ETV Bharat / bharat

ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂ - Natwar Singh passed away - NATWAR SINGH PASSED AWAY

Natwar Singh passed away: ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂଙ୍କ ଦେହାନ୍ତ । ଜଣେ ଦକ୍ଷ କୂଟନୀତିଜ୍ଞ ଓ ରାଜନେତା ଥିଲେ ନଟଓ୍ବର । ଦୁଇଥର ଲୋକସଭା ସାଂସଦ ଏବଂ ଥରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଅଧିକ ପଢନ୍ତୁ

Natwar Singh
Natwar Singh (ETV BHARAT GFX TEAM)
author img

By ETV Bharat Odisha Team

Published : Aug 11, 2024, 10:22 AM IST

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂ । ଦୀର୍ଘ ଦିନ ଧରି ସେ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ । ଗତକାଲି (ଶନିବାର) ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା । ଜଣେ ଦକ୍ଷ କୂଟନୀତିଜ୍ଞ ତଥା ଦକ୍ଷ ରାଜନେତା ଭାବରେ ସେ ବେଶ ଜଣାଶୁଣା ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ଆସନ୍ତାକାଲି ଲୋଧି ରୋଡରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । କେ. ନଟୱର ସିଂଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶୋକ ବ୍ୟକ୍ତ କଲେ ମୋଦି: ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''କେ. ନଟୱର ସିଂଙ୍କ ଦେହାନ୍ତ ଖବରରେ ମୁଁ ଦୁଃଖିତ । କୂଟନୀତି ଏବଂ ବୈଦେଶିକ ନୀତିରେ ତାଙ୍କର ଅବଦାନ ମହତ୍ତ୍ବପୂର୍ଣ୍ଣ । ସେ ତାଙ୍କର ଉଚ୍ଚକୋଟୀର ଲେଖନି ପାଇଁ ମଧ୍ୟ ବେଶ ପରିଚିତ ଥିଲେ । ଏଭଳି ଦୁଃଖଦ ସମୟରେ ମୁଁ ତାଙ୍କର ପରିବାର ବର୍ଗଙ୍କୁ ସମେବଦନା ଜଣାଉଛି ।'' ନଟୱର ସିଂଙ୍କ ଘର ରାଜସ୍ଥାନର ଭରତପୁରରେ । ସେ ମେ' 16, 1929ରେ ଭରତପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ କୂଟନୀତିଜ୍ଞ ଓ ରାଜନେତା ଥିଲେ । ମେ' 2004ରୁ ଡିସେମ୍ବର 2005 ପର୍ଯ୍ୟନ୍ତ ମନମୋହନ ସିଂ ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ପୁଅ ଜଗତ ସିଂ ବର୍ତ୍ତମାନ ଭାରତପୁରର ନାଡବାଇରୁ ବିଜେପି ବିଧାୟକ ରହିଛନ୍ତି । ନଟୱର ସିଂଙ୍କ ପତ୍ନୀ ହେମିନ୍ଦର କୌର ହେଉଛନ୍ତି ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଭଉଣୀ । ନଟଓ୍ବରଙ୍କ ଶେଷକୃତ୍ୟ ଦିଲ୍ଲୀରେ ଅନୁଷ୍ଠିତ ହେବ । ଦୁଇଥର ଲୋକସଭା ସାଂସଦ ଏବଂ ଥରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

କୂଟନୀତିଜ୍ଞଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ଯାତ୍ରା: ନଟୱର ସିଂ ଜଣେ ଭାରତୀୟ କୂଟନୀତିଜ୍ଞ ତଥା ଦକ୍ଷ ରାଜନେତା ଥିଲେ । ସେ 1953ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ । ୟୁନିସେଫର କାର୍ଯ୍ୟନିର୍ବାହୀ ବୋର୍ଡରେ ଭାରତର ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । 1963ରୁ 1966 ମଧ୍ୟରେ ମିଳିତ ଜାତିସଂଘର ଅନେକ କମିଟିରେ କାର୍ଯ୍ୟ କରିଥିଲେ । 1966 ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ ନିୟୋଜିତ କରାଯାଇଥିଲା । 1971ରୁ 1973 ପର୍ଯ୍ୟନ୍ତ ପୋଲାଣ୍ଡଓ 1980ରୁ 1982 ପର୍ଯ୍ୟନ୍ତପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ ନଟୱର ସିଂ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମଧ୍ୟ ସେ ସଚିବ ରହିଥିଲେ । 1984 ମସିହାରେ ନଟୱର ସିଂଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ - Buddhadeb Bhattacharjee Dies

ମନମୋହନ ସିଂ ସରକାରରେ ନଟୱର କ୍ୟାବିନେଟ ମନ୍ତ୍ରୀ ଥିଲେ: 1984ରେ ସେ ସରକାରୀ ଚାକିରି ଛାଡି କଂଗ୍ରେସର ହାତ ଧରିଥିଲେ । ରାଜସ୍ଥାନର ଭରତପୁର ନିର୍ବାଚନମଣ୍ଡଳୀରୁ ଏମପି ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । 1985ରେ, ସେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । 1986ରେ ସେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । 1991ରେ ସେ କଂଗ୍ରେସ ହାତ ଛାଡି ଅଲ ଇଣ୍ଡିଆ ଇନ୍ଦିରା କଂଗ୍ରେସ ଦଳ ଗଠନ କରିଥିଲେ । ପୁଣି 1998ରେ ସେ କଂଗ୍ରେସକୁ ଫେରିଥିଲେ । 1998ରେ ସାଧାରଣ ନିର୍ବାଚନ ଲଢି ଭରତପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । 2002ରେ ସେ ରାଜ୍ୟସବାକୁ ନିର୍ବାଚିତ ହୋଇଥିଲେ । 2004ରେ ମନମୋହନ ସିଂ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ ।

ନିଜ ଲେଖନି ପୁସ୍ତକକୁ ନେଇ ଥିଲେ ଚର୍ଚ୍ଚାରେ: ଭାରତୀୟ ବୈଦେଶିକ ନୀତିରେ ନଟଓ୍ବର ସିଂଙ୍କ ଗଭୀର ଛାପ ଛାଡିଛନ୍ତି । ସେ ନେହେରୁ-ଗାନ୍ଧୀ ପରିବାରର ଘନିଷ୍ଠ ଥିଲେ । ଲେଖାଲେଖି ପ୍ରତି ନଟଓ୍ବର ବେଶ ଆଗ୍ରହୀ ଥିଲେ । ଏଥିପାଇଁ ସେ ନିଜକୁ ଜଣେ ଭଲ ଲେଖକ ଭାବେ ମଧ୍ୟ ପରିଚିତ କରାଇଥିଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ତାଙ୍କ ଆତ୍ମଜୀବନୀ 'ଓ୍ବାନ ଲାଇଫ ଇଜ ନଟ୍‌ ଏନଫ' ପୁସ୍ତକକୁ ନେଇ ବିବାଦରେ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.