ETV Bharat / bharat

Sandip Ghosh Arrest: ବନ୍ଧା ହେଲେ ଆରଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ - Sandip Ghosh Arrested

author img

By ETV Bharat Odisha Team

Published : Sep 2, 2024, 8:59 PM IST

Updated : Sep 2, 2024, 9:37 PM IST

CBI Arrests Sandip Ghosh: ବନ୍ଧା ହେଲେ ଆରଜି କର ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ଦୁର୍ନୀତି ମାମଲାରେ ଗିରଫ କଲା ପୋଲିସ ।

Sandip Ghosh
Sandip Ghosh (ETV Bharat)

କୋଲକାତା: ଆରଜିକର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ । ଦୁର୍ନୀତି ମାମଲାରେ ଗିରଫ କଲା ସିବିଆଇ । ଗତ କିଛି ଦିନ ହେଲା ପଚରାଉଚରା କରୁଥିଲା ସିବିଆଇ । ଆଜି ଗିରଫ ପରେ ତାଙ୍କୁ କୋଲକାତା ନିଜାମ ପ୍ୟାଲେସକୁ ଅଣାଯାଇଛି । ସିବିଆଇର ଆଣ୍ଟି ଆକ୍ସନ ୟୁନିଟ ସନ୍ଦୀପଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଯାଞ୍ଚ କରୁଛି । ଦୁର୍ନୀତି ନିବାରଣ ଅଧିନିୟମ ଧାରା 420 ଓ ଧାରା 7ରେ ତାଙ୍କ ନାଁରେ ମାମଲା ରୁଜୁ କରିଛି । ସନ୍ଦୀପଙ୍କୁ ଅନେକ ଦିନ ଧରି ପଚରାଉଚରା କରିବା ପରେ ଶେଷରେ ଆଜି ତାଙ୍କୁ ଗିରଫ କରିଛି ।

ସନ୍ଦୀପଙ୍କ ବିରୋଧରେ ଚାଲୁଛି ଦୁର୍ନୀତି ମାମଲା:

କୋଲକାତା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମାମଲାରେ ଗତ ଅଗଷ୍ଟ 9ରୁ ତାଙ୍କୁ ପଚରାଉଚରା ଜାରି ରହିଛି । ଏହା ବ୍ୟତୀତ ସନ୍ଦୀପଙ୍କ ବିରୋଧରେ ଦୁର୍ନୀତି ମାମଲା ମଧ୍ୟ ଚାଲୁ ରହିଛି । ସିବିଆଇ ଏହି ମାମଲାର ସତ୍ୟ ସାମ୍ନାକୁ ଆଣିବାକୁ ସନ୍ଦୀପଙ୍କ 2 ଥର ପଲିଗ୍ରାଫ ଟେଷ୍ଟ ମଧ୍ୟ କରିଛି । ଏହା ବ୍ୟତିତ ଅନ୍ୟ 6 ଜଣଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯାଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାର ଯାଞ୍ଚ କରୁଛି ସିବିଆଇ:

କୋଲକାତା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ହାଇକୋର୍ଟ ତଦନ୍ତ ଭାର ଏସଆଇଟିଠୁ ଆଣି ସିବିଆଇକୁ ଦେଇଥିଲେ । ହସ୍ପିଟାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀ ଆରଜି କର ହସ୍ପିଟାଲରେ ଆର୍ଥିକ ହେରଫେର କରାଯାଉଥିବା ନେଇ କୋର୍ଟର ଦ୍ବାରସ୍ଥ ହେବା ସହ ମାମଲାରେ ଇଡି ତଦନ୍ତ ଦାବି କରିଥିଲେ । ମାମଲା ତଦନ୍ତ କରୁଛି ସିବିଆଇ ।

ସନ୍ଦୀପ ଘୋଷଙ୍କ ବିରୋଧରେ ଅଛି ସଙ୍ଗୀନ ଅଭିଯୋଗ:

ସନ୍ଦୀପଙ୍କ ନାଁରେ ରହିଛି ବହୁ ସଙ୍ଗୀନ ଅଭିଯୋଗ । ସେ ହସ୍ପିଟାଲରୁ ମୃତଦେହ ଚାଲାଣ କରୁଥିବା ଅଭିଯୋଗ ରହିଛି । ଆରଜିକର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ବୁଧବାର ହାଇକୋର୍ଟଙ୍କ ନିକଟରେ ପହଞ୍ଚି ସନ୍ଦୀପ ଘୋଷଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ଯାଞ୍ଚ ଇଡିକୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ। ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଞ୍ଜୟ ରୟ ସନ୍ଦୀପ ଘୋଷଙ୍କୁ ସୁରକ୍ଷା ଦେଉଥିଲା । ପୂର୍ବତନ ଅଧ୍ୟକ୍ଷ ବାଂଲାଦେଶକୁ ବାୟୋମେଡିକାଲ ଓ୍ବେଷ୍ଟ ଚାଲାଣ ଏବଂ ଚିକିତ୍ସା ଉପକରଣ କାରବାରରେ ସାମିଲ ଥିବା କହିଥିଲେ ଅଖତର ।

ଏ ସମ୍ପର୍କିତ ଅଧିକ ଖବର ପଢନ୍ତୁ ତଳେ ଦିଆଯାଇଥିବା ଲିଙ୍କ୍‌ରେ:

ସନ୍ଦୀପ ଘୋଷଙ୍କ ଘରେ CBI ରେଡ, ଦୁର୍ନୀତି ଅଭିଯୋଗରେ 15 ସ୍ଥାନରେ ଚଢାଉ

Kolkata Doctor Death Case; କୋଲକାତା ଲଜ୍ଜା ଉଦ୍‌ବେଗଜନକ କହିଲେ ରାଷ୍ଟ୍ରପତି ମୁର୍ମୁ, ସନ୍ଦୀପ ଘୋଷ ସସ୍‌ପେଣ୍ଡ, ମମତା କହିଲେ ‘ବେଙ୍ଗଲ ଜଳିଲେ ଦିଲ୍ଲୀ ବି ଜଳିବ’, ଦିଦିଙ୍କ ବୟାନକୁ ବିରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ

Last Updated : Sep 2, 2024, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.