ETV Bharat / bharat

ସମୁଦ୍ର ମଧ୍ୟରେ ଚୋରା ଚାଲାଣ; 25ଟନ୍‌ ଡିଜେଲ ଜବତ, 5 ଅଟକ - Illegal diesel smuggling

ILLEGAL DIESEL SMUGGLING: ମହାରାଷ୍ଟ୍ର ସମୁଦ୍ର ମଧ୍ୟରେ ହେଉଥଲା ଚୋରା ଡିଜେଲ ଚାଲାଣ । 25ଟନ୍‌ ଡିଜେଲ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ । ଅଧିକ ପଢନ୍ତୁ

ILLEGAL DIESEL SMUGGLING
ILLEGAL DIESEL SMUGGLING (@IndiaCoastGuard)
author img

By ETV Bharat Odisha Team

Published : May 16, 2024, 7:59 PM IST

ମୁମ୍ବାଇ: ବଡ଼ ଧରଣର ବେଆଇନ ଡିଜେଲ ଚୋରା ଚାଲାଣକୁ ପଣ୍ଡ କଲା ଭାରତୀୟ ତଟରକ୍ଷୀ ବାହିନୀ । ମହାରାଷ୍ଟ୍ର ସମୁଦ୍ର ତଟ ଦେଇ ଏହି ଚୋରା ଚାଲାଣ ହେଉଥିବା ବେଳେ 5 ଜଣଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ନିକଟରୁ 25 ଟନ୍‌ ବେଆଇନ ଭାବେ ଚାଲାଣ ହେଉଥିବା ଡିଜେଲ ଜବତ କରାଯାଇଛି । ମାଛଧରା ବୋଟ୍‌ 'ଜୟ ମଲହର'ରେ 5 ଜଣ କ୍ରୁ ମେମ୍ବର ଗଭୀର ସମୁଦ୍ର ଦେଇ ଏହି ଡିଜେଲ ଚାଲାଣ କରୁଥିଲେ ।

ଜବତ ହୋଇଥିବା ଡିଜେଲର ମୂଲ୍ୟ 27 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏମାନଙ୍କୁ ଧରାଯାଇ ଉପକୂଳକୁ ନିଆଯାଉଛି । ଅଟକ ରହିଥିବା କ୍ରୁ ମେମ୍ବରଙ୍କ ସୂଚନା ଅନୁସାରେ ସେମାନେ ସମୁଦ୍ର ମଧ୍ୟରେ ପ୍ରାୟ 5000 ଲିଟର ଇନ୍ଧନ ଅନେକ ମତ୍ସ୍ୟଜୀବୀଙ୍କୁ ବିକ୍ରି କରିସାରିଛନ୍ତି ବୋଲି କହିଛନ୍ତି । ଏହି ସଫଳ ଅପରେସନରେ ଭାରତୀୟ ତଟରକ୍ଷୀ ବାହିନୀ ଦ୍ବାରା ସମୁଦ୍ରରେ ଡିଜେଲ ଚୋରା ଚାଲାଣ ଉପରେ ରୋକ ଲଗାଇବା ଉପରେ ଗୁରୁତ୍ବ ଦିଆଯାଉଛି । ଗତ ତିନି ଦିନ ମଧ୍ୟରେ ସମୁଦାୟ 55,000 ଲିଟର ଅଣସଂରକ୍ଷିତ ଡିଜେଲ ଜବତ କରାଯାଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ-ପୋରବନ୍ଦରରୁ 600 କୋଟି ମୂଲ୍ୟର ଡ୍ରଗ୍ସ ଜବତ, 14 ପାକିସ୍ତାନୀ ଗିରଫ

ସମୁଦ୍ର ମଧ୍ୟରେ ବେଆଇନ କାର୍ଯ୍ୟକଳାପକୁ ରୋକିବା ଦିଗରେ ସକ୍ରିୟ ଭାବେ ଭାରତୀୟ ତଟରକ୍ଷୀ ବାହିନୀ କାର୍ଯ୍ୟ କରୁଛି । ମେ 12ରେ ମଧ୍ୟ ଏଭଳି ଏକ ଅପରେସନ ସଫଳ ହୋଇଥିଲା । ଏହି ଅପରେସନରେ ଇଣ୍ଡିଆନ୍ କୋଷ୍ଟଗାର୍ଡ 30,000 ଲିଟର ବେଆଇନ ଡିଜେଲ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ 30 ଲକ୍ଷ ଟଙ୍କା ହେବ । ଏହାସହିତ ନଗଦ 1.75 ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି ବୋଟ୍‌ରେ ଥିବା 4 କ୍ରୁ ମେମ୍ବର ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରେୱାସ ଓ ମହାରାଷ୍ଟ୍ରର ବୋଲି ଜଣାପଡ଼ିଥିଲା ।

ଏହା ବି ପଢନ୍ତୁ- ଜଳଦସ୍ୟୁଙ୍କ କବଳରୁ ଇରାନ ଜାହାଜକୁ ମୁକ୍ତ କଲା ଭାରତୀୟ ନୌସେନା, ୨୩ ପାକିସ୍ତାନୀ ଉଦ୍ଧାର

ସେହିପରି ଗତ ଏପ୍ରିଲ 28 ତାରିଖରେ ଗୁଜୁରାଟ ସାମୁଦ୍ରିକ ସୀମାରୁ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଥିଲା । ଯାହାର ଓଜନ 86 କେଜି ହୋଇଥିବା ବେଳେ ପ୍ରାୟ 600କୋଟି ମୂଲ୍ୟର ଥିଲା । ଏହାସହିତ 14 ଜଣ ପାକିସ୍ତାନ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.