ETV Bharat / bharat

ଭାରତକୁ ଶକ୍ତିହୀନ କରିବାକୁ ଚାହୁଁଛି ଇଣ୍ଡିଆ ମହାମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି - PM Modi targets INDI alliance

author img

By ETV Bharat Odisha Team

Published : Apr 12, 2024, 8:15 PM IST

PM Modi targets INDI alliance: ରାଜସ୍ଥାନରୁ ଇଣ୍ଡିଆ ମେଣ୍ଟକୁ ମୋଦିଙ୍କ ଟାର୍ଗେଟ । ଭାରତକୁ ମେଣ୍ଟ ଶକ୍ତିହୀନ କରିବାକୁ ଚାହୁଁଛି ବୋଲି ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ

PM Modi
PM Modi

ଜୟପୁର: ବିରୋଧୀ ମେଣ୍ଟ ଭାରତକୁ ଶକ୍ତିହୀନ କରିବାକୁ ଚାହୁଁଛି । ଏପରି କହି ଆଜି (ଶୁକ୍ରବାର) ରାଜସ୍ଥାନ ବାରମେର ଜନସଭାରେ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଆଣବିକ ଅସ୍ତ୍ର ହଟାଇବା ପାଇଁ ସିପିଆଇ (ଏମ) ନିର୍ବାଚନୀ ଇସ୍ତାହାର ପତ୍ରରେ ଉଲ୍ଲେଖ କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ସମୟରେ ଭାରତର ଦୁଇ ପଡ଼ୋଶୀ ଆଣବିକ ଅସ୍ତ୍ର ସହ ପ୍ରସ୍ତୁତ ଅଛନ୍ତି, ସେତେବେଳେ ବିରୋଧୀ ଭାରତକୁ 'ଶକ୍ତିହୀନ' ଚାହୁଁଛନ୍ତି ବୋଲି ମୋଦି କହିଛନ୍ତି ।

ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ସିପିଆଇ (ଏମ) ନିଜ ଇସ୍ତାହାର ପତ୍ରରେ କହିଛି ଯେ ସାମୁହିକ ବିନାଶକାରୀ ଅସ୍ତ୍ର ଯେପରିକି ଆଣବିକ ଅସ୍ତ୍ରକୁ ସମ୍ପୂର୍ଣ୍ଣ ହଟାଇବ । ଏହାସହିତ ରାସାୟନିକ ଓ ଜୈବିକ ଅସ୍ତ୍ର ମଧ୍ୟ ହଟାଇବ । ଏହା ଉପରେ ପ୍ରତିକ୍ରିୟା ରଖି ଆଜି ମୋଦି କହିଛନ୍ତି, "କଂଗ୍ରେସ ଇସ୍ତାହାର ପତ୍ରରେ ଦେଶ ବିଭାଜନର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମୁସଲିମ ଲିଗ ପାଇଁ ଷ୍ଟାମ୍ପ ରହିଛି । ଏପଟେ ଇଣ୍ଡିଆ ମେଣ୍ଟର ଅନ୍ୟତମ ସଦସ୍ୟ ଥିବା ସିପିଆଇ(ଏମ) ଭାରତରୁ ଆଣବିକ ଅସ୍ତ୍ରକୁ ନଷ୍ଟ କରିବା ପାଇଁ ନିଜ ଇସ୍ତାହାର ପତ୍ରରେ କହିଛି । ଯେତେବେଳେ ଆମ ପଡ଼ୋଶୀ ଦୁଇ ରାଷ୍ଟ୍ର ଆଣବିକ ଅସ୍ତ୍ର ସହିତ ପ୍ରସ୍ତୁତ ଅଛନ୍ତି, ସେତେବେଳେ ଭାରତରୁ ଆଣବିକ ଅସ୍ତ୍ର ନଷ୍ଟ ହେବା ଉଚିତ କି ?"

ଏହା ବି ପଢନ୍ତୁ- ‘କଂଗ୍ରେସର ଇସ୍ତାହାର ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ, ମିଛ ପ୍ରତିଶୃତିର ବଣ୍ଡଲ’

ମୋଦି ଆହୁରି କହିଛନ୍ତି, "ମୁଁ କଂଗ୍ରେସକୁ ପ୍ରଶ୍ନ ପଚାରିବାକୁ ଚାହୁଁଛି, କାହା ଆଦେଶରେ ମେଣ୍ଟର ସଦସ୍ୟ କାର୍ଯ୍ୟ କରୁଛନ୍ତି ? ଏ କି ପ୍ରକାର ମେଣ୍ଟ ଯିଏକି ଭାରତକୁ ଶକ୍ତିହୀନ କରିବାକୁ ଚାହୁଁଛି ? ଗୋଟିଏ ପଟେ ମୋଦି ଭାରତକୁ ମେକ ଇନ ଇଣ୍ଡିଆ ମାଧ୍ୟମରେ ଶକ୍ତିଶାଳୀ କରିବାକୁ ଚାହୁଁଛି, ଅନ୍ୟପଟେ ଇଣ୍ଡିଆ ମହାମେଣ୍ଟ ଭାରତକୁ ଦୁର୍ବଳ କରିବାକୁ ଘୋଷଣା କରୁଛି । କଂଗ୍ରେସ ଭାରତର କୌଣସି ଗୋଟିଏ ବି ସମସ୍ୟା ସମାଧାନ କରିବାରେ ବିଫଳ ରହିଛି । ଏପରିକି 5 ଦଶନ୍ଧି ଧରି ରାଜସ୍ଥାନର ଲୋକଙ୍କୁ ପାଣି ଯୋଗାଇବାରେ ମଧ୍ୟ ବିଫଳ ରହିଛି । ଯେଉଁ ରାଜ୍ୟ ଦେଶ ପାଇଁ ରକ୍ତ ବୁହାଇଥିଲା, ସେହି ରାଜ୍ୟ ଏବେ ପାଣି ଟୋପାଏ ପାଇଁ ସଂଘର୍ଷ କରୁଛି । ମା' ଭଉଣୀ ମାନେ ପାଣି ପାଇଁ ମାଇଲ ମାଇଲ ଦୂର ଯାତ୍ରା କରୁଛନ୍ତି ।"

ବିଗତ 70 ବର୍ଷ ହେବ କେହି ରାଜ୍ୟବାସୀଙ୍କ ଦୁଃଖ ଶୁଣି ନାହାନ୍ତି । ଯଦି ଆପଣ ନିଜ ପୁଅ ମୋଦିକୁ ସୁଯୋଗ ଦେଇଥିଲେ, ସେତେବେଳେ ମୁଁ 'ଜଳ ଜୀବନ ମିଶନ' ଆରମ୍ଭ କରି ଏହି ସମସ୍ୟାର ସମାଧାନ ପାଇଁ ଦାୟିତ୍ବ ନେଇଥିଲି । ଏହି ଯୋଜନା ମାଧ୍ୟମରେ ରାଜସ୍ଥାନରେ ଆମେ 50 ଲକ୍ଷ ଘରକୁ ପାଣି ଯୋଗାଇଛୁ । ହେଲେ କଂଗ୍ରେସ ଯେତେବେଳେ ଏଠାରେ ସରକାରରେ ଥିଲା, ସେତେବେଳେ ଏହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ କରିଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ମୋଦି ଆହୁରି କହିଛନ୍ତି ଯେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି କଂଗ୍ରେସ ଗଣତନ୍ତ୍ରର ହତ୍ୟା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.