ETV Bharat / bharat

ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ: ପ୍ରଧାନମନ୍ତ୍ରୀ

PM Modi on Interim Budget: ଅନ୍ତରୀଣ ବଜେଟ ଉପସ୍ଥାପନା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର 4 ସ୍ତମ୍ଭକୁ ମଜବୁତ କରିବ ଅନ୍ତରୀଣ ବଜେଟ । ଅଧିକ ପଢନ୍ତୁ

Modi Reaction on Interim Budget
Modi Reaction on Interim Budget
author img

By ETV Bharat Odisha Team

Published : Feb 1, 2024, 4:34 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନା କରିଛନ୍ତି । ଏହା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ଅଟେ । ତେବେ ପ୍ରାୟ 58 ମିନିଟ ଧରି ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣ ଅଭିଭାଷଣରେ ବିଭିନ୍ନ ପଦକ୍ଷେପ, ସରକାରଙ୍କ ଯୋଜନା, ମହିଳା ଏବଂ ଯୁବକ ସଶକ୍ତିକରଣ ଏବଂ ପର୍ଯ୍ୟଟନ ବିଷୟରେ ନିଜର ବାର୍ତ୍ତା ରଖି ବଜେଟ ଉପସ୍ଥାପନା କରିଥିଲେ । ଅର୍ଥମନ୍ତ୍ରୀ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି । ତେବେ ବଜେଟ ଶେଷ ହେବା ପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦେଶର ଭବିଷ୍ୟତ ନିର୍ମାଣର ବଜେଟ ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜିର ଅନ୍ତରୀଣ ବଜେଟ ସମାବେଶୀ ହେବା ସହିତ ଅଭିନବ ଅଟେ । ଏହି ବଜେଟରେ ନିରନ୍ତରତାର ବିଶ୍ବାସ ରହିଛି । କାମଚଳା ବଜେଟ ଦେଶର 4ଟି ସ୍ତମ୍ଭକୁ ବିକଶିତ କରିବ । ବିକଶିତ ଭାରତର ଚାରୋଟି ସ୍ତମ୍ଭ - ଯୁବକ, ଗରିବ, ମହିଳା ଏବଂ କୃଷକଙ୍କୁ ସଶକ୍ତ କରିବ । ଭବିଷ୍ୟତ ଗଠନ ପାଇଁ ନିର୍ମଳା ସୀତାରମଣଙ୍କର ଏହି ବଜେଟ । ଏହି ବଜେଟ୍ 2047ର ବିକଶିତ ଭାରତର ମୂଳଦୁଆକୁ ସୁଦୃଢ କରିବା ପାଇଁ ଗ୍ୟାରେଣ୍ଟି ଅଟେ । ମୁଁ ଅର୍ଥମନ୍ତ୍ରୀ ସହିତ ପୁରା ଟିମକୁ ଅଭିନନ୍ଦନ ଜଣାଉଛି ।"

ଏହା ମଧ୍ୟ ପଢନ୍ତୁ: ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’; ମିଳିବ ୧ ଲକ୍ଷ କୋଟିର ଋଣ

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମେ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଏହାକୁ ହାସଲ କରିଛୁ ଏବଂ ଏହାପରେ ନିଜ ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଆମେ ଗାଁ ଏବଂ ସହରରେ ଗରିବ ଲୋକଙ୍କ ପାଇଁ 4 କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ବର୍ତ୍ତମାନ ଆମେ 2 କୋଟି ଅଧିକ ଘର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଅନ୍ୟପଟେ ଆମେ 2 କୋଟି ଲକ୍ଷପତି ଦିଦି ତିଆରି କରିବା ପାଇଁ ଲକ୍ଷ୍ୟ ରଖିଥିଲୁ, କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରି 3କୋଟି କରିଛୁ । ଆଜି ଘୋଷିତ ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ଶାନ୍ତି ମିଳିବ । "

ଏହି ବଜେଟ୍ ଯୁବ ଭାରତର ଯୁବ ଆକାଂକ୍ଷାର ପ୍ରତିଫଳନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ବଜେଟରେ ଦେଶରେ ଗବେଷଣା ଏବଂ ଉଦ୍ଭାବନ କ୍ଷେତ୍ରକୁ ମଜବୁତ କରିବା ପାଇଁ ଏକ ପାଣ୍ଠି ସୃଷ୍ଟି କରିବାକୁ 1 ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି । ବଜେଟରେ ଭିତ୍ତିଭୂମି ବିକାଶ ପାଇଁ 11,11,111 କୋଟିର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.