ETV Bharat / bharat

ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ - Sushil Modi Passes Away

author img

By ETV Bharat Odisha Team

Published : May 13, 2024, 10:53 PM IST

Updated : May 13, 2024, 11:03 PM IST

Sushil Modi Passes Away: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦିଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

Sushil Modi Passes Away
Sushil Modi Passes Away (ETV Bharat)

ହାଇଦ୍ରାବାଦ: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦିଙ୍କ ଦେହାନ୍ତ । ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ସମ୍ରାଟ ଚୌଧୁରୀ ନିଜ ଟ୍ବିଟର (x) ହ୍ୟାଣ୍ଡେଲରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ, କିଛି ଦିନ ହେବ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ସୁଶୀଲ ମୋଦି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

ବିହାର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର (X)ରେ ଏ ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି । ସେ ଉଲ୍ଲେଖ କରିଛନ୍ତି, "ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଆଉ ଆମ ଗହଣରେ ନାହାନ୍ତି । ପୁରା ଭାଜପା ସଂଗଠନ ପରିବାର ଆଜି ତାଙ୍କୁ ଝୁରୁଛି । ଦଳର ଅସଂଖ୍ୟ କର୍ମକର୍ତ୍ତା ତଥା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ । ତାଙ୍କର ସାଂଗଠନିକ ଦକ୍ଷତା, ପ୍ରଶାସନିକ ଅବଗତି ଓ ସାମାଜିକ ତଥା ରାଜନୈତିକ ବିଷୟରେ ଅନେକ ଅଭିଜ୍ଞତା ରହିତିଲା । ସେ ସଦା ସର୍ବଦା ଆମ ହୃଦୟରେ ରହିବେ । ତାଙ୍କର ଅମର ଆତ୍ମାର ସଦଗତି ପ୍ରାର୍ଥନା କରୁଛି । ଇଶ୍ବର ତାଙ୍କର ଅମର ଆତ୍ମାକୁ ଚିର ଶାନ୍ତି ପ୍ରଦାନ କରନ୍ତୁ । ଏଭଳି ସମୟରେ ତାଙ୍କର ପରିବାରକୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ।"

ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୭୨ ବର୍ଷ ହୋଇଥିବା ଜଣାପଡ଼ିଛି । ସେ କ୍ୟାନ୍ସରରେ ପୀଡିତ ଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ସୁଶୀଲ କ୍ୟାନ୍ସରରେ ପୀଡିତ ଥିବାବେଳେ ଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ସେ ପୂର୍ବରୁ ବିହାରର ରାଜ୍ୟସଭା ସାଂସଦ ମଧ୍ୟ ରହିଆସିଛନ୍ତି । ୨୦୦୫ରୁ ୨୦୧୩ ଏବଂ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କର ଦେହାନ୍ତ ବିହାର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦିଙ୍କ ବିୟୋଗକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।

Last Updated : May 13, 2024, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.