ETV Bharat / bharat

ପୂରଣ ହେବ ୫୦ ହଜାରରୁ ଅଧିକ ସରକାରୀ ପଦବୀ: ପ୍ରକାଶ ପାଇଲା ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ - Government Job Vacancies

author img

By ETV Bharat Odisha Team

Published : Sep 10, 2024, 5:47 PM IST

Government Job Vacancies: ବିଭିନ୍ନ ସରକାରୀ ବିଭାଗରେ ୫୦ ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ ଆବେଦନ କରିବାର ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରକ୍ରିୟା ସମ୍ପର୍କରେ...

Government Job Vacancies
Government Job Vacancies (ETV Bharat Odisha)

ହାଇଦ୍ରାବାଦ: ସରକରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଚଳିତମାସ (ସେପ୍ଟେମ୍ବର) ବିଭିନ୍ନ ସରକାରୀ ବିଭାଗରେ ୫୦ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କର୍ମଚାରୀ ଚୟନ ଆୟୋଗ ( Staff Selection Commission), ଆଇଟିବିପି (ITBP) ଭାରତୀୟ ନୌସେନା (Indian Navy), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF), ରେଲବାଇ ନିଯୁକ୍ତି ବୋର୍ଡ (RRB) ଆଦି ସଂସ୍ଥାରେ ବିଭିନ୍ନ ପଦବୀ ଖାଲିଥିବା ବେଳେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା କେଉଁ ବିଭାଗରେ କେଉଁ ପଦବୀ ପାଇଁ କେତୋଟି ଖାଲି ପଦବୀ ରହିଛି ।

  • ଏସଏସସି ଜିଡି ନିଯୁକ୍ତି :

କର୍ମଚାରୀ ଚୟନ ଆୟୋଗ (SSC) କନଷ୍ଟେବଳ ଜିଡି ନିଯୁକ୍ତି-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ମୋଟ ୩୯,୪୮୧ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ BSF, CSF, CRPF, SSB, ITBP, AR, SSF ଓ NCB ପରି କେନ୍ଦ୍ରୀୟ ସଂସ୍ଥାରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେଇଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୧୪ ତାରିଖ ରହିଛି । ସେହିପରି ଅନ-ଲାଇନରେ ପେମେଣ୍ଟ ଦେବାର ଶେଷ ତାରିଖ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍‌ ୱେବ-ସାଇଟ୍‌ ‘ssc.gov.in’ ରେ ଲଗଇନ କରି ଆବେଦନ କରିପାରିବେ ।

SSC
SSC (SSC)
  • ଆବେଦନ ଶୁଳ୍କ :

ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । ସେହିପରି ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଏକ୍ସ-ସର୍ଭିସମ୍ୟାନଙ୍କୁ କୌଣସି ଆବେଦନ ଫି' ଦେବାକୁ ପଡିବନାହିଁ । ଆବେଦନ ଫି' ଅନ-ଲାଇନ BHIM-UPI, ନେଟ ବ୍ୟାଙ୍କିଂ, ମାଷ୍ଟରକାର୍ଡ, ରୁପେ ଡେବିଟ କାର୍ଡ ମାଧ୍ୟମରେ ଦାଖଲ କରିପାରିବେ ।

  • ବୟସ ସୀମା :

ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ । ୨ ଜାନୁଆରୀ ୨୦୦୨ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୭ ପରେ ଜନ୍ମ ତାରିଖ ହେବା ଉଚିତ୍ ନୁହେଁ । ୧ ଜାନୁଆରୀ ୨୦୨୫ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଗଣନା କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ଓବିସି (OBC) ବର୍ଗ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଛି ।

କେଉଁ ପଦବୀ ପାଇଁ କେତେ ନିଯୁକ୍ତି :

  • BSF- ୧୫,୬୫୪
  • CISF-୭,୧୪୫
  • CRPF- ୧୧,୫୪୧
  • SSB- ୮୧୯
  • ITBP-୩,୦୧୭
  • AR-୧,୨୪୮
  • SSF-୩୫
  • NCB-୨୨
Indian Railway
Indian Railway (Indian Railway)
  • ଭାରତୀୟ ରେଳ (RRB) ଓ NTPC:

ସେହିପରି ରେଳ ମନ୍ତ୍ରଣାଳୟ ନନ୍‌ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ (Non-Technical Popular Categories-NTPC) ଅଧୀନରେ ଅଣ୍ଡର ଗ୍ରାଜୁଏଟ ଓ ଗ୍ରାଜୁଏଟ ସ୍ତରରେ ୧୧,୫୫୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

  • କେମିତି କରିବେ ଆବେଦନ:

ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସମସ୍ତ ପୋଷ୍ଟ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ବିଭିନ୍ନ ବର୍ଗ ଅନୁସାରେ ଆବେଦନ ଶୁଳ୍କ ୫୦୦ରୁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ରେଳ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.indianrailways.gov.inରେ ସମସ୍ତ ବିଷୟରେ ସୂଚନା ପାଇ ଆବେଦନ କରିପାରିବେ ।

  • ଗ୍ରାଜୁଏଟ ସ୍ତରରେ ୮୧୧୩ଟି ପୋଷ୍ଟ:

