ETV Bharat / bharat

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ୩୧ରେ ଇଣ୍ଡିଆ ମେଣ୍ଟର ମହାରାଲି - INDIA bloc mega rally

author img

By ETV Bharat Odisha Team

Published : Mar 24, 2024, 2:32 PM IST

INDIA bloc's mega rally: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ୩୧ରେ ମହାରାଲି ଆୟୋଜନ କରିବ ଇଣ୍ଡିଆ ମେଣ୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ମହାରାଲି କରିବ ଇଣ୍ଡିଆ ମେଣ୍ଟ । ଆସନ୍ତା ମାର୍ଚ୍ଚ ୩୧ରେ ରାଜଧାନୀ ଦିଲ୍ଲୀର ରାମଲୀଲା ମୈଦାନରେ ଏହି ମେଗା ରାଲିର ଆୟୋଜନ ହେବ । ଏନେଇ ଆଜି (ରବିବାର) ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ଏବଂ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ତେବେ ଏହି ରାଲି ରାଜନୈତିକ ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା ଏବଂ କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ହେବ ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟର ସଦସ୍ୟ ଆପ୍ ଏବଂ କଂଗ୍ରେସ ଏହି ମହାରାଲି ସମ୍ପର୍କରେ ଘୋଷଣା କରିଛନ୍ତି । ଗୋପାଳ ରାୟ କହିଛନ୍ତି ଯେ, ଯେଉଁଭଳି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି, ଏଥିରେ ଦେଶବ୍ୟାପୀ ଆମର ସମ୍ବିଧାନକୁ ଭଲ ପାଉଥିବା ଏବଂ ସମ୍ମାନ କରୁଥିବା ଲୋକଙ୍କ ହୃଦୟ କ୍ରୋଧିତ ଅଛି । ଏହା କେବଳ ଅରବିନ୍ଦ କେଜ୍ରିୱାଲଙ୍କ କଥା ନୁହେଁ, ଗୋଟିଏ ପରେ ଗୋଟିଏ ସମଗ୍ର ବିରୋଧୀଙ୍କୁ ଧ୍ବଂସ କରିବା ପାଇଁ ଯୋଜନା । ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର କରି ଏବଂ ବିଧାୟକମାନଙ୍କୁ କିଣି ନହେଲେ ଧମକ ଦେଇ ବିଜେପିରେ ମିଶିବାକୁ ବାଧ୍ୟ କରୁଛନ୍ତି । ଯେଉଁ ଲୋକେ ନିଜ ମୁଣ୍ଡ ବିକିବାକୁ ଏବଂ ତାଙ୍କ ପାଖରେ ନଇଁବାକୁ ରାଜି ହେଉନାହାନ୍ତି, ସେମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ଗିରଫ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ''ରାମଲୀଲା ମୈଦାନ ଏକ ଐତିହାସିକ ସ୍ଥାନ । ଦେଶର ସବୁଠୁ ବଡ ବିପ୍ଲବ ଏହି ମୈଦାନରୁ ହିଁ ଆରମ୍ଭ ହୋଇଥିଲା । ଆପ୍ ମଧ୍ୟ ରାମଲୀଲା ମୈଦାନରୁ ଉଠିଛି । ଇଣ୍ଡିଆ ମେଣ୍ଟର ସବୁ ବରିଷ୍ଠ ନେତା ଏହି ରାଲିରେ ସାମିଲ ହୋଇ ଦେଶକୁ ସମ୍ବୋଧିତ କରିବେ ।'' ସେହିପରି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଲଭଲି କହିଛନ୍ତି, ''ଗଣତନ୍ତ୍ର ଆଜି ବିପଦରେ । ଆମର ନେତା ରାହୁଲ ଗାନ୍ଧୀ ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢେଇ କରୁଛନ୍ତି । ଆମେ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କ ସହ ଦୃଢ ଭାବରେ ଛିଡା ହୋଇଛି । ଏହି ମହା ରାଲି ରାଜନୈତିକ ନୁହେଁ, ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ଆହ୍ବାନ ହେବ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.