ETV Bharat / bharat

ତାଜମହଲ-ଆଗ୍ରା ଦୁର୍ଗ ବୁଲିବାର ଯୋଜନା ଅଛି କି ? ଆଜି ଦରକାର ନାହିଁ ଟିକେଟ - FREE ENTRY IN TAJ MAHAL

author img

By ETV Bharat Odisha Team

Published : Apr 18, 2024, 10:38 AM IST

Free Entry In Taj Mahal: ଆଜି ତାଜମହଲ ଏବଂ ଆଗ୍ରା ଦୁର୍ଗରେ ପର୍ଯ୍ୟଟକଙ୍କ ପ୍ରବେଶ ମାଗଣା ରହିଛି । ଜାଣନ୍ତୁ ଏହା ପଛର କାରଣ

Free Entry In Taj Mahal
Free Entry In Taj Mahal

ନୂଆଦିଲ୍ଲୀ: ପ୍ରେମର ପ୍ରତୀକ ତାଜମହଲକୁ ବୁଲିଯିବାକୁ ଯୋଜନା କରୁଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଆଜି ବୁଲିବାକୁ ଗଲେ ଦେବାକୁ ପଡିବନି ଟିକେଟ । ତାଜମହଲ ଏବଂ ଆଗ୍ରା ଦୁର୍ଗ ମାଗଣାରେ ବୁଲି ପାରିବେ । ଆଜି ବିଶ୍ବ ଐତିହ୍ୟ ଦିବସ ପାଇଁ ଏହି ଘୋଷଣା କରାଯାଇଛି । ପର୍ଯ୍ୟଟକମାନେ ନିଶୁଳ୍କରେ ତାଜମହଲ ବୁଲି ଦେଖିପାରିବେ । ଏହାସହିତ ସମସ୍ତ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକ ମଧ୍ୟ ତାଜମହଲ, ଆଗ୍ରା, ଫତେପୁର ସିକ୍ରି ସମେତ ସମସ୍ତ ଐତିହ୍ୟ ସ୍ମାରକୀରେ ମାଗଣାରେ ପ୍ରବେଶ କରିପାରିବେ ।

ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ASI) ଏନେଇ ନିର୍ଦ୍ଦେଶ ଜାରି କରିଛି । ସମସ୍ତ ସ୍ମାରକୀରେ ଟିକେଟ୍ କାଉଣ୍ଟର ଗୁରୁବାର ସକାଳେ ବନ୍ଦ ରହିବ । ଭିଡ଼ ପରିଚାଳନା ପାଇଁ ତାଜମହଲର ମୁଖ୍ୟ ସମାଧିସ୍ଥଳରେ 200 ଟଙ୍କା ଅତିରିକ୍ତ ଟିକେଟ୍ ଲାଗୁ କରିବାକୁ ASI ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରକାଶ ଥାଉକି, ପ୍ରତିଦିନ ହଜାର ହଜାର ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକ ଆଗ୍ରା ଆସିଥାନ୍ତି । ପ୍ରେମର ପ୍ରତୀକ ତାଜମହଲ ଦେଖିବା ସହିତ ଆଗ୍ରା ଦୁର୍ଗ, ମେହତାବ ବାଗ, ଫତେହପୁର ସିକ୍ରି ଏବଂ ଅନ୍ୟାନ୍ୟ ସ୍ମାରକୀ ମଧ୍ୟ ଦେଖିଥାନ୍ତି ।

ଏହା ମଧ୍ୟ ପଢନ୍ତୁ:World Heritage Day 2022: ଐତିହ୍ୟ କୁହେ ସଭ୍ୟତାର ରୋମାଞ୍ଚିତ କାହାଣୀ

ତାଜମହଲରେ ମୁଖ୍ୟ ସମାଧିସ୍ଥଳରେ 200 ଟଙ୍କା ଟିକେଟ: ASI ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଡ. ରାଜକୁମାର ପଟେଲ କହିଛନ୍ତି, "ଆଜି ବିଶ୍ବ ଐତିହ୍ୟ ଦିବସ । ଏହି ଅବସରରେ ତାଜମହଲ, ଆଗ୍ରା, ଫତେପୁର ସିକ୍ରି ସମେତ ସମସ୍ତ ସ୍ମାରକୀ ପାଇଁ ଟିକେଟ ଫ୍ରି ରହିବ । ତାଜମହଲର ମୁଖ୍ୟ ସମାଧିସ୍ଥଳରେ ଅତିରିକ୍ତ 200 ଟଙ୍କା ଟିକେଟ ଲାଗୁ ହେବ । ପ୍ରକାଶ ଥାଉକି, ଏହା 2018 ଡିସେମ୍ବରରେ ଲାଗୁ କରାଯାଇଥିଲା । ଅନ୍ୟପଟେ ଆଜି ଫତେପୁର ସିକ୍ରିରେ ଏକ ଫେସିଲିଟି ସେଣ୍ଟର ଦେଖିପାରିବେ । ଏହା ସଂଗ୍ରହାଳୟ ସାମ୍ନାରେ ରହିଛି ।"

ବିଶ୍ବ ଐତିହ୍ୟ ଦିବସ: ଐତିହ୍ୟସ୍ଥଳଗୁଡିକର ସ୍ବର୍ଣ୍ଣିମ ଇତିହାସ ଓ ନିର୍ମାଣକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ରୂପ ପାଳନ କରାଯାଏ । ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ ଟ୍ୟୁନିସିଆରେ ଇଣ୍ଟର ନ୍ୟାସନାଲ କାଉନସିଲସ ଅଫ ମନ୍ୟୁମେଣ୍ଟସ ଆଣ୍ଡ ସାଇଟସ ଦ୍ବାରା ୧୯୮୨ ମସିହା ଏପ୍ରିଲ ୧୮ ତାରିଖରେ ପାଳନ କରାଯାଇଥିଲା । ଏହାପରେ ବିଧିବଦ୍ଧ ଭାବେ ୧୯୮୩ ଠାରୁ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଐତିହ୍ୟ ସ୍ଥଳଗୁଡିକୁ ମାଗଣା ଟିକେଟ ନେଇ ଏଏସଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.