ମେଷ: ଆପଣ ପାଇଁ ଆଜିର ଦିନଟି ଶୁଭଙ୍କର ନୁହେଁ । କେବଳ ନିଜ କଥା ଭାବିବାରେ ସମୟ ଯିବ। ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଜଟିଳତା ମଧ୍ୟରେ ଗତି କରିବେ ଏବଂ ଦିନର ମୁଖ୍ୟ ସମୟ ଯାହାକି କ୍ରୋଧ ଓ ଆର୍ଥିକ କ୍ଷତିରେ ପହଞ୍ଚାଇବ । ଏଣୁ ଭାବିଚିନ୍ତି ସତର୍କତା ଅବଲମ୍ୱନ କରନ୍ତୁ ।
ବୃଷ: ଆଜି ଆପଣଙ୍କ ଦିନ ଭଲରେ କଟିବ । ଆପଣ ସଜବାଜ ହେବାର ଏହା ଏକ ଶୁଭ ଦିନ । ଆପଣ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଏକ ଭଲ ସମୟ କଟାଇପାରନ୍ତି ଯାହା ଦ୍ଵାରା ଆପଣଙ୍କ ଉପରେ ଥିବା ବୋଝ କମିବ ।
ମିଥୁନ: ଆଜି ଆପଣଙ୍କ ଶାରୀରିକ ରୂପ ବିଷୟରେ ଆପଣ ବହୁତ ଚିନ୍ତିତ ରହିବେ ଓ ଆଜି ଆପଣ ମସାଜ ନେଇ କିମ୍ଵା ନିଜର ଷ୍ଟାଇଲ ବଦଳାଇ ନିଜକୁ ଭଲ ପାଇବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।
କର୍କଟ: ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ । ଆଜି ଆପଣ ପବିତ୍ର ଓ କର୍ତ୍ତବ୍ୟନିଷ୍ଠ ରହିବାର ଉଚ୍ଚ ସମ୍ଭାବନା ଅଛି । ଆପଣଙ୍କ ଆଜି ଖର୍ଚ୍ଚ ବଡିବାର ସମ୍ଭାବନା ରହିଛି । ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବହୁତ ଭଲ ରହିବ । ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯିବା ସହ ଖୁସିରେ ସମୟ ଅତିବାହିତ କରିପାରନ୍ତି ।
ସିଂହ: ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନାଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ । ଆଜି ଆପଣ ହଠାତ ରାଗିଯାଇପାରନ୍ତି । ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବୁଡି ରହିବେ । ପରିବାର ପ୍ରତି ଚିନ୍ତା କରିବେ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ପୁଞ୍ଜି ନିବେଶ କରିବେ ।
କନ୍ୟା: ଆଜି ଆପଣଙ୍କ ଶକ୍ତି ଉପରେ ପ୍ରଭାବ ପଡିପାରେ । କିଛି ଅନିଚ୍ଛାକୃତ ସମସ୍ୟା ଆପଣଙ୍କ ନିକଟକୁ ଆସିବାର ସମ୍ଭାବନା ଅଛି ଯେଉଁଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି । କିନ୍ତୁ ଯଦି ଆପଣ ସବୁଦିନିଆ କଥା ଛାଡି କିଛି ନୂଆ କରନ୍ତି ତେବେ ଆପଣଙ୍କ ସହ ଭଲ ହୋଇପାରେ ।
ତୁଳା: ନିଜ ମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ପ୍ରତି ସଫଳତା ପାଇବା ପାଇଁ ଭଗବାନ ହିଁ ଭରସା । ଆଜି ଆପଣଙ୍କ ପାଇଁ ଉତ୍ତମ ଦିନ । ଆପଣଙ୍କ ଭବିଷ୍ୟତର କ୍ୟାରିୟର ବିକାଶ ବିଷୟରେ ଏକ ଉତ୍ତମ ଯୋଜନା କରିବେ । ଏହା ଆପଣଙ୍କୁ ସଫଲ ମଧ୍ୟ କରାଇବ ।
ବିଛା: ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ । ଆପଣ ବିଭିନ୍ନ କ୍ରିୟାକଳାପରେ ବ୍ୟସ୍ତ ରହିବେ ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ । କିନ୍ତୁ ଅତ୍ୟଧିକ ଉତ୍ସାହୀ ହେବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇପାରେ । ଏଥିପ୍ରତି ଯତ୍ନବାନ ହୁଅନ୍ତୁ ।
ଧନୁ: ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତରେ କଟିବ । ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି । ଯଦିଓ ଦିନଟି ବ୍ୟସ୍ତତାରେ ଯିବ ଆପଣଙ୍କ ବସ୍ ଦୟାଶୀଳ ରହିବେ ସେଥିପାଇଁ ଦିନଟି ଆପଣଙ୍କ ସହଜ ରହିବ । ପରିବାର ଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ ।
ମକର: ଆପଣ ଆଜି ଯାହା କରିବେ ସେଥିରେ ତର୍କ ଓ କାରଣ ଖୋଜିବେ ଓ ଏହାକୁ ଅନୁଧ୍ୟାନ କରିବେ । ଆପଣଙ୍କ ଉପରେ କିଛି କାର୍ଯ୍ୟ ଚାପ ଓ ଚିନ୍ତା ରହିପାରେ, କିନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ହେବ ବୋଲି ଆଶା କରି ଆପଣ ସବୁ କଷ୍ଟକୁ ସହି ଚାଲିବେ ।
କୁମ୍ଭ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ଫଳପ୍ରଦ ହେବ । ଆଜି ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ଠାରୁ ବହୁତ ଭଲ ପାଇବା ଓ ଯତ୍ନ ପାଇବେ । ଆପଣଙ୍କ ମାନସିକ ଶାନ୍ତିକୁ ପ୍ରଭାବିତ କରୁଥିବା କିଛି ବିଶେଷ ପରିସ୍ଥିତି ଗୁଡିକର ସମାଧାନ ମଧ୍ୟ ଆପଣ କରିପାରନ୍ତି । ଏହା ଦ୍ଵାରା ଆପଣ ଲୋକମାନଙ୍କ ସହ ମିଶିବାକୁ ସୁବିଧା ହେବ । ଫଳରେ ଏହା ଆଗକୁ ଆପଣଙ୍କୁ ଲାଭ ଦେବ ।
ମୀନ: ଆଜି ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ୱଳ ରହିବ । ଆଜି ଆପଣ ସମୟ ସମାନ ଭାବରେ ଭାଗ କରିବେ ଓ ଉଭୟ ଘରେ ଓ କାର୍ଯ୍ୟସ୍ଥଳରେ ଭଲ କରିବେ । ଆପଣ ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇପାରନ୍ତି ଓ ସେମାନଙ୍କ ଠାରୁ ଲାଭ ମଧ୍ୟ ପାଇପାରନ୍ତି । ଅପରାହ୍ନ ପରେ ଆପଣ ଏକ କଷ୍ଟକର ନିଷ୍ପତ୍ତି ନେବାରେ ସମସ୍ୟାରେ ପଡିବେ ।