ETV Bharat / bharat

Ganesh Puja 2024: ଆସିଛନ୍ତି ବିଦ୍ୟାଦାତା ଅଗ୍ରପୂଜ୍ୟ: କାହିଁକି ହସ୍ତୀ ମସ୍ତକ ଧାରଣ କଲେ ଶ୍ରୀ ଗଣେଶ ? ଜାଣନ୍ତୁ ପୁରାଣ ବର୍ଣ୍ଣନା - Ganesh Chaturthi 2024

author img

By ETV Bharat Odisha Team

Published : Sep 7, 2024, 7:46 AM IST

Updated : Sep 7, 2024, 2:25 PM IST

Ganesh Chaturthi 2024: ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ । ଗଣପତିଙ୍କ ମନ୍ତ୍ରଧ୍ବନିରେ ଗୁଞ୍ଜରିତ ହେଉଛି ଚତୁର୍ଦିଗ । କାହିଁକି ଗଣେଶଙ୍କୁ ଅଗ୍ରପୂଜ୍ୟ ଭାବେ କରାଯାଏ ଆରାଧାନା । ଅଧିକ ପଢନ୍ତୁ

GANESH CHATURTHI
GANESH CHATURTHI (Etv Bharat)

ହାଇଦ୍ରାବାଦ: ବକ୍ରତୁଣ୍ଡଂ ମହାକାୟ...ସୂର୍ଯ୍ୟ କୋଟି ସମପ୍ରଭ...ନିର୍ବିଘ୍ନମ୍ କୁରମେ ଦେବ...ସର୍ବ କାର୍ଯ୍ୟେସୁ ସର୍ବଦା । ଆଜି ପବିତ୍ର ଗଣେଶ ଚତୁର୍ଥୀ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ । ତାଙ୍କର ରୂପ ସିନା ଏକ, କିନ୍ତୁ ନାମ ଅନେକ । ସେ ଶ୍ରୀ ଗଣେଶ, ବିନାୟକ, ବିଘ୍ନରାଜ, ଗଜାନନ, ଏକଦନ୍ତ, ଲମ୍ବୋଦର, ଗଣଦକ୍ଷ, ମନମୟ, ମହାବାଳା, ଓମ୍‌କାରା, ସିଦ୍ଧିଦାତା, ଉଦଣ୍ଡ, ଗଣପତି ବିଦ୍ୟା ବୁଦ୍ଧିଦାତା ଓ ଅଗ୍ରପୂଜ୍ୟ ଗଜାନନ । ଏ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଗାଁ ଓ ସହରର ଗଳିକନ୍ଦିରେ ପୂଜା ପାଉଛନ୍ତି ଗଣପତି । ଗଣପତିଙ୍କ ମନ୍ତ୍ରଧ୍ବନିରେ ଗୁଞ୍ଜରିତ ହେଉଛି ଚତୁର୍ଦିଗ ।

Ganesh Chaturthi
Ganesh Chaturthi (Etv Bharat)
  • ବିଦ୍ୟାଦାତା ଗଜାନନ :

ବୁଦ୍ଧି ଓ ବିଦ୍ୟାର ଭଣ୍ଡାର ହେଉଛନ୍ତି ପ୍ରଭୁ ଗଜାନନ । ସେ ସୃଷ୍ଟିର ଅଗ୍ରପୂଜ୍ୟ । ହିନ୍ଦୁ ଧର୍ମରେ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେବା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସବୁଥିରେ ତାଙ୍କର ଆରଧନା କରାଯାଏ । ବିଶେଷ କରି ଶିକ୍ଷାନୁଷ୍ଠାନରେ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ଆୟୋଜିତ ହୋଇଛି । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ ଗଣେଶ ପୂଜାର ଉତ୍ସବ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବା ବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।

Ganesh Chaturthi
Ganesh Chaturthi (Etv Bharat)

ଏହା ମଧ୍ୟ ପଢନ୍ତୁ-ଗଜପତିରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତିକୁ ନା, ଏଣେ ପୂଜା ପାଇଁ ଝଲସିଲାଣି ଝାରସୁଗୁଡ଼ା - Ganesh Puja 2024

ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଦେବୀ ପାର୍ବତୀ ସ୍ନାନ କରୁଥିବା ସମୟରେ ଦେହର ମଳିରୁ ଏକ ମୂର୍ତ୍ତି ତିଆରି କରିଥିଲେ । ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ମୂର୍ତ୍ତିଟି ଜୀବନ ଦାନ ପାଇଥିଲେ । ଆଉ ସେ ହୋଇଥିଲେ ପାର୍ବତୀ ନନ୍ଦନ ଶ୍ରୀ ଗଣେଶ । ଏକାଦା ପାର୍ବତୀ ତପସ୍ୟା କରୁଥିବା ସମୟରେ ଶ୍ରୀ ଗଣେଶଙ୍କୁ ଦ୍ବାର ଜଗିବାକୁ କହିଥିଲେ । ଗୁମ୍ଫାକୁ କାହାକୁ ପ୍ରବେଶ କରେଇ ନଦେବାକୁ ଆଦେଶ ଦେଇଥିଲେ । ଆଉ ଆଦେଶ ପାଳନ କରିଥିଲେ ପୁତ୍ର ବିଘ୍ନେଶ । ସେହି ସମୟରେ ମହାଦେବ ପାର୍ବତୀଙ୍କୁ ଦେଖା କରିବାକୁ ଆସିଥିଲେ ମାତ୍ର ମାତାଙ୍କ ଆଦେଶ ପାଳନ କରି ପିତା ମହାଦେବଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ବିଘ୍ନେଶ । ଏହାପରେ ଶିବ ଓ ବିଘ୍ନେଶଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ମହାଦେବ କ୍ଷୁବ୍‌ଧ ହୋଇ ବିଗ୍ନେଶଙ୍କ ମସ୍ତକ ଚ୍ଛେଦନ କରିଥିଲେ । ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡିଥିଲେ । ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାଲୁକା ଚିତ୍ରକଳାରେ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - Ganesh Puja 2024

ପାର୍ବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବ୍ରହ୍ମା । ତାଙ୍କ ସମ୍ମୁଖରେ ପାର୍ବତୀ 2ଟି ସର୍ତ୍ତ ରଖିଥିଲେ । ପ୍ରଥମେ ବିଘ୍ନେଶଙ୍କୁ ଜୀବନ ଦାନ ଦିଆଯିବ ଓ ଅନ୍ୟଟି ବିଘ୍ନେଶ ଅଗ୍ରପୂଜ୍ୟ ହେବେ । ଏଥିରେ ବ୍ରହ୍ମା ରାଜି ହୋଇଥିଲେ । ଶିବ ତାଙ୍କ ଅନୁଚରଣଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ, ତାର ଶିର ଛେଦନ କରି ନେଇ ଆସିବ । ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ । ବିଘ୍ନେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ସେ ଗଜାନନ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 7, 2024, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.