ETV Bharat / bharat

ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ସୁପ୍ରିମକୋର୍ଟରେ କାଭିଟ ପିଟିସନ ଦାଖଲ କଲେ ହିମାଚଳ ସରକାର

author img

By ETV Bharat Odisha Team

Published : Mar 11, 2024, 2:10 PM IST

Himachal Political Crisis : ହିମାଚଳ ବିଧାନସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା 6 ନେତାଙ୍କ ମାମଲାରେ ସୁପ୍ରିମକୋର୍ଟରେ କାଭିଟ ପିଟିସନ ଦାଖଲ କଲେ ରାଜ୍ୟ ସରକାର । ଆସନ୍ତାକାଲି ଶୁଣାଣି । ଅଧିକ ପଢନ୍ତୁ

Himachal Political Crisis
Himachal Political Crisis

ଶିମଲା: ହିମାଚଳ ରାଜନୀତିରେ ନୂଆ ମୋଡ଼ ଆସିଛି । ଗୋଟିଏ ପଟେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସର 6 ବିଧାୟକ ସୁପ୍ରିମ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି ହିମାଚଳ ସରକାର ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ରାଜ୍ୟ ସରକାର ସୁପ୍ରିମକୋର୍ଟରେ କାଭିଟ ପିଟିସନ(ନିଷେଧ ପତ୍ର) ଦାଖଲ କରି ତାଙ୍କ ପକ୍ଷ ଶୁଣିବାକୁ ଅନୁରୋଧ କରିଛନ୍ତି । ଅଯୋଗ୍ୟ ଘୋଷିତ କରାଯାଇଥିବା ମାମଲାରେ କୌଣସି ଆଦେଶ ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବାକୁ ନିଷେଧ ପତ୍ରରେ ଦର୍ଶାଯାଇଛି । ତେବେ ଏହାର ଶୁଣାଣି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 12 ତାରିଖରେ ହେବ । ବାଚସ୍ପତି କୁଳଦ୍ବୀପ ସିଂ ପଠାନିଆଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଯୋଗ୍ୟ ଘୋଷିତ ବିଧାୟକ ।

ମଙ୍ଗଳବାର ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜିବ ଖାନ୍ନା, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାରଙ୍କ ବେଞ୍ଚ ଏହି ଶୁଣାଣି କରିବେ । ପ୍ରକାଶଥାଉକି, କୌଣସି ପ୍ରତିବାଦୀ ପକ୍ଷ ବିରୋଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆବେଦନ ଗ୍ରହଣ କରିବା ନେଇ କ୍ୟାବିନେଟ ଯାଚିକା ଏହି ଅଧିକାର ପ୍ରଦାନ କରିଛି । ଏହି ଅଧିକାର ଆଧାରରେ ହିମାଚଳ ସରକାର କାଭିଟ ପିଟିସନ ଦାଖଲ କରିଛନ୍ତି । ତେବେ ଯୁକ୍ତିଯୁକ୍ତ ପ୍ରମାଣ ଆଧାରରେ ହିଁ ବିଧାନସଭା ବାଚସ୍ପତି 6ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ନେଇ ରାଜ୍ୟ ସରକାର ଯୁକ୍ତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହିମାଚଳରେ ବଢିଲା ରାଜନୈତିକ ସଙ୍କଟ, ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରମକୋର୍ଟ ଗଲେ ଅଯୋଗ୍ୟ ଘୋଷିତ ବିଧାୟକ

ହିମାଚଳରେ ବଜେଟ ଉପସ୍ଥାପନ ସମୟରେ ଶାସକ ଦଳର ବିଧାୟକମାନଙ୍କୁ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ 6 ଜଣ ବିଧାୟକ ଉପସ୍ଥିତ ନଥିଲେ । ହ୍ବିପ ଜାରି କରିବା ପରେ ମଧ୍ୟ ସେମାନେ ବଜେଟ ଅଧିବେଶନରେ ଯୋଗ ଦେଇନଥିଲେ । ସେଥିପାଇଁ 6 ଜଣଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଆସନ୍ତାକାଲି(ମଙ୍ଗଳବାର) ଉଭୟ ପକ୍ଷକୁ ନେଇ ଶୁଣାଣି କରାଯିବ । ସୁପ୍ରିମକୋର୍ଟରେ ଏହି ମାମଲା 36 ନମ୍ବରରେ ରହିଛି । ବିଧାୟକଙ୍କ ପକ୍ଷରୁ ତୁଷାର ମେହେଟ୍ଟା ମାମଲା ଲଢିବେ । ଅଯୋଗ୍ୟ ଘୋଷିତ ବିଧାୟକମାନଙ୍କ ମଧ୍ୟରେ ରାଜିନ୍ଦର ରାଣା, ସୁଧୀର ଶର୍ମା, ଇନ୍ଦର ଦତ୍ତ ଲକ୍ଷ୍ମଣପାଲ, ଦେବନ୍ଦର କୁମାର ଭୁଟ୍ଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା ରହିଛନ୍ତି । ଆସନ୍ତାକାଲି ଶୁଣାଣି ହେବାକୁ ଥିବା ବେଳେ ରାୟ କାହା ସପକ୍ଷରେ ଆସିବ ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.