ETV Bharat / bharat

ସାଙ୍ଗ ସାଜିଲା ବଇରି, ବାହାଘରକୁ ନଆସିବାରୁ ସୋସିଆଲ ମିଡ଼ିଆରେ କଲା ବଦନାମ - ଉତ୍ତରପ୍ରଦେଶ

Girl Defames Childhood Friend: ସାଙ୍ଗ ସାଜିଲା ବଇରି । ଝିମିଟି ଖେଳରୁ ହେଲା ମହାଭାରତ । ପିଲାଦିନର ସାଙ୍ଗକୁ ଅଭିଯୁକ୍ତ ନିଜ ବାହାଘରରେ ଯୋଗ ଦେବାପାଇଁ ଡ଼ାକିଥିଲେ । କିନ୍ତୁ ବନ୍ଧୁ ଜଣକ ମନା କରିଦେଇଥିବାରୁ ଅଭିଯୁକ୍ତ ରାଗି ଯାଇଥିଲେ । ତା ପରେ କଣ ହେଲା ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ।

ସାଙ୍ଗ ସାଜିଲା ବୈରୀ
ସାଙ୍ଗ ସାଜିଲା ବୈରୀ
author img

By ETV Bharat Odisha Team

Published : Feb 19, 2024, 6:31 AM IST

ଲକ୍ଷ୍ନୌ: ସାଙ୍ଗ ସାଜିଲା ବଇରି । ଝିମିଟି ଖେଳରୁ ହେଲା ମହାଭାରତ । ସାଙ୍ଗ ବାହାଘରକୁ ନଯିବା ପଡ଼ିଲା ଭାରି । କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ । ପିଲାଦିନର ସାଙ୍ଗକୁ ଅଭିଯୁକ୍ତ ନିଜ ବାହାଘରରେ ଯୋଗ ଦେବାପାଇଁ ଡ଼ାକିଥିଲେ । କିନ୍ତୁ ବନ୍ଧୁ ଜଣକ ମନା କରିଦେଇଥିବାରୁ ଅଭିଯୁକ୍ତ ରାଗି ଯାଇଥିଲେ । ବାସ ତାପରେ ଶତ୍ରୁ ସାଜି ସୋସିଆଲ ମିଡ଼ିଆରେ ସେହି ବନ୍ଧୁଙ୍କର ଏକ ଫେକ ଆକାଉଣ୍ଟ କରି ତାଙ୍କୁ ବଦନାମ କରିଥିଲେ । ତେବେ ଘଟଣାଟି ଉତ୍ତରପ୍ରଦେଶର ମେରଟ ଜିଲ୍ଲା ଭବନପୁର ଅଞ୍ଚଳର ।

ଭବନପୁର ପୋଲିସ ଷ୍ଟେସନ ପରିସରର ଏକ କଲୋନୀରେ ରହୁଥିବା ଜଣେ ଝିଅ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ସେ ଅଗଷ୍ଟ 23ରେ ନିଜ ଗ୍ରାମକୁ ଶିବରାତ୍ରୀ ପାଇଁ ଯାଇଥିଲେ । ସେଠାରେ ତାଙ୍କ ପିଲା ଦିନର ସାଙ୍ଗକୁ ଭେଟିଥିଲେ । ତାଙ୍କ ସାଙ୍ଗ ତାଙ୍କୁ ତାର ବିବାହକୁ ଆସିବାକୁ କହିଥିଲେ । ହ୍ବାଟ୍ସଆପରେ କାର୍ଡ ପଠାଇବାକୁ ମୋବାଇଲ୍ ନମ୍ବର ମାଗିଥିଲେ । ପରେ ତାଙ୍କୁ ବାରମ୍ବାର ଫୋନ କରି ବିବାହକୁ ଆସିବାକୁ କହିଥିଲେ । ସମୟ ମିଳିଲେ ସେ ଯିବେ ବୋଲି ଅଭିଯୁକ୍ତଙ୍କୁ କହିଥିଲେ । ଏହା ଶୁଣି ତାଙ୍କ ବନ୍ଧୁ ରାଗିଗଲେ ଏବଂ ଧମକ ଦେଲେ, "ଯଦି ତୁମେ ମୋ ବିବାହକୁ ନଆସ ତେବେ ଦେଖ ମୁଁ କଣ କରିବି। ’’ ପିଲାଦିନର ବନ୍ଧୁ ହୋଇଥିବାରୁ ସେ ଏହି କଥା ପ୍ରତି ଧ୍ୟାନ ଦେଲେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ... ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

କିଛି ଦିନ ପରେ ଏହା ଜଣାପଡିଥିଲା ​​ଯେ ତାଙ୍କ ବନ୍ଧୁ ଜଣକ ସୋସିଆଲ ମିଡ଼ିଆରେ ତାଙ୍କର ନାମରେ ଏକ ଆକାଉଣ୍ଟ ତିଆରି କରି ଅନେକ ଅଜଣାଙ୍କ ସହିତ କଥା ହୋଇଥିଲେ ଏବଂ ତାଙ୍କ ମୋବାଇଲ ଫୋନ ନମ୍ବରକୁ ସେମାନଙ୍କ ସହିତ ସେୟାର କରିଥିଲେ । ତାପରେ ଲୋକମାନେ ଦିନରାତି ତାଙ୍କ ନମ୍ବରକୁ ଫୋନ କରି ଅଶ୍ଳୀଳ କଥା କହି ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

ପୋଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କ ପିଲାଦିନର ବନ୍ଧୁଙ୍କ ବିରୋଧରେ ଏତଲା ଦେଇଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ତାଙ୍କ ଭଉଣୀଙ୍କ ନମ୍ବରରେ ମଧ୍ୟ ଏଭଳି କଲ ଆସିବା ଆରମ୍ଭ ହୋଇଯାଇଛି, ଯେଉଁ କାରଣରୁ ସେ ଏବଂ ତାଙ୍କ ଭଉଣୀ ବହୁତ ଭୟଭୀତ ଅଛନ୍ତି । ପୀଡିତା ଜଣକ ତାଙ୍କ ନକଲି ଫେସବୁକ ଆଇଡି ବନ୍ଦ କରି ଅଭିଯୁକ୍ତ ବନ୍ଧୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.