ETV Bharat / bharat

ବ୍ୟାଙ୍କ ଆକାଉଣ୍ଟ ସଚଳ ପରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ' ଧନ ନୁହେଁ, ଜନଙ୍କୁ ନେଇ ଶକ୍ତିଶାଳୀ କଂଗ୍ରେସ'

author img

By ETV Bharat Odisha Team

Published : Feb 16, 2024, 2:31 PM IST

Congress Frozen Account Row: କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା କୁହାଯିବା ପରେ, ହେଲା ସଚଳ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ,

Congress Frozen Account Row
Congress Frozen Account Row

ନୂଆଦିଲ୍ଲୀ: ଅଚଳ ପରେ ସଚଳ ହେଲା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ । ଆୟକର ବିଭାଗ କଂଗ୍ରେସ ସମେତ ଦଳର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦେବା ନେଇ ଅଭିଯୋଗ ଆଣିବାର ଘଣ୍ଟାଏ ମଧ୍ୟରେ ସଚଳ ହେଲା ବ୍ୟାଙ୍କ ଆକାଉଣ୍ଟ । ତେବେ ଏହି ମାମଲାର ଶୁଣାଣି ଆସନ୍ତା ଫେବୃଆରୀ ୨୧ ତାରିଖରେ ଆଇଟି ଟ୍ରିବ୍ୟୁନାଲରେ କରାଯିବ ।

ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା କଂଗ୍ରେସ । ଆଇଟି ଟ୍ରିବ୍ୟୁନାଲରୁ ଆଶ୍ବସ୍ତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଘେରିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ନରେନ୍ଦ୍ର ମୋଦିିଜୀ, ଆପଣ ଡରନ୍ତୁ ନାହିଁ । ଧନକୁ ନେଇ ନୁହେଁ ବରଂ ଜନକୁ ନେଇ ଶକ୍ତିଶାଳୀ କଂଗ୍ରେସ ପାର୍ଟି । ଏକଛତ୍ରବାଦ ଶାସନ ଆଗରେ ଆମେ କେବଳ ମୁଣ୍ଡ ନୁଆଁଇ ନାହୁଁ ଏବଂ ଭବିଷ୍ୟତରେ ମଧ୍ୟ କେବେ ନୁଆଁଇବୁ ନାହିଁ । ଭାରତର ଲୋକତନ୍ତ୍ରକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରାଣ ପଣେ ଚେଷ୍ଟା କରିବେ । "

ସୂଚନାଥାଉକି, ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ​​ଯେ, ଲୋକସଭା ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ କଂଗ୍ରେସର ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଥିଲା । 2018-19 ଆୟକର ରିଟର୍ଣ୍ଣ ଆଧାରରେ ଫ୍ରିଜ୍ କରାଯାଇ ସେମାନଙ୍କଠାରୁ 210 କୋଟି ଟଙ୍କା ରିକଭରୀ ପାଇଁ ଦାବି କରିଥିଲା । ଦଳର କୋଷାଧ୍ୟକ୍ଷ ଅଜୟ ମାକେନ୍ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଥିଲେ । ଭାରତୀୟ ଯୁବ କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ନେଇ ସେ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 2022 ସୁଦ୍ଧା ନିର୍ବାଚନୀ ବଣ୍ଡରେ ସଂଗ୍ରହ ହୋଇଛି 16 ହଜାର କୋଟି, ସବୁଠୁ ଆଗରେ ବିଜେପି

୯ ଆକାଉଣ୍ଟ ଫ୍ରିଜ୍ କରାଯାଇଛି: କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ ଅଭିଯୋଗ କରି କହିଥିଲା,"ବର୍ତ୍ତମାନ ସୁଦ୍ଧା ମୋଟ ୯ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବଂ ଦୁଃଖିତ ହେବେ ଯେ, ଭାରତରେ ଲୋକତନ୍ତ୍ର ଉପରେ ସମ୍ପୂର୍ଣ୍ଣ ତାଲାବନ୍ଦୀ କରି ଦିଆଯାଇଛି । ଆମେ ୨ ଦିନ ପୂର୍ବେ ଜାଣିବାକୁ ପାଇଲୁ ଯେ ଆମେ ଯେଉଁ ଚେକ୍ ପ୍ରଦାନ କରୁଛୁ ତାହାକୁ ବ୍ୟାଙ୍କ ଗ୍ରହଣ କରୁନାହାନ୍ତି । ତେବେ ଆମେ ଅନୁସନ୍ଧାନରୁ ଜାଣିବାକୁ ପାଇଲୁ ଯେ, ଦେଶର ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଛି । "

ଗଣତନ୍ତ୍ରକୁ ଫ୍ରିଜ୍ କରି ଦିଆଯାଇଛି: ଅଜୟ ମାକେନ୍ ଅଭିଯୋଗ କରିଛନ୍ତି, "କେବଳ କଂଗ୍ରେସ ନେତାଙ୍କର ଆକାଉଣ୍ଟ ଫ୍ରିଜ କରାଯାଇ ନାହିଁ ବରଂ ଦେଶର ଗଣତନ୍ତ୍ରକୁ ଫ୍ରିଜ କରିଦିଆ ଯାଇଛି । ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯେତେବେଳେ ୨ ସପ୍ତାହ ବାକି ରହିଛି, ଏହି ସମୟରେ ସରକାର କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରି କଣ ଦର୍ଶାଇବା ପାଇଁ ଚାହୁଁଛନ୍ତି ? ଗତକାଲି ସନ୍ଧ୍ୟାରେ ଭାରତୀୟ ଯୁବ କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଥିଲା । ୨୦୧୮-୧୯ ଆୟକର ରିଟର୍ଣ୍ଣ ଆଧାରରେ ୨୧୦ କୋଟି ରିକଭରୀ ପାଇଁ ମଗାଯାଇଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନିକଟରେ ପହଞ୍ଚିଛି । ଆଶା କରୁଛି ଯେ, ନ୍ୟାୟପାଳିକା ଗଣତନ୍ତ୍ର ସୁରକ୍ଷା କରିବେ । ଯଦି କାହାର ଆକାଉଣ୍ଟରକୁ ଫ୍ରିଜ କରିବାର ଅଛି ତାହାଲେ ଭାରତୀୟ ଜନତା ପାର୍ଟିର ଆକାଉଣ୍ଟକୁ ଫ୍ରିଜ କରିବା ଉଚିତ । କାରଣ ସେମାନେ ଅସାମ୍ବିଧାନିକ ନିର୍ବାଚନୀ ବଣ୍ଡ ଜରିଆରେ ଟଙ୍କା ନେଇଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.