ETV Bharat / bharat

ସାଉଦି ଆରବରେ ହାଇଦ୍ରାବାଦର ମହିଳାଙ୍କୁ ସ୍ବାମୀର ନିର୍ଯାତନା ! ବିଦେଶ ମନ୍ତ୍ରଣାଳୟର ସହଯୋଗ ଲୋଡିଲା ପରିବାର

Husband tortured a Hyderabadi girl in Saudi: ସାଉଦି ଆରବରେ ହାଇଦ୍ରାବାଦର ମହିଳାଙ୍କୁ ସ୍ବାମୀଙ୍କ ନିର୍ଯାତନା । 2014ରେ ସାଉଦିରେ ବାଂଲାଦେଶୀ ନାଗରିକ ପରିଚୟ ଦେଇ ବିବାହ କରିଥିଲା ପାକିସ୍ତାନୀ ଯୁବକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 10, 2024, 10:42 PM IST

ସାଉଦି ଆରବରେ ହାଇଦ୍ରାବାଦର ଯୁବତୀଙ୍କୁ ସ୍ବାମୀର ନିର୍ଯାତନା ! ବିଦେଶ ମନ୍ତ୍ରଣାଳୟର ସହଯୋଗ ମାଗିଲା ପରିବାର

ହାଇଦ୍ରାବାଦ: ସାଉଦି ଆରବରେ ଜଣେ ଭାରତୀୟ ମହିଳାଙ୍କୁ ତାଙ୍କ ପାକିସ୍ତାନୀ ସ୍ବାମୀ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ମହିଳା ଜଣକ 2014ରେ ହାଇଦ୍ରାବାଦରୁ ସାଉଦି ଆରବ ଯାଇ ସେଠାରେ ଜଣେ ଯୁବକଙ୍କ ସହ ବିବାହ କରିଥିଲେ । ଉଭୟଙ୍କର 3 ଜଣ ସନ୍ତାନ ମଧ୍ୟ ରହିଛନ୍ତି । ଏବେ ମହିଳାଙ୍କ ସ୍ବାମୀ ଜଣେ ବାଂଲାଦେଶୀ ନାବାଳିକାକୁ ବିବାହ କରିବା ସହ ତାଙ୍କୁ ଓ ତାଙ୍କ ସନ୍ତାନମାନଙ୍କୁ ନିୟମିତ ନିର୍ଯାତନା ଦେବା ସହ ଘରେ ବନ୍ଦ ରଖିଥିବା ପରିବାର ସଦସ୍ୟଙ୍କୁ ମହିଳା ଜଣକ ଅବଗତ କରିଛନ୍ତି । ହାଇଦ୍ରାବାଦରେ ଥିବା ମହିଳାଙ୍କ ପରିବାର ଝିଅର ଉଦ୍ଧାର ଓ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବିଦେଶ ମନ୍ତ୍ରଣାଳୟର ସହଯୋଗ ଲୋଡିଛନ୍ତି ।

ସୂଚନା ଅନୁସାରେ, ହାଇଦ୍ରାବାଦର ରାଜେନ୍ଦ୍ର ନଗର ବାସିନ୍ଦା ସବେରା ବେଗମଙ୍କ ଝିଅ ସବା ବେଗମଙ୍କର ଯୌତୁକ କାରଣରୁ ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଦ୍ବିତୀୟ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଜଣେ ବ୍ୟକ୍ତିଙ୍କ ଜରିଆରେ ସେ ସାଉଦି ଆରବର ମକ୍କାରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ଜଣେ ବାଂଲାଦେଶୀ ଯୁବକ ଅଲିହୁସେନ୍ ଅଜିଜ୍ ଉଲ୍ ରେହମାନଙ୍କ ସହ ସମ୍ପର୍କରେ ଆସିଥିଲେ । ଏହା ପରେ ଯୁବକଜଣକ ସବାଙ୍କୁ ବିବାହ କରିବାକୁ ସାଉଦି ଆରବ ଡାକିଥିଲେ । 2014ରେ ସବା ସାଉଦି ଆରବ ଯାଇ ଅଲିହୁସେନ ଅଜିଜ ଉଲ ରେହମାନଙ୍କୁ ବିବାହ କରି ରହିଥିଲେ । ଉଭୟଙ୍କର ତିନିଟି ସନ୍ତାନ ମଧ୍ୟ ରହିଛି । ତେବେ ବିବାହର କିଛି ବର୍ଷ ପରେ ରେହେମାନ ପାକିସ୍ତାନ ନାଗରିକ ବୋଲି ଜଣାପଡିଥିଲା । ଏବେ ସବା ବେଗମ ନିର୍ଯାତନାର ଶିକାର ହୋଇ ଘର ଛାଡି ଏକ ହୋଟେଲରେ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ହରକ ସିଂ ରାଓ୍ବତଙ୍କୁ ଓଡିଶା ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା AICC

ଏବେ ଅଲିହୁସେନ ଅଜିଜ୍ ଉଲ୍ ରେହମାନ ବାଂଲାଦେଶରୁ ଜଣେ 17 ବର୍ଷୀୟା ନାବାଳିକାକୁ ଆଣି ବିବାହ କରିବା ସହ ସବାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ସବା ଏବେ ଆହତ ଓ ସେ ଏକ ହୋଟେଲରେ ଆତ୍ମଗୋପନ କରିଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ସବାଙ୍କ ଠାରୁ ପରିବାର ସଦସ୍ୟ ଏସମ୍ପର୍କରେ ଅଭିଯୋଗ ପାଇବା ପରେ ଭାରତ ସରକାରଙ୍କ ହସ୍ତକ୍ଷେପ ଲୋଡଛନ୍ତି । ବିଦେଶ ମନ୍ତ୍ରଣାଳୟ ଏହି ମାମଲାରେ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସବା ଓ ତାଙ୍କ ସନ୍ତାନମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ସବାଙ୍କ ମା’ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.