ETV Bharat / bharat

ମନ୍ଦିରରେ ଲାଇବ୍ରେରୀ ଖୋଲିବା ଉଚିତ, କାହିଁକି ଏଭଳି କହିଲେ ସୋମନାଥ ? - ISRO chairman somnath

author img

By ETV Bharat Odisha Team

Published : May 20, 2024, 9:45 AM IST

Libraries in Temples: ମନ୍ଦିରରେ ଲାଇବ୍ରେରୀ ଖୋଲିବା ପାଇଁ ମନ୍ଦିର ପରିଚାଳନା କମିଟିକୁ ଅପିଲ କଲେ ଇସ୍ରୋ ମୁଖ୍ୟ ଏସ ସୋମନାଥ । ଜାଣନ୍ତୁ ଏହା ପଛର କାରଣ

ISRO CHAIRMAN SOMNATH
ISRO CHAIRMAN SOMNATH (ETV Bharat Odisha)

ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପଛରେ ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ବଳିଦାନ ବିଶ୍ବ ବିଦିତ । ମହାକାଶ ଗବେଷଣା ଓ ବିଶେଷ ଭାବେ ଚନ୍ଦ୍ର ଅଭିଯାନରେ ଭାରତକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା । ବିଦାୟୀ ବର୍ଷରେ ସଫଳ ହୋଇଥିଲା ଭାରତର ଚନ୍ଦ୍ର ଅଭିଯାନ । ତେବେ ଏହାରି ଭିତରେ ସେ ଆଉ ଏକ ବଡ ବୟାନ ଦେଇଛନ୍ତି । ଦେଶର ଯୁବକମାନଙ୍କୁ ମନ୍ଦିର ସହିତ ଯୋଡ଼ିବା ପାଇଁ ଇସ୍ରୋ ମୁଖ୍ୟ ଏକ ଉପାୟ ବର୍ଣ୍ଣନା କରିଛନ୍ତି । ଏହି ଉପାୟ ଅବଲମ୍ବନ କରିବା ଦ୍ବାରା ସମାଜରେ ଏକ ବଡ ପରିବର୍ତ୍ତନ ଆସିବ ବୋଲି ସେ ଦାବି କରିଛନ୍ତି ।

ଏନେଇ ଏସ୍ ସୋମନାଥ କହିଛନ୍ତି, "ମନ୍ଦିରରେ ଲାଇବ୍ରେରୀ ଖୋଲିବା ଉଚିତ । ଏହା ଦ୍ବାରା ମନ୍ଦିରକୁ ସର୍ବାଧିକ ଯୁବକ ଆସିବେ । " ଥିରୁଅନନ୍ତପୁରମର ଉଦିୟନୁର ଦେବୀ ମନ୍ଦିରର ଏକ କାର୍ଯ୍ୟକ୍ରମରେ ଏସ ସୋମନାଥଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସେ ଏହି କାର୍ଯ୍ୟକ୍ରମରେ ଲାଇବ୍ରେରୀ ଖୋଲିବା ନେଇ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧାଡିରେ ଆସି ଭୋଟ ଦେଲେ ଏସ ସୋମନାଥ, କହିଲେ ମତଦାନ ପାଇଁ କରନ୍ତୁନି କୁଣ୍ଠାବୋଧ - LOK SABHA ELECTION 2024

ମନ୍ଦିରରେ କେବଳ ପୂଜାର ସ୍ଥାନ ରହିବା ଉଚିତ ନୁହେଁ: ଇସ୍ରୋ ମୁଖ୍ୟ କହିଛନ୍ତି, "ମନ୍ଦିର କେବଳ ପୂଜା ସ୍ଥାନ ରହିବା ଉଚିତ ନୁହେଁ, ଯେଉଁଠାକୁ ବୟସ୍କମାନେ କେବଳ ଇଶ୍ବରଙ୍କ ନାମ ଜପ କରିବା ପାଇଁ ଆସନ୍ତ । ମନ୍ଦିରରେ ଏଭଳି ଏକ ସ୍ଥାନ ରହିବା ଉଚିତ ଯାହା ଦ୍ବାରା କି ସମାଜରେ ପରିବର୍ତ୍ତଡନ ଆସିବା ଆବଶ୍ୟକ ।" ଯୁବକମାନଙ୍କୁ ମନ୍ଦିରକୁ ଆଣିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ସୋମନାଥ ମନ୍ଦିର ପରିଚାଳନା କମିଟିକୁ ଅପିଲ କରିଛନ୍ତି । ଇସ୍ରୋ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଶା କରୁଥିଲି ଏହି ପୁରସ୍କାର ବିତରଣ ଉତ୍ସବରେ ବହୁ ସଂଖ୍ୟକ ଯୁବକ ମଧ୍ୟ ଆସିବେ । କିନ୍ତୁ ଅନେକ କାରଣ ହେତୁ ଯୁବକମାନଙ୍କ ସଂଖ୍ୟା କମ୍ ରହିଛି । ମନ୍ଦିକ କମିଟି ଏଭଳି ପଦକ୍ଷେପ ନେବା ଉଚିତ, ଯାହା ଦ୍ବାରା ଯୁବକମାନେ ମନ୍ଦିରକୁ ଆସିବେ । ମନ୍ଦିରରେ ଲାଇବ୍ରେରୀ ତିଆରି କଲେ କିଭଳି ହେବ?"

ସମାଜରେ ବଡ ପରିବର୍ତ୍ତନ ଅଣାଯାଇ ପାରିବ: ଇସ୍ରୋ ମୁଖ୍ୟ କହିଛନ୍ତି, "ଏଭଳି ପଦକ୍ଷେପ ଗ୍ରହଣ କରିବା ଦ୍ବାରା ଯୁବକମାନେ ମନ୍ଦିରକୁ ଆସିବା ସହିତ ଅଧ୍ୟୟନ ମଧ୍ୟ କରିପାରିବେ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିତର୍କ କରିବା ସହିତ କ୍ୟାରିୟରରେ ଆଗକୁ ବଢିପାରିବେ । ଯଦି ମନ୍ଦିର କମିଟି ଏଭଳି ପଦକ୍ଷେପ ଆପଣାଇବେ ତାହେଲେ ସମାଜରେ ଏକ ବଡ ପରିବର୍ତ୍ତନ ଆସିପାରିବ । " ଏହି ସମୟରେ ଅନେର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.