଇଛନ୍ତି ବୋଲି ଅଖିଳେଶ ଯାଦବ କହିଥିଲେ ।

ଦେଶର ଭାବି ପ୍ରଧାନମନ୍ତ୍ରୀଙ୍କୁ ବିଜେପି ଷଡଯନ୍ତ୍ର କରି ମୁଖ୍ୟମନ୍ତ୍ରୀରେ ସୀମିତ ରଖିଦେଲା । ବିଜେପି ଲୋକସଭା ନିର୍ବାଚନ ହାରିବା ଭୟରେ ଏପରି କରିଛି ବୋଲି ଅଖିଳେଶ କହିଥିଲେ । କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ପ୍ରସଙ୍ଗରେ ସେ ପୂର୍ବରୁ ସୂଚନା ପାଇଥିଲେ ବୋଲି କହିଥିଲେ । ହେଲେ ସେ ଇଣ୍ଡିଆ ମେଣ୍ଟର ଏକତା ବଜାୟ ରଖିବା ପାଇଁ ଚାହୁଁଥିଲେ, ଯାହା ପାଇଁ ସେ ଚୁପ ଥିଲେ ବୋଲି ଖଡଗେ କହିଥିଲେ । ଆଜି କେଜ୍ରିଓ୍ବାଲ ନୀତିଶଙ୍କ ଏପରି ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଲାଲୁ ଓ ମିଶା ଭାରତୀଙ୍କୁ 8 ଘଣ୍ଟା ଧରି ଜେରା, ଦଳୀୟ ସାଂସଦ ମନୋଜ ଝା କହିଲେ ଇଡି ନୁହେଁ ବିଜେପି ସମନ

ତେବେ ତମାମ ସମାଲୋଚନା ମଧ୍ୟରେ ବିହାରରେ ପୁଣି ଥରେ ଏନଡିଏ ନେତୃତ୍ବାଧୀନ ସରକାର ଗଠନ ହୋଇସାରିଛି । ହେଲେ ବାରମ୍ବାର ପଲଟି ମାରିବାରେ ମାହିର ନୀତିଶ କେବେ ପର୍ଯ୍ୟନ୍ତ ବିହାରରେ ବିଜେପି ସମର୍ଥନରେ ସରକାର ଚଳାଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ହେଲେ ଏହି ପଦକ୍ଷେପ ବିଜେପିକୁ 2024 ଲୋକସଭା ନିର୍ବାଚନରେ ଲାଭ ପହଞ୍ଚାଇବା ସହ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟକୁ କ୍ଷତି ପହଞ୍ଚାଇବ, ସେଥିରେ ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.