ହାଇଦ୍ରାବାଦ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ସିରିଛି ଭୋଟ ଗ୍ରହଣ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହୋଇଛି । ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ଶନିବାର ଅର୍ଥାତ ୨୩ ତାରିଖକୁ । କାରଣ ସେହିଦିନ ଭୋଟ ଗଣତି ହେବା ସହ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ସହ ଆଉ 10ଟି ରାଜ୍ୟର 31 ଆସନ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ ସାମ୍ନାକୁ ଆସିଛି ଏକଜିଟ ପୋଲ ରେଜଲ୍ଟ (Exit Poll Results) ବା ବୁଥ ବାହୁଡା ମତ ।
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କଡା ଟକ୍କର:
ତେବେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫ । ବିଭିନ୍ନ ଏକଜିଟ ପୋଲର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ପୁଣିଥରେ କ୍ଷମତାକୁ ଫେରିପାରେ । ସେହିପରି ଝାଡ଼ଖଣ୍ଡ ୮୧ ବିଧାନସଭା ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧ । ତେବେ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହ ବିଜେପିର କଡ଼ା ଟକ୍କର ହେଉଛି ।
Peoples Plus:
ପିପୁଲ୍ସ ପ୍ଲସ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ, ମହାରାଷ୍ଟ୍ରରେ BJP ନେତୃତ୍ୱାଧୀନ ମହାୟୁତି ଗଠବନ୍ଧନକୁ ୧୮୦ରୁ ଅଧିକ ସିଟ ମିଳିବାକୁ ଯାଉଛି । ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି (MVA)କୁ ୯୭ରୁ ଅଧିକ ସିଟ ମିଳିପାରେ । ସେହପିର ପିପୁଲ୍ସ ପ୍ଲସ କରିଥିବା ଆକଳନ ଅନୁସାରେ, ଝାଡ଼ଖଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏ (NDA) କ୍ଷମତାକୁ ଆସିପାରେ । NDAକୁ ୪୨-୪୮ ସିଟ ମିଳିବା ସମ୍ଭାବନା ଥିବା ଆକଳନ କରିଛି ପିପୁଲ୍ସ ପ୍ଲସ ।
ନ୍ୟୁଜ୍ -24 ଚାଣକ୍ୟ ଏକଜିଟ ପୋଲ:
ନ୍ୟୁଜ୍-24 ଚାଣକ୍ୟ ଏକଜିଟ ପୋଲ ଅନୁଯାୟୀ, ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିପାରେ । ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୭ ପ୍ରତିଶତ ଭୋଟ୍ ସହ ୧୫୨ରୁ ୧୬୦ଟି ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେହିପରି କଂଗ୍ରେସ ନେତୃତ୍ୱାଧୀନ ସହଯୋଗୀ ଦଳ MVA ୧୩୦ରୁ ୧୩୮ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଅନ୍ୟ ଦଳ ୬ରୁ ୮ଟି ସିଟ୍ ପାଇପାରନ୍ତି । ଏକଜିଟ୍ ପୋଲ୍ ଅନୁଯାୟୀ, ମହା ବିକାଶ ଅଘାଡ଼ିକୁ ୪୨ ପ୍ରତିଶତ ଭୋଟ୍ ଅନ୍ୟମାନଙ୍କୁ ୧୧ ପ୍ରତିଶତ ଅଂଶ ମିଳିବ ।
Matrize Exit Polls:
