ETV Bharat / bharat

ଶେଷଯାତ୍ରା ହେଲା ତୀର୍ଥଯାତ୍ରା, ସଡକ ଦୁର୍ଘଟଣାରେ ଲିଭିଗଲା 13 ଜୀବନ ଦୀପ - Karnataka road accident

author img

By ETV Bharat Odisha Team

Published : Jun 28, 2024, 7:58 AM IST

Updated : Jun 28, 2024, 9:46 AM IST

Horrible road accident in Karnataka : କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା । ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ । ଟ୍ରକକୁ ପଛପଟୁ ଟ୍ରାଭେଲର ଧକ୍କା ଦେବାରୁ ୧୩ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Karnataka road accident
Karnataka road accident (Etv Bharat)

ବେଙ୍ଗାଲୁରୁ: ତୀର୍ଥଯାତ୍ରା ପାଲଟିଲା ଶେଷଯାତ୍ରା । ମନ୍ଦିର ଦର୍ଶନ ସାରି ଫେରୁଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଲିଭିଗଲା ୧୩ ଜୀବନ ଦୀପ । ଆଜି (ଶୁକ୍ରବାର) ଭୋର ସମୟରେ କର୍ଣ୍ଣାଟକ ହାଭେରୀ ଜିଲ୍ଲା ଅନ୍ତର୍ଗତ ଗୁଣ୍ଡେନାହାଲ୍ଲିଠାରେ ପୁନେ- ବେଙ୍ଗାଲୁରୁ ଜାତୀୟ ରାଜପଥରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକ ଟ୍ରାଭେଲରରେ ଯାତ୍ରା କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଚାରି ଯୁବକ - Car Catches Fire

ସୂଚନା ଅନୁଯାୟୀ, ଆଜି ଭୋର ପାଖାପାଖି ୪ଟା ସମୟରେ ହାଭେରୀ ଜିଲ୍ଲାର ବ୍ୟାଦଗୀ ଥାନା ଅନ୍ତର୍ଗତ ଗୁଣ୍ଡେନାହାଲ୍ଲି କ୍ରସଠାରେ ଏକ ଟ୍ରାଭେଲର ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ମୃତକମାନେ ମନ୍ଦିର ଦର୍ଶନ ପାଇଁ କର୍ଣ୍ଣାଟକର ସାବଦତ୍ତୀ ଯାଇଥିବା ବେଳେ ସେଠାରୁ ଫେରୁଥିଲେ । ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଶିବମୋଗ୍ଗା ଜିଲ୍ଲାର ଭଦ୍ରାବତୀ ଅଞ୍ଚଳବାସିନ୍ଦା ହୋଇଥିବା ଜଣାପଡିଛି ।

ମୃତକମାନେ ହେଲେ, ପରଶୁରାମ (୪୫), ଭାଗ୍ୟ(୪୦), ନାଗେଶ (୫୦), ବିଶାଲାକ୍ଷ୍ମୀ (୫୦), ସୁଭ୍ରଦା ବାଇ(୬୫), ପୁଣ୍ୟା (୫୦), ମଞ୍ଜୁଳା ବାଇ (୫୭), ଆଦର୍ଶ(୨୩), ମନସା (୨୪), ରୂପା(୪୦), ମଞ୍ଜୁଳା (୫୦) ଏବଂ ୪ ଓ ୬ ବର୍ଷର ଦୁଇ ଶିଶୁ । ୧୮ ବର୍ଷୀୟା ଅର୍ପିତାଙ୍କ ସମେତ ଅନ୍ୟ ୩ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2024, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.