ETV Bharat / bharat

ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର - 3 Crore Additional PMAY Homes

author img

By ETV Bharat Odisha Team

Published : Jun 10, 2024, 7:05 PM IST

3 Crore Additional PMAY Homes: ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ପିଏମ ଆବାସ ଯୋଜନାରେ ନିର୍ମାଣ ହେବ ଆଉ 3 କୋଟି ଘର । ଅଧିକ ପଢନ୍ତୁ

MODI CABINET MEETING
MODI CABINET MEETING (ETV Bharat)

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି । ସକାଳେ ପରେ ସନ୍ଧ୍ୟାରେ ବଡ଼ ଘୋଷଣା କରିଛନ୍ତି ମୋଦି । ସନ୍ଧ୍ୟାରେ 7 ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା ତୃତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନଙ୍କ ପାଇଁ ଆଉ 3 କୋଟି ଘର ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

PM AWAS YOJANA HOUSE
PM AWAS YOJANA HOUSE (ETV Bharat Odisha)

ମୋଦିଙ୍କ ତୃତୀୟ ପାଳିରେ ଏହା ହେଉଛି ପ୍ରଥମ କ୍ୟାବିନେଟ ନିଷ୍ପତ୍ତି । ଆଗାମୀ ଦିନରେ ବାସହୀନ ଲାଗି 3 କୋଟି ଘର ନିର୍ମାଣ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଭାରତ ସରକାର 2015ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଥିଲେ । ବାସହୀନ ଥିବା ପରିବାରକୁ ଘର ଖଣ୍ଡିଏ ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ଥିଲା । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚରେ ଥିବା ବାସହୀନଙ୍କୁ ଏହି ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି । ମୋଦିଙ୍କ ଗତ 10ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ପ୍ରାୟ 4.21କୋଟି ଘର ନିର୍ମାଣ କରାଯାଇଛି ।

ଏହା ବି ପଢନ୍ତୁ- ଦାୟିତ୍ବ ଗ୍ରହଣ ପରେ ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

କେବଳ ବାସ ଉପଯୋଗୀ ଘର ବ୍ୟତୀତ ଏହି ଯୋଜନା ମାଧ୍ୟମରେ ଗରିବ ପରିବାରର ଅନ୍ୟ ମୌଳିକ ଆବଶ୍ୟକତା ଯେପରିକି ଶୌଚାଳୟ, ସିଲିଣ୍ଡର ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗୀକରଣ, ଟ୍ୟାପ ସଂଯୋଗ ଆଦି ପୂରଣ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମୌଳିକ ସୁବିଧା ଗୁଡ଼ିକ ପୂରଣ କରାଯାଉଛି । ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଜି ସକାଳେ ମୋଦି ବିଧିବଦ୍ଧ ଭାବେ ସାଉଥ-ବ୍ଲକରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଥଲେ । ଏହାପରେ ମୋଦି ପ୍ରଥମେ ‘ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନାର ୧୭ତମ ଅର୍ଥରାଶି ରିଲିଜ୍‌ ଫାଇଲରେ ହସ୍ତାକ୍ଷର କରିଥିଲେ । ଏହି ଯୋଜନା ଅଧିନରେ ପ୍ରାୟ 20,000 କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯିବ । 9.3 କୋଟି ଚାଷୀଙ୍କୁ ଉପକୃତ ହେବେ ।

ଏହା ବି ପଢନ୍ତୁ- ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; 71ମନ୍ତ୍ରୀ ନେଲେ ଶପଥ, ଓଡ଼ିଶାକୁ 3 ମନ୍ତ୍ରୀପଦ

ଚଳିତ ନିର୍ବାଚନରେ ବିଜେପିକୁ ବହୁମତ ନ ମିଳିଥିବା ବେଳେ ସହଯୋଗୀ ଦଳକୁ ନେଇ NDA ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିଛି । ରବିବାର ମୋଦିଙ୍କ ସମେତ 72ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ କ୍ୟାବିନେଟରେ 30 ଜଣ ମନ୍ତ୍ରୀ ଅଛନ୍ତି । ଏହାବାଦ 5 ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ ) ଓ 36ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.