ETV Bharat / bharat

ସୋପୁରରେ ଏନକାଉଣ୍ଟର; ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି - Sopore Encounter - SOPORE ENCOUNTER

Encounter breaks out in Sopore: ଉତ୍ତର କାଶ୍ମୀର ସୋପୁରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । କଣ ସମ୍ପୂର୍ଣ୍ଣ ଘଟଣା ? ଅଧିକ ପଢନ୍ତୁ

Encounter breaks out in Sopore
Encounter breaks out in Sopore
author img

By ETV Bharat Odisha Team

Published : Apr 25, 2024, 9:08 PM IST

Updated : Apr 25, 2024, 9:26 PM IST

ଶ୍ରୀନଗର: ଜମ୍ମୁକାଶ୍ମୀର ଉତ୍ତରାଞ୍ଚଳ ସୋପୁରରେ ଏନକାଉଣ୍ଟର । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୋଲିସ ଓ ସେନା ପକ୍ଷରୁ ମିଳିତ ଭାବେ ନୋୱପୁରରେ ସର୍ଚ୍ଚ ଅପରେସନ କରାୟାଇଥିଲା । କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷରୁ ଏବେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଆଜି ସକାଳେ ମଧ୍ୟ ଉତ୍ତର କାଶ୍ମୀରର ବାନ୍ଦିପୋରା ନିକଟ ରେଞ୍ଜି ଜଙ୍ଗଲ ମଧ୍ୟରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନେଇ କାଶ୍ମୀର ଜୋନ ପୋଲିସ ଏକ୍ସ ସାଇଟରେ ସୂଚନା ଦେଇ କହିଥିଲେ, "ବାନ୍ଦିପୋରା ଅରାଗାମ ଅଞ୍ଚଳ ରେଞ୍ଜି ଜଙ୍ଗଲରେ ଆଜି ଭୋରରୁ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।" ଏହି ସମୟରେ 2 ଜଣ ଯବାନଙ୍କୁ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାନ୍ଦିପୋରା ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ମଧ୍ୟ ଭାରତୀୟ ସେନାଙ୍କୁ ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଭାରତୀୟ ସେନା ବାହିନୀ ଓ ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା ।

ଏହା ବି ପଢନ୍ତୁ- କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ଜାରି

ସୂଚନା ଥାଉ କି ଏବେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଦେଶର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର 5ଟି ଲୋକସଭା ଆସନ ମଧ୍ୟରୁ 'ଜମ୍ମୁ' ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ । ଏହା ପୂର୍ବରୁ ସୀମା ଅଶାନ୍ତ ହୋଇପଡ଼ିଛି ।

ଏହା ବି ପଢନ୍ତୁ- ରାତି ପାହିଲେ 1202 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, କେରଳର ସବୁ ଆସନରେ ଭୋଟ

Last Updated : Apr 25, 2024, 9:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.