ମାଟ୍ରିଜ (Matrize Exit Polls) କରିଥିବା ଆକଳନ ଅନୁସାରେ, ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିପାରେ । BJP ନେତୃତ୍ବାଧୀନ ମହାୟୁତିକୁ ୧୫୦ରୁ ୧୭୦ଟି ବିଧାନସଭା ଆସନ ମିଳିପାରେ । ସେହିପରି କଂଗ୍ରେସ ସମର୍ଥିତ ମହାବିକାଶ ଅଘାଡ଼ିକୁ ୧୩୦ରୁ ୧୩୮ଟି ଆସନ ମିଳିପାରେ । ଅନ୍ୟ ଦଳମାନଙ୍କୁ ୮ରୁ ୧୦ ଟି ଆସନ ମିଳିପାରେ ।
ସେପଟେ ଝାଡ଼ଖଣ୍ଡରେ NDAକୁ ୪୨ରୁ ୪୭ଟି ଆସନ ମିଳିପାରେ ବୋଲି ଆକଳନ କରିଛି ମାଟ୍ରିଜ ଏକଜିଟ ପୋଲ । ସେହପରି ଝାଡ଼ଖଣ୍ଡରେ କଂଗ୍ରେସ ନେତୃତ୍ବାଧୀନ ଗଠବନ୍ଧନକୁ ୨୫ରୁ ୩୦ଟି ଆସନ ମିଳିପାରେ । ଅନ୍ୟ ଦଳକୁ ୧ରୁ ୪ଟି ସିଟ ମିଳିପାରେ ।
ଏହା ମଧ୍ୟ ପଢନ୍ତୁ: ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ: EVMରେ ସିଲ୍ ନେତାଙ୍କ ଭାଗ୍ୟ |
ପି- ମାର୍କ:
ପୋଲ ଏଜେନ୍ସି ପି-ମାର୍କ (P-MARQ) କରିଥିବା ଏକଜିଟ ପୋଲ ଆକଳନ ଅନୁସାରେ, ମହାରାଷ୍ଟ୍ରରେ ମହାୟୁତି ଗଠବନ୍ଧନକୁ ୧୩୭ରୁ ୧୫୭ଟି ଆସନ ମିଳିପାରେ । ମହା ବିକାଶ ଅଘାଡ଼ି (MVA)କୁ ୧୨୬ରୁ ୧୪୬ଟି ଆସନ ମିଳିପାରେ । ମହାୟୁତିକୁ ୪୨ ପ୍ରତିଶତ ଭୋଟ ଓ MVAକୁ ୪୧ ପ୍ରତିଶତ ଭୋଟ ମିଳିପାରେ । ଅନ୍ୟ ଦଳକୁ ୧୭ ପ୍ରତିଶତ ଭୋଟ ସହ ୨ରୁ ୮ଟି ସିଟ ମିଳିପାରେ । ପି-ମାର୍କ ଆକଳନ ଅନୁସାରେ, ମହାରାଷ୍ଟ୍ରରେ NDA ଓ MVA ମଧ୍ୟରେ କଡ଼ା ମୁକାବିଲା ହେଉଛି ।
ଟାଇମ୍ସ ନାଓ- JVC ଏକଜିଟ ପୋଲ:
ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଟାଇମ୍ସ ନାଓ-ଜେଭିସି ଏକଜିଟ୍ ପୋଲ୍ ପ୍ରକାଶ କରିଛନ୍ତି । ଆକଳନ ଅନୁଯାୟୀ, ଝାଡଖଣ୍ଡରେ ଏନଡିଏକି ୪୦ରୁ ୪୪ ସିଟ ଓ ଇଣ୍ଡିଆନ୍ ଆଲାଇନ୍ସକୁ ୩୦ରୁ ୪୦ ସିଟ୍ ମିଳିପାରେ । ସେହିପରି ଅନ୍ୟ ଦଳମାନଙ୍କୁ ୧-୧ଟି ସିଟ୍ ମିଳିପାରେ ।
ଜେଭିସି ଏକଜିଟ ପୋଲ୍ ଆକଳନ ଅନୁଯାୟୀ, ମହାରାଷ୍ଟ୍ରରେ ମହାୟୁତି ଗଠବନ୍ଧନକୁ ୧୫୯ ଓ MVAକୁ ୧୧୬ଟି ସିଟ୍ ମିଳିବାର ସମ୍ଭାବନା ଥିବାବେଳେ ଅନ୍ୟ ଦଳମାନେ ୧୩ଟି ଆସନ ପାଇବେ । ମରାଠୱାଡା ଅଞ୍ଚଳର ୪୬ଟି ସିଟ୍ ମଧ୍ୟରୁ MVAକୁ ୨୫ଟି ସିଟ୍ ମିଳିବ ବୋଲି ଆକଳନ କରାଯାଉଥିବା ବେଳେ ମହାୟୁତିକୁ ୧୯ ଅନ୍ୟ ଦଳକୁ ୨ଟି ଆସନ ମିଳିପାରେ । ଠାନେ-କଙ୍କୋଣରେ ମୋଟ ୩୯ଟି ସିଟ୍ ମଧ୍ୟରୁ ମହାୟୁତି ଗଠବନ୍ଧନକୁ୨୫ଟି, MVAକୁ ୧୧ଟି ଓ ଅନ୍ୟମାନେ ୩ଟି ସିଟ୍ ପାଇପାରନ୍ତି ।
Axis My India Exit Poll:
ଏକ୍ସିସ ମାଇଁ ଇଣ୍ଡିଆ କରିଥିବା ଏକଜିଟ ପୋଲ ଅନୁସାରେ, ଝାଡଖଣ୍ଡରେ ଇଣ୍ଡିଆ ଗଠବନ୍ଧନ ଆଗରେ ରହିଛି । ଏକଜିଟ ପୋଲ ତତ୍ୟ ଅନୁସାରେ, ରୁଲି୍ଂ ପାର୍ଟି JMM ଓ କଂଗ୍ରେସକୁ ୫୩ଟି ଆସନ ମିଳିପାରେ । ସେହିପରି ବିଜେପି ନେତୃତ୍ବ NDAକୁ ୨୫ଟି ଆସନ ମିଳିବା ସମ୍ବାବନା ରହିଛି । ଅନ୍ୟ ଦଳକୁ ୩ଟି ସିଟଂ ମିଳିବା ନେଇ ଆକଳନ କରିଛି ଏକ୍ସିସ ମାଇଁ ଇଣ୍ଡିଆ ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