ETV Bharat / bharat

କେଜ୍ରିଓ୍ବାଲଙ୍କୁ ପଦରୁ ହଟାଇବା ପାଇଁ ହାଇକୋର୍ଟ ଗଲେ ପୂର୍ବତନ AAP ମନ୍ତ୍ରୀ - Arvind Kejriwal

author img

By ETV Bharat Odisha Team

Published : Apr 6, 2024, 10:00 PM IST

Former AAP Minister moves Delhi HC for removal of Arvind Kejriwal from CM post: କେଜ୍ରିଓ୍ବାଲ ପଦ ଛାଡିବା ଉଚିତ । ଏହି ଦାବି ସହ କୋର୍ଟରେ ହାଜର ହେଲେ ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ସନ୍ଦୀପ କୁମାର । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କୁ ପଦରୁ ହଟାଇବା ପାଇଁ ହାଇକୋର୍ଟ ଗଲେ ପୂର୍ବତନ AAP ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଦୁଇଦିନ ତଳେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ କରିବାକୁ ମନା କରିଥିଲେ । ଅଭିଯୁକ୍ତ ଭାବେ ଗିରଫ ହେବା ପରେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ଅପସାରଣ କରିବା ନ୍ୟାୟପାଳିକାର କ୍ଷେତ୍ରାଧିକାର ମଧ୍ୟରେ ନୁହେଁ ବୋଲି କୋର୍ଟ ଶୁଣାଣିରେ କହିଥିଲେ । ଆଜି ସମାନ କାର୍ଯ୍ୟାନୁଷ୍ଠାନ ଦାବି ସହ ଅନ୍ୟ ଏକ ମାମଲା ପୁଣି କୋର୍ଟରେ ପହଞ୍ଚିଛି । ଆବେଦନଟି ଜଣେ ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀଙ୍କ ଦ୍ବାରା ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଛି ।

ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ସନ୍ଦିପ କୁମାର ଏହି ଆବେଦନ କରିଛନ୍ତି । କେଜ୍ରିଓ୍ବାଲଙ୍କ ବିରୋଧରେ କ୍ବୋ-ଓ୍ବାରେଣ୍ଟ (quo-warranto) ଜାରି କରାଯାଇଛି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେଁ । ତେଣୁ ତୁରନ୍ତ କୋର୍ଟ ତାଙ୍କୁ ଦାୟିତ୍ବରୁ ଅପସାରଣ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ଦାଏର ମାମଲାରେ କୁହାଯାଇଛି । ତେବେ କୋର୍ଟ ମଧ୍ୟ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଚଳିତମାସ (ଏପ୍ରିଲ) 8 ତାରିଖରେ ଏହି ମାମଲାର ଶୁଣାଣି କରି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଏକକ ଖଣ୍ଡପୀଠରେ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନଡ୍ଡାଙ୍କ ସମେତ 6 ସାଂସଦ - JP Nadda Takes Oath

2019ରେ ସନ୍ଦୀପ ଆମ ଆଦମୀ ପାର୍ଟି ସରକାରରେ ଜଣେ ମନ୍ତ୍ରୀ ଥିଲେ । ତାଙ୍କୁ ମହିଳା ଓ ବାଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା । ହେଲେ ସେହିବର୍ଷ ଲୋକସଭା ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟିକୁ ସମର୍ଥନ କରିଥିଲେ । ଫଳରେ ତାଙ୍କୁ ଦଳବଦଳ ନିରୋଧ ଅଧିନିୟମ ଅନୁସାରେ, ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ । ଏହା ପୂର୍ବରୁ ସେ 2016 ମସିହାରେ ମଧ୍ୟ ଏକ ବିବାଦୀୟ ଘଟଣାକ୍ରମରେ ଦଳରୁ ନିଲମ୍ବିତ ହୋଇଥିଲେ । ଏବେ ସେ ଏହି ପ୍ରସଙ୍ଗରେ ସିଧା କେଜ୍ରିଓ୍ବାଲଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ପୂର୍ବରୁ ସମାନ ଅଭିଯୋଗ ସହ ହିନ୍ଦୁସେନା କୋର୍ଟରେ ଦ୍ବାରସ୍ଥ ହୋଇଥିଲା । ମାତ୍ର କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏପରି ନିର୍ଦ୍ଦେଶ ଦେବା କୋର୍ଟଙ୍କ ଅଧିକାର କ୍ଷେତ୍ର ପରିସରରେ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ । ତଥାପି 8 ତାରିଖ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି । କେଜ୍ରିଓ୍ବାଲ ଏବେ ବିଚାର ବିବାଗୀୟ ଜେଲରେ ଅଛନ୍ତି । ଦୁଇ ଥର ରିମାଣ୍ଡରେ ଜେରା ମଧ୍ୟ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.