ETV Bharat / bharat

ଯୋଗମୁଦ୍ରାରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ: 'ଯୋଗ ଶାରୀରିକ, ମାନସିକ ଓ ଆଧ୍ୟତ୍ମିକ ବିକାଶର ମାର୍ଗ' - International Yoga Day 2024

author img

By ETV Bharat Odisha Team

Published : Jun 21, 2024, 1:20 PM IST

International Yoga Day 2024: ଦେଶର କୋଣ ଅନୁକୋଣରେ ପାଳନ ହେଉଛି ଯୋଗ ଦିବସ । ଧ୍ୟାନ ମୁଦ୍ରାରେ ନେତା-ମନ୍ତ୍ରୀ । ଯୋଗାସନ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଅଧିକ ପଢନ୍ତୁ

International Yoga Day 2024
International Yoga Day 2024 (ANI)

ନୂଆଦିଲ୍ଲୀ: ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ମାନସିକ, ଶାରୀରିକ ଓ ସାମାଜିକ ସୁସ୍ଥତା ପାଇଁ ଯୋଗ ମୁଦ୍ରାରେ ଦେଶବାସୀ । କାଶ୍ମୀରଠାରୁ କନ୍ୟାକୁମାରୀ... କଚ୍ଛରୁ କୋହିମା ସବୁଠି ଯୋଗାଭ୍ୟାସ । ଭିନ୍ନ ଭିନ୍ନ ମୁଦ୍ରାରେ ନେତାଠୁ ଆରମ୍ଭ କରି ଜନତା ସମସ୍ତେ ଯୋଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରି ସମାଜକୁ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ଦେଇଛନ୍ତି । ଯୋଗ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଭିନ୍ନ ସ୍ଥାନରେ ମନ୍ତ୍ରୀ ଓ ସାଂସଦମାନେ ଯୋଗ ଦେଇ ସମସ୍ତଙ୍କୁ ଯୋଗ କରିବାକୁ ଉତ୍ସାହିତ କରୁଛନ୍ତି । ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଶେର-ଏ-କାଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସ ସେଣ୍ଟରରେ ଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

'ଯୋଗ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ପଥ': ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏକ୍ସରେ ଲେଖିଛନ୍ତି, ''ଅନ୍ତର୍ଜାତୀୟ ଯୋଗ ଦିବସରେ ସମଗ୍ର ବିଶ୍ୱବାସୀ ବିଶେଷକରି ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ମାନବ ସମାଜ ପ୍ରତି ଯୋଗ ଭାରତର ଏକ ସ୍ବତନ୍ତ୍ର ଉପହାର । ଅସନ୍ତୁଳିତ ଜୀବନ ଶୈଳୀକୁ ନେଇ ଆଜି ଯୋଗର ଗୁରୁତ୍ୱ ଆହୁରି ବଢିଯାଇଛି । ଯୋଗ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ପଥ । ଦୈନନ୍ଦିନ ଜୀବନରେ ନିୟମିତ ଭାବରେ ଯୋଗ କରିବାକୁ ସମସ୍ତେ ସଙ୍କଳ୍ପ ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ-ସୁସ୍ଥ ଓଡ଼ିଶା ଗଠନ କରିବାରେ ଯୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ - INTERNATIONAL DAY OF YOGA

'ବିଶ୍ବରେ ଯୋଗ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି': ଯୋଗ ଦିବସ ଅବସରରେ କାଶ୍ମୀରରେ ସମ୍ବୋଧନ ସମୟରେ ମୋଦି କହିଥିଲେ, ''ଅନ୍ତର୍ଜାତୀୟ ଯୋଗ ଦିବସ 10ବର୍ଷର ଐତିହାସିକ ଯାତ୍ରା ପୁରା କରିଛି । ବିଶ୍ବରେ ଯୋଗ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । 2014ରେ, ମୁଁ ଜାତିସଂଘରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରସ୍ତାବ ଦେଇଥିଲି । ଭାରତର ଏହି ପ୍ରସ୍ତାବକୁ 177 ଦେଶ ସମର୍ଥନ କରିଥିଲେ । ଆଜି ସାରା ବିଶ୍ୱରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତେ ଯୋଗ ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି । ଚଳିତ ବର୍ଷ ଭାରତରେ ଫ୍ରାନ୍ସର ୧୦୧ବର୍ଷର ମହିଳା ଯୋଗ ଶିକ୍ଷକଙ୍କୁ ପଦ୍ମଶ୍ରୀ ମିଳିଛି । ସେ କେବେ ଭାରତ ଆସିନାହାଁନ୍ତି, କିନ୍ତୁ ସେ ଯୋଗର ପ୍ରଚାର ପାଇଁ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିଛନ୍ତି ।''

'ଯୋଗ ସମସ୍ତ ରୋଗର ଉପଶମ': ଯୋଗଗୁରୁ ବାବା ରାମଦେବ କହିଛନ୍ତି, ''ଯୋଗ ସମସ୍ତ ରୋଗ ଏବଂ ସମସ୍ୟାର ଉପଶମ । ମୁଁ ସମସ୍ତଙ୍କୁ ପ୍ରତିଦିନ ଯୋଗ ଅଭ୍ୟାସ କରିବାକୁ ଅନୁରୋଧ କରୁଛି । ଗତ 10 ବର୍ଷ ମଧ୍ୟରେ ଯୋଗ ପ୍ରତି ଲୋକଙ୍କୁ ଆଗ୍ରହ ବଢିଛି । ସେହିପରି ସଂସଦ ହାଉସ କମ୍ପ୍ଲେକ୍ସରେ ସପ୍ତଦଶ ଲୋକସଭାର ବାଚସ୍ପତି ଓଲ ବିର୍ଲା ଓ ଦିଲ୍ଲୀରେ ଯୋଗ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ କରିଥିଲେ । ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଯୋଗ ଦିବସରେ ଯୋଗ ଦେଇ ଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.