ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ - Pratibhatai Patil Hospitalised

Pratibhatai Patil Hospitalised: ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ । ତାଙ୍କୁ ଭାରତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ହସ୍ପିଟାଲରେ ପ୍ରତିଭା ପାଟିଲ
ହସ୍ପିଟାଲରେ ପ୍ରତିଭା ପାଟିଲ
author img

By ETV Bharat Odisha Team

Published : Mar 14, 2024, 12:51 PM IST

ପୁନେ: ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ । ଜ୍ୱର ଏବଂ ଛାତିରେ ସଂକ୍ରମଣ ଯୋଗୁଁ ପୁନେର ଭାରତୀ ହସ୍ପିଟାଲରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭର୍ତ୍ତି କରାଯାଇଛି । 89 ବର୍ଷୀୟା ପ୍ରତିଭା ପାଟିଲଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ହସ୍ପିଟାଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, "ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ବୁଧବାର ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜ୍ୱର ଏବଂ ଛାତିରେ ସଂକ୍ରମଣ ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧନରେ ରହିଛନ୍ତି ।" ପ୍ରକାଶଥାଉ କି, ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । 2007ରୁ 2012 ପର୍ଯ୍ୟନ୍ତ ସେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ । ଗତବର୍ଷ ଫେବୃଆରୀ 24 ତାରିଖରେ ପ୍ରତିଭା ପାଟିଲଙ୍କ ସ୍ବାମୀ ଡକ୍ଟର ଦେବୀସିଂ ଶେଖାୱତଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୮୯ ବର୍ଷ ବୟସ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ, ସରିଲା ଶେଷକୃତ୍ୟ

ସୂଚନା ଅନୁସାରେ, ଜଲଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଭା ପାଟିଲ ନିର୍ବାଚିତ ହୋଇଥିଲେ । ଏହାପରେ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ । ଏହିଠାରୁ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିବା ବେଳେ ଲଗାତାର 20 ବର୍ଷ ଧରି ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ସଂସଦୀୟ ବ୍ୟାପାର, ଗୃହ, ସାମାଜିକ କଲ୍ୟାଣ, ସାଂସ୍କୃତିକ, ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ଅନେକ ମନ୍ତ୍ରୀ ପଦବୀରେ ସେ ରହିଛନ୍ତି । ଏହାପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 1991 ମସିହାରେ ଅମରାବତୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭା ଯାଇଥିଲେ । ତେବେ ରାଷ୍ଟ୍ରପତି ପଦରୁ ଅବସରର ନେବା ପରେ ସେ ପୁନେରେ ରହୁଥିଲେ ।

2007 ମସିହାରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ପ୍ରତିଭା ପାଟିଲଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସେହିପରି ଏନଡିଏ ତାଙ୍କ ବିରୋଧନରେ ଭୈରବ ସିଂ ଶେଖାଓ୍ବତଙ୍କ ନାମ ଘୋଷଣା କରିଥିଲା । କିନ୍ତୁ ତାଙ୍କୁ ପରାସ୍ତ କରି ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ସେ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.