ETV Bharat / bharat

‘ମୋ ଦାୟିତ୍ବ ଶେଷ ହେଲା ବୋଲି ଭାବିବି’ ନିର୍ବାଚନ ପୂର୍ବରୁ ଏମିତି କାହିଁକି କହିଲେ ମୋଦି - PM Modi - PM MODI

PM MODI OPENS UP ON HIS LEGACY: ନିର୍ବାଚନ ପୂର୍ବରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର । ବିଭିନ୍ନ ପ୍ରସଙ୍ଗରେ ମତ ରଖିଲେ । ବିକାଶର ଉପଲବ୍ଧି କଥା କହିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ଓ୍ବିକକୁ ମୋଦିଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଅନ୍ତର୍ଜାତୀୟ ଗଣମଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର, ‘ତୃତୀୟ କାର୍ଯ୍ୟକାଳରେ ମୋ ଦାୟିତ୍ବ ଶେଷ ହେଲା ବୋଲି ଭାବିବି ’

author img

By ETV Bharat Odisha Team

Published : Apr 11, 2024, 6:52 AM IST

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଗତକାଲି(ବୁଧବାର) ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଭିତ୍ତିଭୂମି, ୟୁପିଆଇ ବ୍ୟବସ୍ଥା, ମହିଳା ସଶକ୍ତିକରଣ ଏବଂ ନିରନ୍ତର ଅଭିବୃଦ୍ଧି କ୍ଷେତ୍ରରେ ଭାରତର ପରିବର୍ତ୍ତନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏକ ଗଣତନ୍ତ୍ର, କେବଳ ସମ୍ବିଧାନରେ ଏହା ଉଲ୍ଲେଖ କରାଯାଇ ନାହିଁ, ଏହା ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଜିନରେ ଅଛି । ଆମେରିକାର ପ୍ରତିଷ୍ଠିତ ପତ୍ରିକା ‘ନ୍ୟୁଜୱିକ’ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଉତ୍ତରାଧିକାରୀଙ୍କ ବିଷୟରେ କହିଛନ୍ତି । ସେ ତୃତୀୟ କାର୍ଯ୍ୟକାଳରେ ତାଙ୍କ ଦାୟିତ୍ବ ଶେଷ ହେଲା ବୋଲି ବିଚାର କରିବେ ବୋଲି ମଧ୍ୟ ପରୋକ୍ଷରେ କହିଛନ୍ତି । ତେବେ ଭାରତର ଏହି ନିର୍ବାଚନ ଉପରେ ସମସ୍ତଙ୍କ ନିଜର ଥିବା ବେଳେ ଫଳାଫଳ ଓ ସରକାର ଗଠନକୁ ମଧ୍ୟ ପୁରା ବିଶ୍ବ ନଜର ରଖିଛି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଅନ୍ତର୍ଜାତୀୟ ସାକ୍ଷାତକାର ଏବେ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦ୍ବିତୀୟ କାର୍ଯ୍ୟକାଳ ଶେଷ ସୁଦ୍ଧା ଅଧିକାଂଶ ସରକାର ସମର୍ଥନ ହରାଇବାକୁ ଆରମ୍ଭ କରୁଥିବା ବେଳେ ବିଜେପି ସରକାର ଏହାର ସମର୍ଥନ ଆଧାରରେ ବୃଦ୍ଧି ଘଟୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସରକାରର ପ୍ରତିଶ୍ରୁତି ପୂରଣ କରିବାରେ ଏକ ଉତ୍କୃଷ୍ଟ ରେକର୍ଡ ରହିଛି । ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ସହ ଏବେ ଦେଶରେ କାମ ଜାରି ରହିଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ହୋଇଛି । ଏହାକୁ ଦେଶବାସୀ ଅନୁଭବ ମଧ୍ୟ କରିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା, ଦେଶର ଅର୍ଥନୈତିକ ଅବିବୃଦ୍ଧି, ଡିଜିଟାଲ ଇଣ୍ଡିଆର ସଫଳତା ଆଦି କଥା ମୋଦି ମଧ୍ୟ ଦୋହରାଇଛନ୍ତି ।

ଏକ ବଡ କଥା ହେଉଛି, ପୂର୍ବତନ ତଥା ଦେଶର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଗଣମାଧ୍ୟମ ‘ନ୍ୟୁଜ୍ ୱିକ’ ପତ୍ରିକାର କଭରରେ ସ୍ଥାନ ପାଇଥିଲେ । ଏବେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ରେକର୍ଡ ଧାରାରେ ଯୋଡି ହୋଇଛନ୍ତି । ପ୍ରାୟ 90 ମିନିଟ ଧରି ଏହି ପ୍ରତିକାର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଏକ ଲିଖିତ ସାକ୍ଷାତକାର ନେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତକାରକୁ ବେଶ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.