ETV Bharat / bharat

ଚାଷୀଙ୍କ ପାଇଁ ଛତା ଧରି ଛିଡା ହେଲେ ପ୍ରଧାନମନ୍ତ୍ରୀ ମୋଦି; ସୋସିଆଲ ମିଡିଆରେ ପ୍ରଶଂସା - Farmers interact with PM Modi

author img

By ETV Bharat Odisha Team

Published : Aug 12, 2024, 1:48 PM IST

Updated : Aug 12, 2024, 2:03 PM IST

Modi holds umbrella for farmers: କୃଷି ଗବେଷଣା ପ୍ରତିଷ୍ଠାନରେ ଚାଷୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ବର୍ଷା ହେବାରୁ ଚାଷୀଙ୍କୁ ଛତା ଦେଖାଇ ଛିଡା ହେଲେ ମୋଦି । ଅଧିକ ପଢନ୍ତୁ

Modi holds umbrella for farmers
Modi holds umbrella for farmers (@narendramodi)

ନୂଆଦିଲ୍ଲୀ: ଗୁରୁବାର ନୂଆଦିଲ୍ଲୀର ଭାରତ କୃଷି ଗବେଷଣା ପ୍ରତିଷ୍ଠାନରେ କୃଷକଙ୍କୁ ଭେଟି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ବର୍ଷା ହେଉଥିବାରୁ ପ୍ରଧାନମନ୍ତ୍ରୀ ନିଜେ ଚାଷୀଙ୍କ ପାଇଁ ଛତା ଧରି ଛିଡା ହୋଇଥିଲେ । ବର୍ଷା ହେବାରୁ ଏହି କାର୍ଯ୍ୟକ୍ରମ ଶେଷ କରିବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ, କିନ୍ତୁ ମୋଦି ଚାଷୀଙ୍କ ପାଇଁ ଛତା ଧରି ଛିଡା ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।

ଭାରତୀୟ କୃଷି ଗବେଷଣା ସଂସ୍ଥାରେ ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ବୋଲି କହିଥିଲେ ପ୍ରଧାନମମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-କୃଷି ପାଇଁ ବଜେଟ ସହାୟତା; ଆତ୍ମନିର୍ଭର ଭାରତ ଦିଗରେ ବଡ ପ୍ରୟାସ - Budget support for agriculture

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି, ''ଆମେ କୃଷକ ଭାଇ ଓ ଭଉଣୀମାନଙ୍କୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଦିଲ୍ଲୀରେ ୧୦୯ଟି ନୂତନ କିସମର ଫସଲ ଜାରି କରିବାର ସୁଯୋଗ ପାଇଲୁ । ଏହା ଜଳବାୟୁ ଅନୁକୂଳ ଏବଂ ଅଧିକ ଅମଳକ୍ଷମ କିସମରୁ ଉତ୍ପାଦନରେ ବୃଦ୍ଧି ସହିତ ଆମର କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ । ମୁଁ ସନ୍ତୁଷ୍ଟ ଯେ ଆମର କୃଷକ ଭାଇ ଓ ଭଉଣୀମାନେ ମଧ୍ୟ ଶୀଘ୍ର ପ୍ରାକୃତି ଚାଷ ଆଡକୁ ଅଗ୍ରସର ହେଉଛନ୍ତି । ଅତି ନିକଟରୁ ମୁଁ ତାଙ୍କ ଅନୁଭୂତି ବିଷୟରେ ଜାଣିବାର ସୁଯୋଗ ପାଇଲି । ଏହି ସମୟ ମଧ୍ୟରେ ଆମେ ପ୍ରାକୃତିକ ଚାଷର ଉପକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ ।''

Last Updated : Aug 12, 2024, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.