ETV Bharat / bharat

GST ପରିଷଦ ବୈଠକରେ ବଡ ନିଷ୍ପତ୍ତି, କ୍ୟାନସର ଔଷଧ ଓ ନମକିନ ଉପରୁ ଜିଏସଟି ହ୍ରାସ - 54th GST Council Meeting

author img

By ETV Bharat Odisha Team

Published : Sep 10, 2024, 8:07 AM IST

Updated : Sep 10, 2024, 8:50 AM IST

54th GST Council Meeting: 54ତମ ଜିଏସଟି ପରିଷଦ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ନିଷ୍ପତ୍ତି । କେଉଁ ସାମଗ୍ରୀ ଉପରେ ଜିଏସଟି ଛାଡ ହେଲା ଓ କେଉଁଥିରେ ଜିଏସଟି କମିଲା ? ତାହା ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

GST COUNCIL MEETING
GST COUNCIL MEETING (Etv Bharat)

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିଥିବା ଜିଏସଟି ପରିଷଦ 54ତମ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଶସ୍ତା ହେଲା କ୍ୟାନସର ମେଡିସିନ ଓ ନମକିନ । ଏହି ଦୁଇ ସାମଗ୍ରୀ ଉପରେ ଜିଏସଟି ପରିମାଣକୁ ହ୍ରାସ କରାଯାଇଛି । ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ଓ ଖାଦ୍ୟକୁ ନେଇ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଥିବା ବେଳେ ସ୍ବାସ୍ଥ୍ୟ ବୀମା ପ୍ରିମିୟମ ଉପରେ ନିଷ୍ପତ୍ତି ହୋଇପାରିନାହିଁ । କାର ଓ ମୋଟର ସାଇକେଲ ସିଟ୍‌ ଉପରେ ଜିଏସଟିକୁ ବଢାଇ ଦିଆଯାଇଛି ।

କ୍ୟାନସର ଔଷଧ ଓ ନମିକିନ୍‌ ଉପରୁ ଜିଏସଟି ପରିମାଣ କମିଲା: ଏଣିକି ଶସ୍ତା ହେବ କ୍ୟାନସର ଔଷଧ । ଏହା ଉପରେ ସାମଗ୍ରୀ ଓ ସେବା ଟିକସକୁ ହ୍ରାସ କରାଯାଇଛି । କ୍ୟାନସର ଔଷଧ କିଣିଥିଲେ ଏଥି ପାଇଁ 12 ପ୍ରତିଶତ ଜିଏସଟି ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହାକୁ ହ୍ରାସ କରାଯାଇ 5 ପ୍ରତିଶତ କରାଯାଇଛି । ଟ୍ରାଷ୍ଟୁଜୁମାବ ଡେରୁକ୍ସଟେକାନ୍, ଓସିମେରଟିନିବ, ଏବଂ ଡୁର୍ଭାଲୁମାବ ଉପରେ ଜିଏସ୍ଟି ହାରକୁ ହ୍ରାସ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନିର୍ମଳା ସୀତାରମଣଙ୍କ ଅନୁଯାୟୀ, କ୍ୟାନସର ମେଡିସିନ ବ୍ୟତିତ ନମକିନ୍‌ ଓ ସ୍ପାଇସି ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି କମାଇ ଦିଆଯାଇଛି । 18 ପ୍ରତିଶତ ଥିବା ବେଳେ ଏହାକୁ 12 ପ୍ରତିଶତକୁ ହ୍ରାସ କରାଯାଇଛି ।

GST COUNCIL MEETING
GST COUNCIL MEETING (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-PM Awas Yojana: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରୁଛନ୍ତି କି ? ଜାଣନ୍ତୁ କେଉଁମାନଙ୍କୁ ମିଳିବ ଘର - Pradhan Mantri Awas Yojana

