ETV Bharat / bharat

ଦିଲ୍ଲୀ ଅଭିମୁଖେ ଲକ୍ଷାଧିକ କୃଷକ: ଶମ୍ଭୁ ସୀମାରେ ବାରିକେଡ ଭାଙ୍ଗିଲେ, ପୋଲିସର ଟିଅର ଗ୍ୟାସ୍ ମାଡ଼ - Shambhu border

Farmers Try To Cross Barricades At Punjab-Haryana Border: ଦିଲ୍ଲୀ ଅଭିମୁଖେ ଲକ୍ଷାଧିକ କୃଷକ । ଶମ୍ଭୁ ସୀମାରେ ବାରିକେଡ ଭାଙ୍ଗିଲେ । ପୋଲିସର ଟିଅରଗ୍ୟାସ ମାଡ। ଅଧିକ ପଢନ୍ତୁ

ଦିଲ୍ଲୀ ଅଭିମୁଖେ ଲକ୍ଷାଧିକ କୃଷକ: ଶମ୍ଭୁ ସୀମାରେ ବାରିକେଡ ଭାଙ୍ଗିଲେ, ପୋଲିସର ଟିଅରଗ୍ୟାସ ମାଡ

author img

By ETV Bharat Odisha Team

Published : Feb 13, 2024, 4:28 PM IST

ଦିଲ୍ଲୀ ଅଭିମୁଖେ ହଜାର ହଜାର କୃଷକ: ଶମ୍ଭୁ ସୀମାରେ ବାରିକେଡ ଭାଙ୍ଗିଲେ, ପୋଲିସର ଟିଅରଗ୍ୟାସ ମାଡ

ନୂଆଦିଲ୍ଲୀ: ‘ଦିଲ୍ଲୀ ଚଲୋ ଡାକରା’ ଦେଇ ପଞ୍ଜାବ ଓ ହରିୟାଣାରୁ ଲକ୍ଷାଧିକ ସଂଖ୍ୟାରେ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେମାନଙ୍କୁ ରୋକିବା ପାଇଁ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ସୀମାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ପୋଲିସ । ଦିଲ୍ଲୀରୁ ପ୍ରାୟ 2ଶହ କି.ମି ଦୂର ପଞ୍ଜାବ- ହରିୟାଣାର ଶମ୍ଭୁ ସୀମାରେ ପୋଲିସ ସହ କୃଷକଙ୍କର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର କୃଷକ ପୋଲିସ ଦ୍ବାରା ଲଗାଯାଇଥିବା କଂକ୍ରିଟ ବାରିକେଡକୁ ଭାଙ୍ଗି ଫିଙ୍ଗି ଦେଇଛନ୍ତି । ପୋଲିସ କୃଷକଙ୍କ ଉପରେ ଲାଠିଚାର୍ଜ କରିବା ସହ ସେମାନଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି ।

ଆଜି ପୂର୍ବାହ୍ନରେ ଲକ୍ଷାଧିକ ସଂଖ୍ୟାରେ କୃଷକମାନେ ଶମ୍ଭୁ ସୀମାରେ ପହଞ୍ଚିଥିଲେ । ପୋଲିସର କଡା ସୁରକ୍ଷା ଓ ବ୍ଲକିଂ ମଧ୍ୟରେ ଶତାଧିକ ଟ୍ରାକ୍ଟର ସହ ଚାଷୀମାନେ ବାରିକେଡ ଭାଙ୍ଗି ଆଗକୁ ବଢିଥିଲେ । ପୋଲିସ ପକ୍ଷରୁ ପ୍ରାୟ 12 ରାଉଣ୍ଡ ଟିଅର ଗ୍ୟାସ ଫାଏରିଂ କରାଯାଇଛି । କୃଷକଙ୍କ ଉପରା ପାଣି ସ୍ପ୍ରେ କରି ସେମାନଙ୍କୁ ଘଉଡାଇବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏଥିରେ କିଛି କୃଷକ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି ଆବୁଧାବିରେ ହିନ୍ଦୁ ମନ୍ଦିରର କରିବେ ଉଦଘାଟନ

ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରୁ ଛୋଟ ବଡ଼ ପ୍ରାୟ 2ଶହ କୃଷକ ସଂଗଠନର ଲକ୍ଷାଧିକ କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେମାନଙ୍କୁ ରୋକିବା ପାଇଁ ଏକାଧିକ ଏଣ୍ଟ୍ରି ପଏଣ୍ଟରେ ବାରିକେଡ ଲଗାଯିବା ସହ ଟ୍ରାକ୍ଟର ରାଲିକୁ ପ୍ରବେଶ କରାଇ ନଦେବା ପାଇଁ ରାସ୍ତାରେ ବଡ ବଡ ଲୁହା କଣ୍ଟା ମଧ୍ୟ ପୋତାଯାଇଛି । ସମସ୍ତ ପ୍ରସ୍ତୁତି ସହ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମଧ୍ୟ ଦିଲ୍ଲୀର ବିଭିନ୍ନ ସୀମାରେ ମୁତୟନ ହୋଇଛନ୍ତି । ଅନ୍ୟପଟେ ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାର ଦାବି ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ, ସେଥିରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଚାଷୀ ନେତାମାନେ ସରକାରଙ୍କୁ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ତେଣୁ ବର୍ଷ 2020-21 ରେ କେନ୍ଦ୍ରୀୟ କୃଷି ଆଇନ ଲାଗୁ କରାଯିବା ପରେ ଉତ୍ତର ଭାରତରେ ଦେଖାଯାଇଥିବା କୃଷକ ଆନ୍ଦୋଳନ ପରି ସ୍ଥିତି ପୁଣି ଥରେ ନିର୍ବାଚନୀ ବର୍ଷରେ ଦେଖିବାକୁ ମିଳିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଲାଣି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.