ଥିରୁଅନନ୍ତପୁରମ୍: 9ଜୁନ୍ 2024ରେ ଦେଶରେ ଗଠନ ହୋଇସାରିଛି ନୂଆ ସରକାର । 72 ଜଣ ସାଂସଦ କ୍ୟାବିନେଟ୍ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି କେରଳର ଏକ ମାତ୍ର ବିଜେପି ସାଂସଦ ସୁରେଶ ଗୋପୀ । କିନ୍ତୁ ବର୍ତ୍ତମାନ ତାଙ୍କର ପଦ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ରାଜନୀତିରେ ସରଗରମ ହୋଇଉଠିଛି । ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମୋତେ ଲାଗୁଛି ଖୁବଶୀଘ୍ର ମତେ ପଦବୀରୁ ମୁକ୍ତ କରାଯିବ ।" ଏହି ବୟାନ ପରେ ସୁରେଶ ଗୋପୀଙ୍କୁ ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ସୁରେଶ ।
ଏନେଇ ସୁରେଶ ଗୋପୀ Xରେ ଲେଖିଛନ୍ତି, "ମୁଁ ମୋଦି ସରକାରଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ନେତୃତ୍ୱରେ ଆମେ କେରଳର ବିକାଶ ଏବଂ ସମୃଦ୍ଧତା ପାଇଁ ପ୍ରତିବଦ୍ଧ ।"
ପୂର୍ବରୁ କଣ କହିଥିଲେ ଗୋପୀ:
ମୁଁ ଚଳଚ୍ଚିତ୍ର କରିବି: ମୁଁ ମନ୍ତ୍ରୀ ପଦ ମାଗିନାହିଁ ବୋଲି କହିଛନ୍ତି ସୁରେଶ ଗୋପୀ । ମନ୍ତ୍ରୀପଦ ଛାଡିବାର କାରଣ କହି ସୁରେଶ ଗୋପୀ କହିଛନ୍ତି, "ମୁ ଅନେକ ଚଳଚ୍ଚିତ୍ରରେ ଦସ୍ତଖତ କରିଛି । ମେତେ ଏହି ଚଳଚ୍ଚିତ୍ର କରିବାକୁ ହେବ । ମୁଁ ଥ୍ରୀସୁର ସାଂସଦ ଭାବେ କାର୍ଯ୍ୟ କରିବି ।"
ଏହା ମଧ୍ୟ ପଢନ୍ତୁ: କେରଳରେ ପ୍ରଥମ ଥର ଫୁଟିଲା ପଦ୍ମ ! ବହୁ ଆଗରେ ଅଭିନେତା ସୁରେଶ ଗୋପୀ- BJP ENTERS IN KERALA
ସାଂସଦ ଭାବେ କାର୍ଯ୍ୟ କରିବାକୁ ଚାହୁଁଛି: ମନ୍ତ୍ରୀ ପଦ ନେଇ ସୁରେଶ କହିଛନ୍ତି, " ମୁଁ କେବଳ ମୋ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ ଚାହୁଁଛି । ମୋତେ ମନ୍ତ୍ରୀ ପଦର କୌଣସି ଆବଶ୍ୟକତା ନାହିଁ । ମୁଁ ଏହି ପଦ ମାଗି ନାହିଁ । ମୋତେ ଶୀଘ୍ର ଏହି ପଦରୁ ମୁକ୍ତ କରାଯିବ । ଯକୌଣସି ପରିସ୍ଥିତିରେ ମୁଁ ଚଳଚ୍ଚିତ୍ର କରିବାକୁ ଚାହୁଁଛି । ଥ୍ରୀସୁର ଲୋକଙ୍କ ପାଇଁ କାମ କରିବି । ସେଠାକାର ଲୋକଙ୍କ ସହିତ ମୋର କୌଣସି ଅସୁବିଧା ନାହିଁ । " କିନ୍ତୁ ଏନେଇ କୌଣସି ଘୋଷଣା ହୋଇନାହିଁ । ବିଜେପିର ଜଣେ ଅଧିକାରୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " କୌଣସି ସମସ୍ୟା ନାହିଁ । ସବୁ ସମସ୍ୟାର ସମାଧାନ ହୋଇ ସାରିଛି । ସୁରେଶ ଗୋପୀଙ୍କ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ ଗୁଡିକ ପୂର୍ବରୁ କେନ୍ଦ୍ରୀୟ ନେତୃତ୍ୱ ଦ୍ବାରା ଆଲୋଚନା କରାଯାଇଥିଲା ଏବଂ ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ପ୍ରତିଶ୍ରୁତି ପୂରଣ କରିବାକୁ ଅନୁମୋଦନ ଦିଆଯାଇଥିଲା। "
ଥ୍ରୀସୁରରେ ସୁରେଶ ଗୋପୀଙ୍କର ବିଶାଳ ବିଜୟ ପରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଯୋଗ ଦେବାକୁ ନେଇ ତାଙ୍କ ସହଯୋଗୀମାନେ ଉତ୍ସାହିତ ହୋଇଥିଲେ । ସେ ଆଶାବାଦୀ ନଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଆଶାବାଦୀ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