ETV Bharat / bharat

ଝାଡ଼ଖଣ୍ଡରେ ସୋରେନ ସରକାର, ଶପଥ ନେଲେ ହେମନ୍ତ - HEMANT SOREN TAKES OATH

ଝାଡଖଣ୍ଡରେ ଆରମ୍ଭ ହେଲା ସୋରେନ ସରକାର । 14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଖଡଗେ, ରାହୁଲ ଗାନ୍ଧୀ ଥିଲେ ଉପସ୍ଥିତ ।

Hemant Soren takes oath
Hemant Soren takes oath (ANI)
author img

By ETV Bharat Odisha Team

Published : Nov 28, 2024, 6:04 PM IST

ରାଞ୍ଚି: ପୁଣି ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ଯୁଗ । 14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ପଦ ଗୋପନୀୟତା ଶପଥ ପାଠ କରାଇଲେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗବାର । ମୁଖ୍ୟମନ୍ତ୍ରୀଙ୍କ ଏହି ନୂଆ ଇନିଂସରେ ସାକ୍ଷୀ ରହିବାକୁ ଉପସ୍ଥିତ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧି ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ଶୀର୍ଷ ନେତା ।

ଶପଥ ଗ୍ରହଣ ସମାରୋହରେ ବିଶିଷ୍ଟ ଅତିଥୀଙ୍କ ଯୋଗଦାନ:

ହେମନ୍ତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ବିଶିଷ୍ଟ ଅତିଥୀ ବୃନ୍ଦ ଯୋଗ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧି ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦ ପାର୍ଟି(ସପା) ସୁପ୍ରିମୋ ଅଖିଳେଶ ଯାଦବ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତେଜସ୍ବୀ ଯାଦବ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବ କୁମାର, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟାନିଧି ଷ୍ଟାଲିନ, ସାଂସଦ ପପୁ ଯାଦବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ଶପଥ ପୂର୍ବରୁ ନେଲେ ବାପାଙ୍କ ଆଶୀର୍ବାଦ:

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବାପା ଶିବୁ ସୋରେନଙ୍କ ବାସଭବନରେ ପହଞ୍ଚିଥିଲେ ହେମନ୍ତ ସୋରେନ । ସେଠାରେ ବାପାଙ୍କୁ ଭେଟିବା ସହ ଆଶୀର୍ବାଦ ନେଇ ବାହାରି ଯାଇଥିଲେ କାର୍ଯ୍ୟକ୍ରମ ସ୍ଥଳକୁ । ଏହାପରେ ନେଇଥିଲେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ।

ଝାଡଖଣ୍ଡର 14ତମ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ:

14ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ । ଏହାବାଦ ସେ ଚତୁର୍ଥ ଥର ପାଇଁ ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । 2000 ମସିହା 15 ନଭେମ୍ବରରେ ଝାଡଖଣ୍ଡ ରାଜ୍ୟ ଗଠନ ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ବାବୁଲାଲ ମାରାଣ୍ଡି । ତାଙ୍କ ପରେ ଅର୍ଜୁନ ମୁଣ୍ଡା, ରଘୁବର ଦାସ, ଚମ୍ପାଇ ସୋରେନ ପରେ ହେମନ୍ତ ସୋରେନ ଶପଥ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସୁପର ସୋ, କାମ କଲା କି କଳ୍ପନା ଫ୍ୟାକ୍ଟର ?

ମହାରାଷ୍ଟ୍ରରେ ମହାୟୁତି ସୁନାମି, ଝାଡ଼ଖଣ୍ଡରେ JMM ଇଣ୍ଡି-ମେଣ୍ଟର ସୁପର ସୋ’

ଝାଡ଼ଖଣ୍ଡରେ କମାଲ କରିଥିଲା JMM ଇଣ୍ଡି ମେଣ୍ଟ:

ଚଳିତ ବର୍ଷ ନିର୍ବାଚନ ଫଳାଫଳରେ କମାଲ କରିଛି ଜେଏମଏମ ଓ ଇଣ୍ଡିଆ ମେଣ୍ଟ । ଝାଡ଼ଖଣ୍ଡର 81 ଆସନରୁ ଜେଏମଏମ ଇଣ୍ଡି ମେଣ୍ଟ 56ଟି ଆସନ ଅକ୍ତିଆର କରିଥିଲା । ଆଉ ବିଜେପିକୁ ମିଳିଥିଲା 24ଟି ଆସନ ।

ଶପଥ ପାଇଁ ସ୍କୁଲ ବନ୍ଦ:

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ବୁଧବାର ସହରରେ ସ୍କୁଲ ବନ୍ଦ ରଖାଯାଇଥିଲା । ଆଜି ହେମନ୍ତ ସୋରେନ ଶପଥ ନେଇଛନ୍ତି । ଆଗକୁ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର ।

ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.