ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଅଭିଭାଷଣକୁ ସଞ୍ଜୟଙ୍କ ସମାଲୋଚନା, ‘କଂଗ୍ରେସର ଭୟରୁ ମୁକ୍ତ ହୁଅ’ - PM Modi Speech Loksabha

MP Sanjay Raut criticizes PM Modi: ପ୍ରଧାନମନ୍ତ୍ରୀଙ୍କ ଶେଷ ଲୋକସଭା ସମ୍ବୋଧନକୁ ସଞ୍ଜୟ ରାଉତଙ୍କ ସମାଲୋଚନା । କହିଲେ ଦେଶର କୌଣସି ପ୍ରସଙ୍ଗ ନଥିଲା । କେବଳ ବିରୋଧୀଙ୍କୁ ସମାଲୋଚନା ଥିଲା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଅଭିଭାଷଣକୁ ସଞ୍ଜୟଙ୍କ ସମାଲୋଚନା, କହିଲେ କଂଗ୍ରେସର ଭୟ

author img

By ETV Bharat Odisha Team

Published : Feb 6, 2024, 9:13 PM IST

ମୁମ୍ବାଇ: ସୋମବାର (ଗତକାଲି) ସଂସଦରେ ରାଷ୍ଟ୍ରପତିଙ୍କ ବଜେଟ ଅଧିବେଶନ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଚଳିତ ଲୋକସଭାର ଶେଷ ସମ୍ବୋଧନ ରଖିଛନ୍ତି । ଏହାକୁ ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଦେଶର କୌଣସି ସାମଗ୍ରୀକ ପ୍ରସଙ୍ଗ ସ୍ଥାନ ପାଇନଥିଲା । ଏହି ସମ୍ବୋଧନ କେବଳ କଂଗ୍ରେସ ପ୍ରତି ଥିବା ଭୟର ପ୍ରତିଫଳନ ବୋଲି ସଞ୍ଜୟ କହିଛନ୍ତି । ଆଜି ଦିଲ୍ଲୀରେ ନିଜ ସରକାରୀ ବାସଭବନରେ ପ୍ରେସମିଟ କରି ସଞ୍ଜୟ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର କଡା ସମାଲୋଚନା କରିଛନ୍ତି ।

ସଞ୍ଜୟ କହିଛନ୍ତି, ଗୃହରେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ସମ୍ବୋଧନ ସମ୍ପର୍କରେ କହିବା କଥା । ଦେଶର ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସରକାରର ଆଭିମୁଖ୍ୟ ଓ ନୀତି ସମ୍ପର୍କରେ କହିବା କଥା । ହେଲେ ସେ ଏସମ୍ପର୍କରେ ଗୋଟିଏ ପଦ ମଧ୍ୟ କହିଲେ ନାହିଁ । କଂଗ୍ରେସ ଓ ବିରୋଧୀ ଦଳକୁ ସମାଲୋଚନା କରିଚାଲିଲେ । ଲଦାଖ, ଦିଲ୍ଲୀ ଓ ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉପରେ ପଦଟିଏ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ନଥିଲା । ଏହା କେବଳ ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ଥିଲା । ପ୍ରଧାନମନ୍ତ୍ରୀଙ୍କର କଂଗ୍ରେସ ପ୍ରତି ଥିବା ଭୟରୁ ମୁକ୍ତ ହୁଅନ୍ତୁ । ସେହିପରି ସଞ୍ଜୟ ଚଣ୍ଡିଗଡ ମେୟର ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ଯାହା ହେଲେ ତାକୁ ସୁପ୍ରିମକୋର୍ଟ ମଧ୍ୟ ଗଣତନ୍ତ୍ରର ହତ୍ୟା ବୋଲି କହିଲେ ବୋଲି କହିଲେ ବୋଲି ସଞ୍ଜୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସାଂସଦ ପଦର ଶପଥ ନେବେ ସଞ୍ଜୟ, କୋର୍ଟ ଦେଲେ ନିର୍ଦ୍ଦେଶ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଭାଷଣରେ ବିରୋଧୀ ଓ ବିଶେଷ କରି କଂଗ୍ରେସକୁ କଡା ସମାଲୋଚନା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦେଶରେ ବିରୋଧୀ ଦଳର ଏହି ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ଏଥିପାଇଁ କଂଗ୍ରେସକୁ ଦାୟୀ କରିଥିଲେ । କଂଗ୍ରେସ କେବଳ ରାହୁଲ ଗାନ୍ଧୀଙ୍କୁ ଲଞ୍ଚ କରିବାକୁ ଯାଇ ଅନ୍ୟ ନେତା ଓ ସହଯୋଗୀ ବିରୋଧୀ ଦଳକୁ ବାଟ ଛାଡିନଥିବା ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନୀତିକୁ ମଧ୍ୟ ସମାଲୋଚନା କରିଥିଲେ । ଗତକାଲି ଠାରୁ ଏହାକୁ ରାଜନୈତିକ ଭାଷଣ କହି ବିରୋଧୀମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.