ETV Bharat / bharat

ପୋରବନ୍ଦରରୁ 600 କୋଟି ମୂଲ୍ୟର ଡ୍ରଗ୍ସ ଜବତ, 14 ପାକିସ୍ତାନୀ ଗିରଫ - 600 crore drugs Seized

author img

By ETV Bharat Odisha Team

Published : Apr 28, 2024, 6:40 PM IST

600 crore worth of drugs Seized: ଗୁଜୁରାଟ ପୋରବନ୍ଦରରୁ 600 କୋଟି ମୂଲ୍ୟର ଡ୍ରଗ୍ସ ଜବତ । ଏହାସହିତ 14 ପାକିସ୍ତାନ ନାଗରିକ ମଧ୍ୟ ଗିରଫ । ଅଧିକ ପଢନ୍ତୁ

Pakistani boat
Pakistani boat

ଗାନ୍ଧୀନଗର: ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା । ଗୁଜୁରାଟ ସାମୁଦ୍ରିକ ସୀମାରୁ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ । ଯାହାର ଓଜନ 86 କେଜି ହୋଇଥିବା ବେଳେ ପ୍ରାୟ 600କୋଟି ମୂଲ୍ୟର ବୋଲି ଜଣାପଡ଼ିଛି । ଏହାସହିତ 14 ଜଣ ପାକିସ୍ତାନ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ଏହାସହିତ ପାକିସ୍ତାନୀ ବୋଟକୁ ଜବତ ରଖାଯାଇଛି ।

ଏହି ଅପରେସନକୁ ସଫଳ କରିବା ପାଇଁ ଏହି ଅଭିଯାନରେ ଇଣ୍ଡିଆନ୍ କୋଷ୍ଟଗାର୍ଡ ଜାହାଜ ଓ ଅନ୍ କିଛି ବିମାନକୁ ନିୟୋଜିତ କରାଯାଇଥିଲା । ଏହି ସନ୍ଦେହଜନକ ବୋଟ ନେଇ ପୂର୍ବରୁ ଏନସିବି ଏବଂ ଏଟିଏସ ଅଧିକାରୀଙ୍କ ନିକଟରେ ଏକ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ମିଳିତ ଅପରେସନ ଆରମ୍ଭ ହୋଇଥିବା ଏହା ସଫଳ ହୋଇଛି । ଅଧିକାରୀମାନେ ବୋଟରେ ଛାନଭିନ କରିବା ପରେ ବହୁ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ 3 ବର୍ଷ ମଧ୍ୟରେ ପୋରବନ୍ଦର ସମୁଦ୍ରରେ 11 ଥର ବିପୁଳ ପରିମାଣର ଡ୍ରଗ୍ସ ଏବଂ ବିଷାକ୍ତ ପଦାର୍ଥକୁ ଜବତ କରାଯାଇଛି ।

ଏହା ବି ପଢନ୍ତୁ- ଗୁଜୁରାଟରୁ ୪୨୫ କୋଟିର ଡ୍ରଗ୍ସ ଜବତ, ୫ ଇରାନ ନାଗରିକ ଗିରଫ

ଏବେ ପାକିସ୍ତାନୀ କ୍ରୁ ମେମ୍ବରକୁ ପୋର ବନ୍ଦର କୂଳକୁ ଅଣାଯାଉଛି । ଆଇସିଜି ଓ ଏଟିସି ସକ୍ରିୟତା ଯୋଗୁଁ ଏହି ବଡ଼ ଧରଣର ଡ୍ରଗ୍ସ ଅନୁପ୍ରବେଶକୁ ରୋକାଯାଇପାରିଛି । ଗୁଜୁରାଟର ସାମୁଦ୍ରିକ ସୀମା ବେଶ ସମ୍ବେଦନଶୀଳ । ଏଠାରେ ଆତଙ୍କବାଦୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଅନୁପ୍ରବେଶକାରୀଙ୍କୁ ରୋକିବା ଲାଗି ଆଧୁନିକ ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯାଉଛି ।

ଏହା ବି ପଢନ୍ତୁ- ଗୁଜୁରାଟ ଉପକୂଳରୁ 13 ପାକିସ୍ତାନୀଙ୍କ ସହ ମାଛଧରା ବୋଟ ଜବତ କଲା କୋଷ୍ଟଗାର୍ଡ

ସୂଚନା ଥାଉ କି ତଟରକ୍ଷୀ ବାହିନୀ ଓ ଗୁଜୁରାଟ ଏଟିଏସ୍‌ର ମିଳିତ ଅପରେସନରେ ଗତବର୍ଷ ମାର୍ଚ୍ଚରେ ମଧ୍ୟ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ ହୋଇଥିଲା । ଭାରତୀୟ ସାମୁଦ୍ରିକ ସୀମାରେ ଏକ ବୋଟ୍‌ରୁ ୪୨୫ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିବା ବେଳେ ୫ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତମାନେ ବୋଟ୍‌ ଯୋଗେ ଡ୍ରଗ୍ସ ଚୋରା ଚାଲାଣ ଉଦ୍ୟମ କରୁଥିଲେ ଯାହାକୁ ସଠିକ ସମୟରେ ପଣ୍ଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.