ETV Bharat / bharat

ଦିଲ୍ଲୀ ଯାଉଥିବା ସ୍ପାଇସଜେଟ ବିମାନରେ ବୋମା ଆତଙ୍କ

author img

By ETV Bharat Odisha Team

Published : Jan 25, 2024, 7:28 AM IST

Hoax Bomb Threat To Delhi-Bound Flight: ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ସ୍ପାଇସଜେଟ୍ ବିମାନରେ ବୋମା ଆତଙ୍କ । ଦିଲ୍ଲୀରେ ସୁରକ୍ଷିତ ଅବତରଣ କଲେ ଯାତ୍ରୀ । ଅଧିକ ପଢନ୍ତୁ

Hoax Bomb Threat To Delhi-Bound Flight
ସ୍ପାଇସଜେଟ୍ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଦରଭଙ୍ଗା-ଦିଲ୍ଲୀ ସ୍ପାଇସଜେଟ୍ ବିମାନରେ ବୋମା ଆତଙ୍କ । ଗତକାଲି(ବୁଧବାର) ବିମାନ ଦିଲ୍ଲୀ ଆସୁଥିବା ବେଳେ ଏଥିରେ ବୋମା ଥିବା ନେଇ ସ୍ପାଇସଜେଟ୍ ରିଜର୍ଭେସନ ଅଫିସକୁ ଏକ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ସ୍ପାଇସଜେଟର SG 8496 ବିମାନରେ ବୋମା ଥିବା କହିଥିଲା । ଯାହାକୁ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହାଇଆଲର୍ଟରେ ଜାରି କରାଯାଇଥିଲା । ତେବେ ସନ୍ଧ୍ୟାରେ ଉକ୍ତ ବିମାନ ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିଥିଲା । ବିମାନକୁ ଭଲ ଭାବେ ଯାଞ୍ଚ କରାଯାଇଥିବା ବେଳେ ଏଥିରେ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ତେଣୁ ଏହା ଏକ ଫେକ୍ କଲ୍ ହୋଇଥିବା ଜଣାପଡିଛି ।

ସୂଚନା ମୁତବାକ, ବୁଧବାର ସ୍ପାଇସଜେଟର SG 8496 ବିମାନ ଅପରାହ୍ନରେ ଦରଭଙ୍ଗାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ତେବେ ଦିଲ୍ଲୀରେ ଅବତରଣର କିଛି ମିନିଟ୍ ପୂର୍ବରୁ ସେଥିରେ ବୋମା ଥିବା ସ୍ପାଇସଜେଟ୍ ରିଜର୍ଭେସନ ଅଫିସକୁ କଲ୍ ଆସିଥିଲା । ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଏଭଳି ବୋମା ଧମକ ମିଳିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଥିଲା । କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ବିମାନ ବନ୍ଦରରେ ଜରୁରୀ ସ୍ଥିତି ଘୋଷଣା କରିଥିଲେ । ଏହାପରେ ସନ୍ଧ୍ୟା ୬ଟା ୪ ମିନିଟରେ ଦରଭଙ୍ଗା-ଦିଲ୍ଲୀ ସ୍ପାଇସଜେଟ ବିମାନ ଏୟାରପୋର୍ଟରେ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Bomb Threat: ଭିସ୍ତାରା ବିମାନରେ ବୋମା, ଉଡାଣ ପୂର୍ବରୁ ମିଳିଲା ଧମକ

ସମସ୍ତ ଯାତ୍ରୀ ସୁରକ୍ଷିତ ଓହ୍ଲାଇବା ପରେ ବିମାନକୁ ଅଲଗା ରଖାଯାଇ ଏହାର ଟିକିନିକ ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚ ବେଳେ ବିମାନରୁ କୌଣସି ସନ୍ଦିଗ୍ଧ ବସ୍ତୁ ନମିଳିବାରୁ ଏହା ଏକ ଫେକ୍ କଲ୍ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା । ଏନେଇ ସ୍ପାଇସଜେଟ ମୁଖପାତ୍ର ସୂଚନା ଦେଇଛନ୍ତି । ତେବେ କିଏ ସେହି ବ୍ୟକ୍ତି ଯିଏ କଲ୍ କରି ବିମାନରେ ବୋମା ଥିବା କହିଥିଲା, ତାହାର କୌଣସି ସୂଚନା ମିଳିପାରିନି । ସମ୍ପୃକ୍ତ ଅଜ୍ଞାତ ବ୍ୟକ୍ତିକୁ ଧରିବାକୁ ପୋଲିସ ଛାନଭିନ୍ ଚଳାଇଛି ।

ତେବେ ବିମାନରେ ବୋମା ଧମକ ମିଳିବା କିଛି ନୂଆ ନୁହେଁ । ଅନେକ ସମୟରେ ଏହିଭଳି ଘଟଣା ସାମ୍ନାକୁ ଆସୁଛି । କିଛି ଦିନ ତଳେ ଦିଲ୍ଲୀ-ପୁଣେ ବିମାନରେ ବୋମା ଥିବାର ଧମକ ମିଳିଥିଲା । ସେତେବେଳକୁ ବିମାନରେ ଯାତ୍ରୀମାନେ ପ୍ରବେଶ କରିସାରିଥିଲେ । ମାତ୍ର ଧମକପୂର୍ଣ୍ଣ କଲ୍ ମିଳିବାରୁ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇ ବିମାନ ଭିତରେ ସର୍ଚ୍ଚ ଅପରେସନ କରାଯାଇଥିଲା । ହେଲେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.