ଜୀବନ ଓ ସ୍ବାସ୍ଥ୍ୟବୀମା ଉପରେ ଜିଏସଟି ନିଷ୍ପତ୍ତି ନଭେମ୍ବରରେ: ଜିଏସଟି ବୈଠକରେ ଜୀବନ ଓ ସ୍ବାସ୍ଥ୍ୟବୀମା ଉପର ଜିଏସଟି ହ୍ରାସ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏଥି ପାଇଁ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି । ଆସନ୍ତା ମାସରେ ଏନେଇ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ । ନଭେମ୍ବରେ ହେବାକପ ଥିବା ଜିଏସଟି ବୈଠକରେ ଏନେଇ ଆଲୋଚନା ହେବ । ଜୀବନ ଓ ସ୍ବାସ୍ଥ୍ୟବୀମା ଉପରେ ବର୍ତ୍ତମାନ 18 ପ୍ରତିଶତ ଜିଏସଟି ରହିଛି ।

ଏହା ମଧ୍ୟ ପଢନ୍ତୁ-ବେସରକାରୀ କର୍ମଚାରୀଙ୍କୁ ମିଳିବ ମାସିକ ୭ ହଜାର ୫୦୦ ପେନସନ୍ ? ୮ କୋଟି ଲୋକ ହେବେ ଉପକୃତ - EPS Pension

ଆଉ କିଛି ବଡ ନିଷ୍ପତ୍ତି :

GST COUNCIL MEETING
GST COUNCIL MEETING (ETV BHARAT ODISHA)
  • କେନ୍ଦ୍ର ଓ ରାଜ୍ୟ ଆଇନ ଦ୍ବାରା ଗଠିତ ବିଶ୍ବବିଦ୍ୟାଳୟ ଓ ରିସର୍ଚ୍ଚ ସେଣ୍ଟର ଗୁଡିକୁ ଅନୁଦାନ ଉପରେ ଜିଏସଟି ଛାଡ କରାଯାଇଛି ।
  • କାର୍‌ ଓ ମୋଟରସାଇକେଲ ସିଟ୍‌ ଉପରେ ଜିଏସଟିକୁ ବୃଦ୍ଧି କରାଯାଇଛି । 18 ପ୍ରତିଶତରୁ 28 ପ୍ରତିଶ କରାଯାଇଛି ।
  • ବ୍ୟାଟେରୀ ଚାଳିତ ଯାନ ଉପରେ ଜିଏସଟି ଛାଡ କରାଯାଇଛି ।
  • ସମସ୍ତ ପ୍ରକାର ଟିଣ ଦୁଗ୍ଧ ଡବା, ସୋଲାର କୁକର, ଅଗ୍ନି ନିର୍ବାପକ ଯନ୍ତ୍ର ଓ କାର୍ଟୁନ ବାକ୍ସ ଉପରେ 12 ପ୍ରତିଶତ ଜିଏସଟି ଲାଗିବ ।
  • ଜିଏସଟି କ୍ଷତିପୂରଣ ସେସଂ ମାର୍ଚ୍ଚ 2026 ପର୍ଯ୍ୟନ୍ତ ଆଦାୟ କରାଯିବା ନେଇ ସହମତି ।
  • ଧାର୍ମିକ ଯାତ୍ରା ଲାଗି ହେଲିକପ୍ଟର ସେବା ଉପରେ ଜିଏସଟି 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରାଯାଇଛି ।
  • ଅନଲାଇନ ଗେମିଂରେ ରାଜସ୍ବ 412 ପ୍ରତିଶତ ବୃଦ୍ଧି ହୋଇଛି ।
    GST COUNCIL MEETING
    GST COUNCIL MEETING (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike

ଏହା ମଧ୍ୟ ପଢନ୍ତୁ-2024-25 ଆର୍ଥିକ ବର୍ଷର ପ୍ରଥମ ୩ ମାସରେ କାହିଁକି କମିଲା GDP ଅଭିବୃଦ୍ଧି ? କହିଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ - RBI Governor Shaktikanta Das

Last Updated : Sep 10, 2024, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.