ETV Bharat / bharat

ରମଜାନ ମାସରେ ଖେଳିଗଲା ଦୁଃଖର ବାଦଲ, ବୁଲା କୁକୁର ଆକ୍ରମଣରେ ଚାଲିଗଲା ରେଶମା - Stray Dogs Attack

author img

By ETV Bharat Odisha Team

Published : Apr 5, 2024, 7:53 PM IST

Minor Girl Mauled to Death: ଘର ବାହାରେ ବି ଅସୁରକ୍ଷିତ କୁନି ଶିଶୁ । ବୁଲା କୁକୁର ଆକ୍ରମଣରେ ଆଖି ବୁଜିଲା 4 ମାସର ଶିଶୁକନ୍ୟା ରେଶମା । ଅଧିକ ପଢନ୍ତୁ

Stray Dogs Attack
Stray Dogs Attack

ଜୟପୁର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୁଲା କୁକୁର ଆତଙ୍କ । ଏକୁଟିଆ କୁନି ପିଲାଙ୍କୁ ଦେଖିଲା ମାତ୍ରେ ମାଡି ଆସୁଛନ୍ତି ଏହି କୁକୁର ଦଳ । ଏପରିକି ଅନେକ ସମୟରେ ବଡ଼ ଲୋକଙ୍କୁ ମଧ୍ୟ ଘେରି ମୃତ୍ୟୁମୁଖକୁ ଠେଲୁଛନ୍ତି । ତେବେ ଘର ବାହାରେ ଶିଶୁକୁ ଖେଳିବାକୁ ଛାଡୁଥିଲେ ପିତାମାତା ସାବଧାନ ହେବା ଉଚିତ । କାରଣ ଘର ବାହାରେ ଖେଳୁଥିବାବେଳେ 4ମାସର ଶିଶୁକୁ ଝୁଣି ତାର ଜୀବନ ନେଇଛନ୍ତି ବୁଲା କୁକୁର ଦଳ । ଏଭଳି ଏକ ଘଟଣା ରାଜସ୍ଥାନ ଉଦୟପୁରରୁ ସାମ୍ନାକୁ ଆସୁଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଶିଶୁକନ୍ୟାଟି ଘର ବାହାରେ ଖେଳୁଥିବା ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରିଥିଲେ । ଏହାପରେ କାମୁଡି ତାର ଜୀବନ ନେଇଛନ୍ତି । ମୃତ୍ୟୁବରଣ କରିଥିବା ଶିଶୁକନ୍ୟା ଜଣକ ମଧ୍ୟପ୍ରଦେଶ ସାଗର ଅଞ୍ଚଳର ହୋଇଥିବା ବେଳେ ମୁସଲିମ ସମ୍ପ୍ରଦାୟର ପବିତ୍ର ମାସ ରମଜାନ ପାଇଁ ମସ୍ତାନ ବାବା ଦରଗାହକୁ ଆସିଥିଲା । ଏହି ସମୟରେ କୁକୁର ଦଳ ତା' ଉପରେ ଆକ୍ରମଣ କରିଥିଲେ ।

ସେପଟେ ଅମ୍ବାମତା ପୋଲିସ ଷ୍ଟେସନର କନଷ୍ଟେବଳ ରଞ୍ଜିତ ସିଂ କହିଛନ୍ତି ଯେ, ମଧ୍ୟପ୍ରଦେଶ ସାଗର ଅଧିବାସୀ ନଦୀମ ଖାନଙ୍କ ଝିଅ ରେଶମା ପରିବାର ସହିତ ରାଜସ୍ଥାନ ଆସିଥିଲା । ପବିତ୍ର ରମଜାନ ପାଇଁ ନଦୀମ ନିଜ ପରିବାର ସହିତ ଉଦୟପୁରକୁ ଆସି ମସ୍ତାନ ବାବା ଦରଗାହରେ ଆରାଧନା କରିଥିଲେ । ଏଠାରେ ସେ ନିଜ ପରିବାର ସହିତ ରହୁଥିଲେ । ମୃତ ଶିଶୁକନ୍ୟାର ପିତା ନଦୀମଙ୍କ କହିବାନୁସାରେ ରେଶମା ଘର ବାହାରେ ଖେଳୁଥିବା ସମୟରେ ଏଭଳି ଆକ୍ରମଣର ଶିକାର ହୋଇଥିଲା ।

ଏହା ବି ପଢନ୍ତୁ- ହୃଦୟ ବିଦାରକ ! ବର୍ଷକର ଶିଶୁକୁ ଝୁଣି ଖାଇଲେ ବୁଲା କୁକୁର

ଏନେଇ ନଦୀମ ଖାନ କହିଛନ୍ତି, "ଆମେ ଉଦୟପୁର ଇଦ ସେଲିବ୍ରେସନ ପାଇଁ ଆସିଥିଲୁ । ହେଲେ କେବେ ଭାବିନଥିଲୁ ଆମ ପରିବାର ସହିତ ଏପରି ଦୁଃଖଦ ଘଟଣା ଘଟିଯିବ । ଯେତେବେଳେ ଆମେ ଏଠାରେ ପହଞ୍ଚିଥିଲୁ, ସେତେବେଳେ ଆମ ଖୁସି କହିଲେ ନ ସରେ ସ୍ଥିତିରେ ଥିଲା । ହେଲେ ଘରକୁ ଫେରିବା ବେଳକୁ ଆମେ ଲୁହଭିଜା ଆଖି ସହିତ ଅତ୍ୟନ୍ତ ଦୁଃଖିତ ଅବସ୍ଥାରେ ଫେରୁଛୁ ।" ନଦୀମଙ୍କ କହିବାନୁସାରେ ସେ ଗାଧୋଇବା ପାଇଁ କମ୍ପ୍ଲେକ୍ସକୁ ଆସିଥିଲେ । ଏହି ସମୟରେ ରେଶମା ମଧ୍ୟ ତାଙ୍କର ପଛେ ପଛେ ଆସିଥିଲା । ହଠାତ ବୁଲା କୁକୁର ଦଳ ରେଶମାକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରେଶମା ବେକରେ ଗଭୀର ଆଘାତ ଲାଗିଥିଲା । ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲା ।

ସଙ୍ଗେ ସଙ୍ଗେ ପରିବାର ରେଶମାକୁ ନିକଟସ୍ଥ ଏମବି ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ଏ ସମ୍ପର୍କରେ ଖବର ପାଇବା ପରେ ମୃତଦେହ ବ୍ୟବଚ୍ଛେଦ କରାଇବା ସହ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.