ETV Bharat / bharat

‘ଇଣ୍ଡିଆ ମେଣ୍ଟ’କୁ ଫାରୁକ ଝଟ୍‌କା, ଜମ୍ମୁ କାଶ୍ମୀରରେ ଏକା ଲଢିବ ନ୍ୟାସନାଲ କନଫରେନ୍ସ - ନ୍ୟାସନାଲ କନଫରେନ୍ସ

Another Setback For INDIA: ଜମ୍ମୁ କାଶ୍ମୀରରେ ଏକା ଲଢିବ ଅବଦୁଲ୍ଲାଙ୍କ ଦଳ । ମେଣ୍ଟରେ ଲଢିବ ନାହିଁ ବୋଲି ସ୍ପଷ୍ଟ କଲେ ନିଜେ ଫାରୁକ । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ଜମ୍ମୁ କାଶ୍ମୀରରେ ଏକା ଲଢିବ ଅବୁଦୁଲ୍ଲାଙ୍କ ଦଳ

author img

By ETV Bharat Odisha Team

Published : Feb 15, 2024, 5:14 PM IST

ଶ୍ରୀନଗର: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ଆଉ ଏକ ଝଟକା ଲାଗିଛି । ଜମ୍ମୁ କାଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫରେନ୍ସ (ଏନସି) ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛି । କୌଣସି ମେଣ୍ଟ କିମ୍ବା ଆସନ ବୁଝାମଣା ନୁହେଁ ବରଂ ନ୍ୟାସନାଲ କନଫରେନ୍ସ ଏକାକୀ ନିର୍ବାଚନ ଲଢିବାକୁ ଯାଉଥିବା ନିଜେ ଦଳମୁଖ୍ୟ ଫାରୁକ ଅବଦୁଲ୍ଲା କହଛନ୍ତି । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଫାରୁକ କହିଛନ୍ତି,‘‘ ଆସନ ବୁଝାମଣା ସମ୍ପର୍କରେ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ, ସେପରି କୌଣସି ଆବଶ୍ୟକତା ନାହିଁ । ନ୍ୟାସନାଲ କନଫରେନ୍ସ କୌଣସି ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଉନାହିଁ । ଦଳ ନିଜ କ୍ଷମତାରେ ଏକାକୀ ନିର୍ବାଚନ ଲଢିବ । ତେଣୁ ଆସନ ବୁଝାମଣା ନେଇ କୌଣସି ଦ୍ବନ୍ଦ୍ବ ମଧ୍ୟ ନାହିଁ ।’’

ତେବେ ଇଣ୍ଡିଆ ମେଣ୍ଟ ଗଠନ ହେବା ଦିନରୁ ଫାରୁକ ସମସ୍ତ ବୈଠକରେ ସକ୍ରିୟତାର ସହ ଅଂଶଗ୍ରହଣ କରିଥିଲେ । ଏପରିକି ରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ମିଳିତ ବିରୋଧୀଙ୍କ ପକ୍ଷରୁ ପ୍ରଥମେ ଶରଦ ପାଓ୍ବାରଙ୍କ ନାମ ଚର୍ଚ୍ଚା ହେବା ପରେ ପରବର୍ତ୍ତୀ ସମୟରେ ଫାରୁକଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ହେଲେ ଫାରୁକ ଏବେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟରେ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରଛନ୍ତି । ତେଣୁ ତାଙ୍କ ଦଳ ଘାଟିରେ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।

ଏହା ପୂର୍ବରୁ ବିଭିନ୍ନ ତୁଙ୍ଗ ନେତା ‘ଇଣ୍ଡିଆ’ ମେଣ୍ଟରୁ ମୁହଁ ଫେରାଇ ସାରିଛନ୍ତି । ମେଣ୍ଟ ଗଠନର କର୍ଣ୍ଣଧାର ସାଜିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମେଣ୍ଟରୁ ସମ୍ପର୍କ ଛିନ୍ନ କରି ଏବେ ବିଜେପି ସମର୍ଥିତ ‘ଏନଡିଏ’ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମେଣ୍ଟର ଅନ୍ୟତମ ଟାଣୁଆ ନେତ୍ରୀ ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେହିପରି ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା ଆମ ଆଦମୀ ପାର୍ଟି (ଆପ) ମଧ୍ୟ କଂଗ୍ରେସକୁ ଉଭୟ ରାଜ୍ୟରେ ଆସନ ଛାଡିବ ନାହିଁ ବୋଲି ଘୋଷଣା କରିିଛି । ଦଳ ମୁଖ୍ୟ କେଜ୍ରିଓ୍ବାଲ କହିଛନ୍ତି, ଦଳ ପଞ୍ଜାବର ସମସ୍ତ 13 ଲୋକସଭା ଆସନ, ଚଣ୍ଡିଗଡର ଗୋଟିଏ ଓ ଦିଲ୍ଲୀର ସମସ୍ତ 7 ଆସନରେ ଏକାକୀ ପ୍ରାର୍ଥୀ ଦେବ ।

ଏହା ମଧ୍ୟ ପଢନ୍ତୁ :- ସାଧାରଣ ନିର୍ବାଚନରେ ନିୟୋଜିତ ହେବେ ସାଢ଼େ 3 ଲକ୍ଷ କେନ୍ଦ୍ରୀୟ ବଳ ଯବାନ

ଏହାରି ମଧ୍ୟରେ ଅନ୍ୟ କିଛି ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ଦଳ ମଧ୍ୟ ଆସନ ବୁଝାମଣା ପାଇଁ କଂଗ୍ରେସ ଉପରେ ଚାପ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି । ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ ଅଳ୍ପ କିଛି ହାତଗଣତି ଆସନ ଛାଡିଛି । ବିହାରରେ ମଧ୍ୟ ଲାଲୁଙ୍କ ‘ଆରଜେଡି’ ଅଧିକ ଆସନ ପାଇଁ ଦାବି କରିବା ସ୍ବାଭାବିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.