ETV Bharat / bharat

ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ହତ୍ୟା

author img

By ETV Bharat Odisha Team

Published : Feb 10, 2024, 2:23 PM IST

Indian Students killed in US: ଆମେରିକାରେ ଆଉ ଜଣେ ଭାରତୀୟଙ୍କୁ ହତ୍ୟା । ମୃତକ ହେଲେ 41 ବର୍ଷୀୟ ବିବେକ ତାନେଜା । ଅଧିକ ପଢନ୍ତୁ

Indian Students killed in US
ବିବେକ ତାନେଜା

ହାଇଦ୍ରାବାଦ: ଆମେରିକାରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି । ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଓ୍ୱାଶିଂଟନରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ହେଲେ ଆଲେକ୍ସଜାଣ୍ଡାରିଆର 41 ବର୍ଷୀୟ ବିବେକ ତାନେଜା ।

ପୋଲିସ ରିପୋର୍ଟ ଅନୁସାରେ, ଗତ 2 ତାରିଖ ଦିନ ଭୋର 2ଟା ସମୟରେ ବିବେକଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ । 15ଟିଥ ଷ୍ଟ୍ରିଟ ନର୍ଥଓ୍ବେଷ୍ଟର 1100 ବ୍ଲକରେ ଭାରତୀୟ ଯୁବକଙ୍କୁ ଆକ୍ରମଣ ହୋଇଥିଲା । ଏନେଇ ସ୍ଥାନୀୟ ଅଧିକାରୀ ଖବର ପାଇବା ପର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫୁଟପାଥରୁ ବିବେକଙ୍କୁ ପାଇଥିଲେ ସ୍ଥାନୀୟ ପୋଲିସ ଅଧିକାରୀ । ତେବେ ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ବଦଳରେ ଅବନତି ଦେଖାଯାଇଥିଲା । ଏହାପରେ ଗତ 7 ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବିବେକ ।

ତେବେ ଓ୍ୱାଶିଂଟନ ଡିସିରେ ରହିଥିବା ମେଟ୍ରୋପଲିଟାନ ପୋଲିସ ସନ୍ଦିଗ୍ଧକୁ ଚିହ୍ନଟ କରିବାରେ ଜନସାଧାରଣଙ୍କର ସହାୟତା ଲୋଡିଛି । ପ୍ରକାଶ ଥାଉକି, ଏହି ଅଘଟଣ ଘଟିବାର କିଛି ଦିନ ପୂର୍ବରୁ ବିବେକଙ୍କ ସହିତ ଜଣେ ସ୍ଥାନୀୟ ଯୁବକଙ୍କ ବଚସା ହୋଇଥିଲା । ରାଗରେ ଜର୍ଜରିତ ହୋଇ ସ୍ଥାନୀୟ ଯୁବକ ଏଭଳି କାଣ୍ଡ ଭିଆଇଥିବା ସ୍ଥାନୀୟ ଅଧିକାରୀ ସନ୍ଦେହ କରୁଛନ୍ତି ।

କୋଲମ୍ବିଆ ଜିଲ୍ଲାରେ ହୋଇଥିବା ପ୍ରତ୍ୟେକ ହତ୍ୟାକାରୀ ବିଷୟରେ ସୂଚନା ପ୍ରଦାନ କରିଲେ 25000 ଆମେରିକୀୟ ଡଲାର ପ୍ରଦାନ କରାଯିବା ନେଇ ମେଟ୍ରୋପଲିଟାନ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ବିଷୟରେ ସୂଚନା ଦେବା ପାଇଁ 202-727-9099 ନମ୍ବର ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ବିଦେଶ ମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ସ୍ତ୍ରୀ

ସୂଚନା ଥାଉକି, ଆମେରିକାରେ ଅସୁରକ୍ଷିତ ହୋଇପଡିଛନ୍ତି ଭାରତୀୟ ଛାତ୍ର । କେତେବେଳେ ଆକ୍ରମଣ ତ କେତେବେଳେ ହତ୍ୟା । ଗତ କିଛି ଦିନ ହେବ ଆମେରିକାରେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣର ଅନେକ ଖବର ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଫେବୃଆରୀ 7 ତାରିଖରେ ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ଛାତ୍ର ଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ କରିଥିଲେ । ଉକ୍ତ ଛାତ୍ର ଜଣକ ହାଇଦ୍ରାବାଦ ଛାତ୍ର ମାଜାହିର ଅଲି ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.