ଗ୍ରାଜୁଏଟ ସ୍ତରରେ ୫ଟି ବର୍ଗ ପାଇଁ ସମୁଦାୟ ୮୧୧୩ଟି ପୋଷ୍ଟ ରହିଛି । ଏଥିରେ ମୁଖ୍ୟ ବାଣିଜ୍ୟିକ କମ ଟିକେଟ୍ ସୁପରଭାଇଜର, ଷ୍ଟେସନ ମାଷ୍ଟର, ମାଲବାହୀ ଟ୍ରେନ୍ ମ୍ୟାନେଜର, ଜୁନିଅର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ ଏବଂ ସିନିୟର କ୍ଲର୍କ କମ ଟାଇପିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୋଷ୍ଟଗୁଡିକରେ ଆବେଦନ ତାରିଖ ୧୪ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେଉଥିବା ବେଳେ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୩ ଅକ୍ଟୋବର ୨୦୨୪ । ଏହି ପଦବୀରେ ଆବେଦନ ପାଇଁ ବୟସ ସୀମା ୧ ଜାନୁୟାରୀ ୨୦୨୫ ସୁଦ୍ଧା ୧୮ରୁ ୩୬ ବର୍ଷ ହୋଇଥିବା ଆବଶ୍ୟକ ।

କେଉଁ ପୋଷ୍ଟରେ କେତେ ଭ୍ୟାକାନ୍ସି:

  • ମୁଖ୍ୟ ବାଣିଜ୍ୟିକ କମ ଟିକେଟ୍ ସୁପରଭାଇଜର- ୧୭୩୬ ପଦବୀ
  • ଷ୍ଟେସନ ମାଷ୍ଟର (Station Master)- ୯୯୪ ପଦବୀ
  • ମାଲବାହୀ ଟ୍ରେନ୍ ମ୍ୟାନେଜର (Goods Train Manager)-୩୧୪୪ ପଦବୀ
  • ଜୁନିଅର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ -୧୫୦୭ ପଦବୀ
  • ସିନିୟର କ୍ଲର୍କ କମ ଟାଇପିଷ୍ଟ- ୭୩୨ ପଦବୀ
  • ଅଣ୍ଡର ଗ୍ରାଜୁଏଟ ସ୍ତରରେ ୩୪୪୫ ପଦବୀ:

ଅଣ୍ଡର-ଗ୍ରାଜୁଏଟ ସ୍ତରରେ ୩,୪୪୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକକ୍ରିୟା ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ବେଳେ ଆବେଦନର ଶେଷ ତାରିଖ ୨୦ ଅକ୍ଟୋବର ରହିଛି । ଏଥିରେ କମର୍ସିଆଲ କମ୍‌ ଟିକଟ କ୍ଲର୍କ, ଆକାଉଣ୍ଟାଣ୍ଟ କମ ଟାଇପିଷ୍ଟ, ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ ଓ ଟ୍ରେନ କ୍ଲର୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ବୟସ ସୀମା ୧ ଜାନିୟାରୀ ସୁଦ୍ଧା ୧୮ରୁ ୩୩ ବର୍ଷ ହୋଇଥିବା ଆବଶ୍ୟକ ।

କେଉଁ ପୋଷ୍ଟରେ କେତେ ଭ୍ୟାକାନ୍ସି:

  • କମର୍ସିଆଲ କମ୍‌ ଟିକଟ କ୍ଲର୍କ - ୨୦୨୨ ପଦବୀ
  • ଆକାଉଣ୍ଟାଣ୍ଟ କମ ଟାଇପିଷ୍ଟ -୩୬୧ ପଦବୀ
  • ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ୯୯୦ ପଦବୀ
  • ଟ୍ରେନ କ୍ଲର୍କ- ୭୨ ପଦବୀ
ଏହା ମଧ୍ୟ ପଢ଼ନ୍ତୁ...JOB: 'ଜଙ୍ଗଲ ବିଭାଗରେ ୨ ହଜାର ଚାକିରୀ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି' - Forest Department Review
  • ଭାରତୀୟ ନୌସେନା:

ଭାରତୀୟ ନୌସେନାରେ ସିନିୟର ସେକେଣ୍ଡାରୀ ରିକ୍ରୁଟ୍ (SSR) ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ କେବଳ ଅବିବାହିତ ପ୍ରାର୍ଥୀ, ଯେଉଁମାନେ ସେମାନେ ଦ୍ୱାଦଶ ଶିକ୍ଷା ସମାପ୍ତ କରିଛନ୍ତି ସେମାନେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୧୭ ଆବେଦନର ଶେଷ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ joinindiannavy.gov.in ରେ ଅନଲାଇନରେ ଆବେଦନ କରିପାରିବେ ।

Indian Navy
Indian Navy (Indian Navy)
ଏହା ମଧ୍ୟ ପଢ଼ନ୍ତୁ...Odisha Job Mela: Plus Two ପାସ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ? 8 ଜିଲ୍ଲାରେ ବାହାରିଲା ନିଯୁକ୍ତି, କ୍ଲିକ୍ କରି ଜାଣନ୍ତୁ କିପରି କରିବେ ଆବେଦନ - Zilla Parishad Recruitment 2024
  • ବୟସ ସୀମା:

ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଜନ୍ମ ୧ ନଭେମ୍ବର ୨୦୦୩ରୁ ୩୦ ଏପ୍ରିଲ ୨୦୦୭ ମଧ୍ୟରେ ହୋଇଥିବା ଉଚିତ । ତେବେ ପ୍ରାର୍ଥୀମାନେ ଦ୍ବାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ (Physics ), ରସାୟନ ବିଜ୍ଞାନ (Chemistry) ଓ ବାୟୋଲୋଜି (Biology) ବିସୟ ସହ ୫୦ ପ୍ରତିଶତ ମାର୍କ ରଖିଥିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Reference -

https://ssc.gov.in/api/attachment/uploads/masterData/NoticeBoards/Notice_of_CTGD_2024_09_05.pdf

https://www.joinindiannavy.gov.in/en/event/application-window-for-sailors-ssr-medical-assistant-02-2024-batch-will-be-open-from-07-sep-to-17-se.html

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.